ଜିନ୍ଦଲ ଷ୍ଟେନଲେସ୍‌କୁ ଇଣ୍ଡିଆ ଇସ୍ପାତ ସମ୍ମିଳନୀ ୨୦୨୨ରେ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ ପୁରସ୍କାର

ଜିନ୍ଦଲ ଷ୍ଟେନଲେସ୍‌କୁ ଇଣ୍ଡିଆ ଇସ୍ପାତ ସମ୍ମିଳନୀ ୨୦୨୨ରେ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ ପୁରସ୍କାର

ଭୁବନେଶ୍ୱର, ଅଗଷ୍ଟ ୩୦, ୨୦୨୨: ଜିନ୍ଦଲ ଷ୍ଟେନଲେସ୍‌, ବମ୍ବେ ଷ୍ଟକ ଏକ୍ସଚେଞ (ବିଏସଇ) ସହୟୋଗରେ ଆୟୋଜିତ ଇଣ୍ଡିଆ ଷ୍ଟିଲ କନଫରେନ୍ସ ୨୦୨୨ ଏବଂ ଷ୍ଟିଲ ୟୁଜର୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ (ଏସୟୁଏଫଆଇ) ଷ୍ଟିଲ୍ ଆୱାର୍ଡସ୍ ୨୦୨୧ ରେ
“ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର” ପୁରସ୍କାର ଲାଭକରିଛି । ଏହି କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ସରକାରଙ୍କର ମାନ୍ୟବର ଜଙ୍ଗଲ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୁଧୀର ମୁଙ୍ଗତିୱାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ପ୍ରଧାନ ମୁଖ୍ୟ କମିଶନର, କଷ୍ଟମ୍ସ ମୁମ୍ବାଇ-୨,
ଶ୍ରୀ ପ୍ରମୋଦ କେ ଅଗ୍ରୱାଲ (ଆଇଆରଏସ) ଏବଂ ମୁମ୍ବାଇ ବନ୍ଦର ପ୍ରାଧିକରଣ ତଥା ଭାରତୀୟ ବନ୍ଦର ସଂଘର ଅଧ୍ୟକ୍ଷ ଶ୍ରୀ ରାଜୀବ ଜାଲୋଟା (ଆଇଏଏସ) ଏହି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ, ଜେଏସପିଏଲ, ଜେଏସଡବ୍ଲୁ ଷ୍ଟିଲ, ଏମ / ଏନଏସ, ୱେଲ୍ସପୁନ କର୍ପ ଲିମିଟେଡ, ଏଲ ଆଣ୍ଡ ଟି କନଷ୍ଟ୍ରକସନ, ଏପିଏଲ ଆପୋଲୋ ଟ୍ୟୁବ ଇତ୍ୟାଦିର ପ୍ରତିନିଧୀମାନେ ଯୋଗ ଦେଇଥିଲେ । ଏହି ସଫଳତା ଉପରେ ମନ୍ତବ୍ୟ ଦେଇ ଜିନ୍ଦଲ ଷ୍ଟେନଲେସର ପରଚିଳାନା ନିର୍ଦ୍ଦେଶକ ଶ୍ରୀ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି ଯେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପରିସରରେ ଭାରତୀୟ ଉଦ୍ୟୋଗରେ ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ଉପସ୍ତିତିରେ ଏବଂ ଏକ ସମ୍ମାନଜନକ ସମାବେଶରେ ଏହି ପୁରସ୍କାର ପ୍ରଦାନ କରାଯାଇଥିବାରୁ ଆମେ ବେଶ ଗର୍ବିତ । ଭାରତୀୟ ଷ୍ଟେନଲେସ ଷ୍ଟିଲ ଇଣ୍ଡଷ୍ଟ୍ରିର ଏକ ଅଗ୍ରଣି କମ୍ପାନି ଭାବରେ ଜିନ୍ଦଲ ଷ୍ଟେନଲେସ ଦେଶ ପାଇଁ ଏକ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ପ୍ରତିବଦ୍ଧ ।
ବିଶ୍ୱସ୍ତରୀୟ ଗୁଣବତା ଉତ୍ପାଦ, ବହୁରାଷ୍ଟ୍ରୀୟ ଉପସ୍ଥିତି ଏବଂ ଗ୍ରାହକ ସନ୍ତୋଷ କେନ୍ଦ୍ରିକ ପ୍ରୟାସ ସହିତ ଆମେ ବିଶ୍ୱସ୍ତରରେ ଭାରତୀୟ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନ ପ୍ରତିଷ୍ଠା କରିଛୁ । ଏଥି ସହିତ, ଭାରତୀୟ ଭିତିଭୂମିକୁ ଦୃଢ ଏବଂ ସ୍ଥାୟୀ କରିବା ପାଇଁ ଭାରତ ସରକାରଙ୍କ ନିରନ୍ତର ଉଦ୍ୟମକୁ ମୁଁ କୃତଜ୍ଞତା ଜଣାଇବାକୁ ଚାହେଁ । ଆମେ ଏହି ପ୍ରୟାସକୁ ସମର୍ଥନ କରିବା ଏବଂ ଭାରତର ବିକାଶ ପାଇଁ ଆମର ପ୍ରତିବଦ୍ଧତାକୁ ଜାରି ରଖିବୁ । ” ‘ଭାରତିୟ ଇସ୍ପାତ ଶିଳ୍ପର ପରିବର୍ତନ ପରିମାପଌ୰୩୯; ଉପରେ ଏକ ପ୍ୟାନେଲ
ଆଲୋଚନାରେ ଅଂଶଗ୍ରହଣ କରି ଇସ୍ପାତ ଶିଳ୍ପ ବିଶେଷଜ୍ଞ ତଥା ଚିନ୍ତାଶିଳ ବ୍ୟକ୍ତିମାନେ ବିଭିନ୍ନ ଚ୍ୟାଲେଞ୍ଜ ଏବଂ ସୁଯୋଗ ଉପରେ ବିଚାର କରିଥିଲେ । ଏହି ଆଲୋଚନା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ଷ୍ଟେନଲେସ୍ ଷ୍ଟିଲର ଗୁରୁତ୍ୱ ଉପରେ ଆଲୋଚନା କରାଯାଇଥିଲା । ଏଥିସହ ଆଧୁନିକ ଘର ଏବଂ ଶିଳ୍ପ ସମାଧାନ ପାଇଁ ଷ୍ଟେନଲେସ୍ ଷ୍ଟିଲ୍ ଏକ ଦୀର୍ଘସ୍ଥାୟୀ ଏବଂ ପରିବେଶ ଅନୁକୂଳ ପଦାର୍ଥ ଭାବରେ କାର୍ଯ୍ୟ କରେ ବୋଲି ଏହା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିନ୍ଦଲ ଷ୍ଟେନଲେସ୍ ଘରୋଇ ଷ୍ଟେନଲେସ୍ ଷ୍ଟିଲ୍ ଇଣ୍ଡଷ୍ଟ୍ରି ପାଇଁ ଏକ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ୍‌ର ବିକାଶ, ଯୁବ ବୃତିଗତମାନଙ୍କୁ ତାଲିମ
ଦେବା ଏବଂ ଷ୍ଟେନଲେସ୍ ଷ୍ଟିଲ୍ ପାଇଁ ନୂତନ ପ୍ରୟୋଗଗୁଡ଼ିକରେ ଟ୍ୟାପ୍‌ କରିବା ଦିଗରେ କାର୍ଯ୍ୟ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *