ଜୀ-ସାର୍ଥକରେ ଜୁଲାଇ ୨୨ରୁ ଆରମ୍ଭ ହେଉଛି ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’

ଜୀ-ସାର୍ଥକରେ ଜୁଲାଇ ୨୨ରୁ ଆରମ୍ଭ ହେଉଛି ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’

କଟକ:(ବି ଏନ୍ ଓ) ୧୯,୦୭,୨୩ (report by umakanta jena) ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି ଯେ, ଏହି ମେଗା ରିଆଲିଟି ଶୋ’ ପୁଣି ଥରେ ଦର୍ଶକଙ୍କ ପାଖକୁ ଫେରୁଛି ଆସନ୍ତା ଜୁଲାଇ ୨୨ରୁ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ଶୋ ଏକ ବଡ ପ୍ଲାଟ୍ ଫର୍ମ । ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନଙ୍କୁ ଭରପର ସୁଯୋଗ ମିଳୁଛି । ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା ଲିଟିଲ ଚାମ୍ପସ ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି।
ଓଡ଼ିଶାର କିଛି ପ୍ରମୁଖ ସହରରେ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’ ପାଇଁ ଅଡିସନ୍ ସରିଛି । ଏଥର ଆଗ ଅପେକ୍ଷା ସମ୍ପୂର୍ଣ୍ଣ ନୂଆ ଓ ବଡ଼ ଧରଣର ମଞ୍ଚ ପ୍ରସ୍ତୁତ ହୋଇଛି ଓ ନୂଆ ରୂପ ପାଇଛି ଜୀ-ସାର୍ଥକର ଏହି ଲୋକପ୍ରିୟ ରିୟାଲିଟି ସୋ । ଏଥର ଲୋକପ୍ରିୟ ଗାୟକ ଓ ଗାୟିକା ଓ ସଙ୍ଗୀତ ନିର୍ଦ୍ଦେଶକ ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିବେ ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ସାରା ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା । ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ । ‘ସାରେଗାମାପା’ ହେଉଛି ଓଡ଼ିଶା ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ଶୋ । ଏହି ରିୟଲିଟି ଶୋ ରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ । ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’ । ଏହି ରିଏଲିଟି ଶୋ ର ବିଜେତା ନିଶ୍ଚୟ ଭାବରେ ଓଡିଆ ମନୋରଂଜନ ଦୁନିଆରେ ବହୁ ସୁଯୋଗର ହକଦାର ହେବେ । ଏହି ରିଏଲିଟି ଶୋ’ ର ପ୍ରମୁଖ ଆକର୍ଷଣ ସାଜିଥିବା ସଙ୍ଗୀତ ଜଗତର ତିନି ଲୋକପ୍ରିୟ କଳାକାର କ୍ରୀଷ୍ଣା ବେଉରିଆ, ଅସୀମା ପଣ୍ଡା ଓ ଗୁଡଲି ରଥଙ୍କ ପରି ଜଜ୍ ମାନେ କୁନି ପ୍ରତିଯୋଗୀଙ୍କୁ ତାଙ୍କ ସଙ୍ଗୀତରେ ଦକ୍ଷତା ଅନୁଯାୟୀ ପରଖିବେ, ତେଣୁ ଏହି ପ୍ରତିଯୋଗିତାର ପ୍ରତ୍ୟେକ ଏପିସୋଡ୍ ବହୁତ ଦର୍ଶନୀୟ ହେବ l ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ,” କହିଛନ୍ତି ଜୀ-ସାର୍ଥକର ଚିଫ କ୍ଲଷ୍ଟର ହେଡ୍ ସମ୍ରାଟ ଘୋଷ ଏବଂ ଚ୍ୟାନେଲ ହେଡ୍ ପ୍ରତୀକ ସିଲ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *