ଜିଲ୍ଲାସ୍ତରୀୟ ପି .ଏମ୍ .ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ

ଜିଲ୍ଲାସ୍ତରୀୟ ପି .ଏମ୍ .ଶ୍ରୀ ଉତ୍ସବ ୨୦୨୬ ଉଦଯାପିତ

News by Bijay kumar panda

କଟକ ୧୭-୦୧-୨୦୨୬(ବି.ଏନ .ଓ ) :(ବିଜୟ କୁମାର ପଣ୍ଡା )  ଜି ଓଡିଶା ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ପି ଏମ ଶ୍ରୀ ଉତ୍ସବ ଉଦଯାପନ ସମାରୋହ ଅନୁଷ୍ଠିତ ହୋଇଯାଇଛି Iଆଜି ପିଏମ୍ ଶ୍ରୀ ଉତ୍ସବ ର ଦ୍ଵିତୀୟ ଦିବସରେ ସକାଳ ୧୦ଟା ସମୟରେ ରେ ଶ୍ରୀଯୁକ୍ତ ଅନିଲ କୁମାର ପ୍ରଧାନ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପ୍ରତିଷ୍ଠାତା (CEO cum Founder), ୟଙ୍ଗ ଥିଙ୍କରସ୍ ଫାଉଣ୍ଡେସନ(Young Thinkers Foundation)@ ର ବ୍ୟବସାୟ ବିଶେଷଜ୍ଞ (Bussines Experts) ପିଲାମାନଙ୍କୁ ବିଭିନ୍ନ ବ୍ୟବସାୟିକ ବିଚାର ତଥା ଧାରଣା ଉପରେ ଆଲୋକପାତ କରିଥିଲେ l ତାପରେ ପରେ ଛାୟା ସାଂସଦ ଓ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା I ୧୨ ଗୋଟି ବିଭାଗ ମଧ୍ୟରୁ ପ୍ରତି ବିଭାଗରୁ ପ୍ରଥମ ତିନି ଜଣ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ସବୁ ବିଭାଗର ପ୍ରଥମ କୃତି ପ୍ରତିଯୋଗୀମାନଙ୍କୁ ରାଜ୍ୟ ସ୍ତରକୁ ମନୋନିତ କରାଯାଇଛି। ଆଜିର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ଯୋଗଦେଇ ପିଏମ୍ ଶ୍ରୀ ବିଦ୍ୟାଳୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଅଭିନବ ପଦକ୍ଷେପ ବୋଲି ବିବେଚନା କରି କହିଲେ ଯେ ଭବିଷ୍ୟତର ନାଗରିକ ମାନଙ୍କୁ ଉତ୍କୃଷ୍ଟ ଓ ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବାକୁ ହଲେ ଏବେଠୁ ବିଦ୍ୟାଳୟ ସ୍ତରରେ ପିଲାମାନଙ୍କର ପ୍ରତିଯୋଗିତା ମୂଳକ ଚିନ୍ତାଧାରା ଓ ମନୋଭାବ ବଢ଼େଇବାକୁ ହେବ। ଆମ କଟକ ଜିଲ୍ଲାରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଛି ବୋଲି କହିଥିଲେ।ଉଜ୍ଜଳ ଭବିଷ୍ୟତର ଭାରତକୁ ଗଠନ କରାଯିବା ନିମନ୍ତେ ଏହି ଉତ୍ସବ ମାଧ୍ୟମରେ ସରକାରଙ୍କ ଆଭିମୁଖ୍ୟ ନିଶ୍ଚିତ କରାଯିବାକୁ ଏହା ଏକ ପ୍ରୟାସ ଅଟେ I

ଶ୍ରୀ ନିତ୍ୟାନନ୍ଦ ବାରିକ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଦୁଇ ଦିନିଆ ଜିଲ୍ଲାସ୍ତରୀୟ ଉତ୍ସବର ସଫଳ ଅୟୋଜନ ହୋଇଥିଲା।
ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ମନୋରଞ୍ଜନ ବାରିକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଶ୍ରୀମତୀ ଅଭିଜିତା ଭାସ୍କର, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ଶ୍ରୀ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ, ଶ୍ରୀମତୀ ସୁଜାତା ବେହେରା, ପ୍ରଧାନ ଶିକ୍ଷକ, ଓଡିଶା ପୋଲିସ ହାଇସ୍କୁଲ, ତୁଳସୀପୁର,ଶ୍ରୀ ବିଭୂଦତ୍ତ ବେହେରା, ଜିଲ୍ଲା ନୋଡାଲ ଅଧିକାରୀ, ପଞ୍ଚ ସଖା ଶିକ୍ଷା ସେତୁ, ଶ୍ରୀମତୀ ସାଗରିକା ରାଉତ, ଜିଲ୍ଲା ବିଜ୍ଞାନ ପରିଦର୍ଶକପ୍ରମୁଖ ଉପସ୍ଥିତ ରହି ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଅୟୋଜନର ସମସ୍ତ ସହଯୋଗ କରିଥଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *