ଜିଲ୍ଲାର ବିନିକା ଅଙ୍ଗନଦୀ ବ୍ରିଜ ଓ ସୋନପୁର ମହାନଦୀ ବ୍ରିଜରେ ଟୋଲ ଆଦାୟ ସମ୍ପୂର୍ଣ ବନ୍ଦ ପାଇଁ ସଚେତନ ନାଗରିକ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

ଜିଲ୍ଲାର ବିନିକା ଅଙ୍ଗନଦୀ ବ୍ରିଜ ଓ ସୋନପୁର ମହାନଦୀ ବ୍ରିଜରେ ଟୋଲ ଆଦାୟ ସମ୍ପୂର୍ଣ ବନ୍ଦ ପାଇଁ ସଚେତନ ନାଗରିକ ମଂଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ l

ସୁବର୍ଣ୍ଣପୁର:10.09.23 (BREAKING NEWS ODIA)  ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଙ୍ଗନଦୀ ବ୍ରିଜ ଓ ସୋନପୁର ମହାନଦୀ ବ୍ରିଜ ପାଇଁ ଟୋଲ ଆଦାୟ ସମ୍ପୂର୍ଣ ବନ୍ଦ ପାଇଁ ଜିଲ୍ଲାର ସଚେତନ ନାଗରିକ ମଂଚ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ହୋଟେଲ ମୁନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀ ରେ ସୂଚନା ଅନୁଯାଇ
ବିନିକା ଅଙ୍ଗନବୀ ବ୍ରିଜ ପାଇଁ ୧୯୯୩ ମସିହାରୁ, ଆଜକୁ ପ୍ରାୟ ତିରିଶ ବର୍ଷ ଧରି ବୋଲ ଦେୟ ଆଦାୟ କରାଯାଉଛି l ସୂଚନା ଆଇନ ମାଧ୍ୟମରେ ପ୍ରାପ୍ତ ସୂଚନାନୁଯାଇ ଆଜିଯାଏଁ ସର୍ବମୋଟ ୧୨ କୋଟି ୬୬ଲକ୍ଷ ୪୭ହଜାର ୧୭୬ଟଙ୍କା ସରକାରୀ ରାଜକୋଷ ଆୟ କରି ସାରିଛି । ୨୦୦୪ ମସିହାରୁ ଆଜକୁ ପ୍ରାୟ ୨୦ ବର୍ଷ ହେବ ସୋନପୁର ମହାନଦୀ ପାଇଁ ଆଦାୟ ହୋଇ ଦେୟରୁ ୧୫କୋଟି ୨୩ଲକ୍ଷ ୮୭ହଜାର ୯୯୪ଟଙ୍କା ରାଜକୋଷକୁ ଯାଇ ସାରିଛି । କିନ୍ତୁ ୨୦୦୪ ମସିହାରୁ ବୌଦ୍ଧ ମହାନଦି ପୋଲ ପାଇଁ ୨୦୧୮ ମସିହା ଯାଏଁ ୮ କୋଟି ୩୪ଲକ୍ଷ ୩୯ହଜାର ୩୫୫ଟଙ୍କା ରାଜକୋଷ ଆୟ କଲାପରେ ୦୭,୦୫.୨୦୧୮ ତାରିଖରୁ ଟୋଲ ଆଦାୟ ବନ୍ଦପାଇଁ ସରକାର ନିର୍ଦ୍ଦେଶାନାମା ଜାରିକରି ଟୋଲ ଆଦାୟ ବନ୍ଦକରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲାବାସୀ ବିଭିନ୍ନ ସମୟରେ ଏହି ଉଭୟ ଅଙ୍ଗନଦୀ ପୋଲ ଓ ମହାନଦୀ ପୋଲ ପାଇଁ ଆଦାୟ ଟୋଲ ଦେୟ ବନ୍ଦପାଇଁ ସରକାରଙ୍କ ଠାରେ ଦାବି କଲାପରେବି ରାଜ୍ୟ ସରକାର ଜିଲ୍ଲାବାସି ଙ୍କ ଦାବିକୁ ଅଣଦେଖା କରି ଆସୁଛନ୍ତି । ତେବେ ତୁରନ୍ତ ଦାବିପୁରଣ ପାଇଁ ମଂଚ ପକ୍ଷରୁ ଦାବି କରାଯାଇଛି l
ତେବେ ଆସନ୍ତା ଏକମାସ ମଧ୍ୟରେ ରାଜ୍ୟ ସରକାର ଯଦି ଏହି ଉଭୟ ଅଙ୍ଗନଦୀ ଓ ତେଲନଦୀ ପୋଲ ପାଇଁ ଟୋଲ ଆଦାୟ ସଂପୂର୍ଣ୍ଣ ବନ୍ଦ ପାଇଁ ଆଦେଶ ନଅଦିଅନ୍ତି, ତେବେ ସୁବର୍ଣ୍ଣପୁର ର ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲେଇ ଦାବି ହାସଲ ପର୍ଯ୍ୟନ୍ତ ଲଢେଇ କରିବାକୁ ଦାଧ୍ୟହେବେ, ଆଉ ସେଇଥିପାଇଁ ରାଜ୍ୟ ସରକାର ସଂପୂର୍ଣ ଦାୟିରହିବେ ବୋଲି ସଂଘ ର ଆବାହକ ଶ୍ୟମା ଓଁ ପ୍ରସାଦ ମିଶ୍ର ଲ ତେବେ ଏହି ସମ୍ମିଳନୀ ରେ ମଂଚ ପକ୍ଷରୁ ପୁରୁଷୋତ୍ତମ ପାଣିଗ୍ରାହୀ, ଗୋବିନ୍ଦ ମହାରଣା, ଆର୍ତ୍ତତ୍ରାଣ ବାବୁ,ସୁଧୀର ପଣ୍ଡା ଜିତେନ୍ଦ୍ର ପଟ୍ଟନାୟକ ଓ ମଂଚ ର ସମସ୍ତ ସଭ୍ୟ ସାମିଲ ଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *