ଜାତୀୟ ସେବା ଶିବିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ |

ଜାତୀୟ ସେବା ଶିବିର ଉଦଘାଟନୀ ଉତ୍ସବ ଅନୁଷ୍ଠିତ |

NEWS BY DWIJABAR MOHAPATRA

ନିଆଳୀ -02.01.24-(B.N.O.)ଦ୍ୱିଜବର ମହାପାତ୍ର:ଡ଼ଶପୁର ସ୍ଥିତ ଉଦୟନାଥ ସ୍ୱୟଂ ଶାସିତ ବିଜ୍ଞାନ ଓଡ଼ିଆ ବୈଷୟିକ ମହାବିଦ୍ୟାଳୟ +3 ବାଳକ ଏବଂ ବାଳିକା ବିଭାଗ ତରଫରୁ ସ୍ୱତନ୍ତ୍ରଜାତୀୟ ସେବା ଶିବିର ଉଦଘାଟନ ହୋଇଯାଇଛି. ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ସ୍ୱାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ.କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଚିତ୍ରା କାନନୁଗୋ ସ୍ୱତନ୍ତ୍ର ଶିବିର ରେ କଣ କଣ କାର୍ଯ୍ୟକ୍ରମ ହେବ ସେ ବିଷୟରେ ଅବଗତ କରାଇଥିଲେ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ମହେନ୍ଦ୍ର କୁମାର ମହାପାତ୍ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସ୍ୱେଚ୍ଛାସେବୀ ମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ. ଯୋଗ ଅଧ୍ୟାପକ ସନ୍ତୋଷ କୁମାର ମାଝୀ ନିଜର ଅନୁଭୂତି ସ୍ୱେଚ୍ଛାସେବୀ ମାନଙ୍କୁ ବୁଝାଇଥିଲେ ପୂର୍ବତନ ସ୍ୱେଚ୍ଛାସେବୀ ଛାତ୍ର ଦିବ୍ୟ ସିଂହ ସେଠି ମଞ୍ଚ ପରିଚାଳନା କରିଥିଲେ ଛାତ୍ର ଈଶ୍ୱର ମଲ୍ଲିକ, ଅଳକା ପ୍ରିୟଦର୍ଶିନୀ ସାହୁ, ଆର୍ଚ୍ଚି ପଟ୍ଟନାୟକ , ସୋନାଲି ଜେନା, ସୁଭଦ୍ରା ସ୍ୱାଇଁ, ତ୍ରିଲୋଚନ ସାବୁତ, ଅଭିଲିପ୍ସା ପ୍ରିୟଦର୍ଶିନୀ ଲେଙ୍କା, ଛତିଶ ବେହେରା,ଗୋବିନ୍ଦ ପ୍ରଧାନ, ସତ୍ୟଜିତ ସ୍ୱାଇଁ, ଧନଞ୍ଜୟ ସାହୁ, ଆୟୁଷ ଅଭିଷେକ ପ୍ରଧାନ,ଉତ୍କଳ ବିଶ୍ୱ ବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଶିବିର କୁ ପ୍ରତ୍ୟେକ ଦିବସ ରେ ନାରୀ ସଶକ୍ତି କରଣ, ନିଶା ନିବାରଣ ପରିବେଶ ସଚେତନ, ଭୋଟର ସଚେତନତା କାର୍ଯ୍ୟକ୍ରମ ଯୋଗ ପ୍ରଶିକ୍ଷଣ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଶେଷ ଅଧ୍ୟାପକ ମହେନ୍ଦ୍ର କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ|

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *