ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୁକ୍ତଙ୍କ ପକ୍ଷରୁ କଟକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ

ଜାତୀୟ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ଆୟୁକ୍ତଙ୍କ ପକ୍ଷରୁ କଟକ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ
କଟକ ତା 10.07.23 ରିଖ – ସଂଖ୍ୟାଲଘୁ ସମୁଦାୟର ଶିକ୍ଷା ଅଧିକାରକୁ ସୁନିଶ୍ଚିତ କରିବା ସକାଶେ ସଂଖ୍ୟାଲଘୁ ସମୁଦାୟ ନିମନ୍ତେ ଉଦ୍ଦିଷ୍ଟ ଶିକ୍ଷାନୁଷ୍ଠାନଗୁଡିକର ଉନ୍ନତି ତଥା ଅଗ୍ରଗତୀ ଅପରିହାର୍ଯ୍ୟ । ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇଁ ଜାତୀୟ ଆୟୁକ୍ତର ଅଧ୍ୟକ୍ଷ ଜଷ୍ଟିସ ନରେନ୍ଦ୍ର କୁମାର ଜୈନ ଓ ସଚିବ ମନୋଜ କୁମାର କେଜ୍ରିୱାଲ ଆଜି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନି ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ କଟକସ୍ଥିତ ବିଭିନ୍ନ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପରିଦର୍ଶନ କରି ଏହି ମତବ୍ୟକ୍ତ କରିଛନ୍ତି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଷ୍ଟିସ ଜୈନ ଏବଂ ଶ୍ରୀ କେଜ୍ରିୱାଲ କଟକସ୍ଥିତ ଗୁରୁନାନକ ପବ୍ଲିକ ସ୍କୁଲ, ସେଂଟ ଜୋସେଫ ଗାର୍ଲସ ହାଇସ୍କୁଲ ଓ ସୟଦ ସେମିନାରୀ ହାଇସ୍କୁଲ ଗସ୍ତ କରି ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷକ, ହିତଧାରକ ଏବଂ ବିଭିନ୍ନ ସମ୍ପ୍ରଦାୟର ଧର୍ମଗୁରୁମାନଙ୍କ ସହ ଆଲୋଚନା କରି ଶିକ୍ଷାନୁଷ୍ଠାନଗୁଡିକର ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ ।କମିଶନଙ୍କ ଗସ୍ତ ପରିପ୍ରେକ୍ଷୀରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନର କର୍ମକର୍ତା ଓ ହିତଧାରକମାନଙ୍କୁ ବୈଠକରେ ଉପସ୍ଥିତ ରହି ସବିଶେଷ ତଥ୍ୟ ପ୍ରଦାନ ପାଇଁ କୁହାଯାଇଥିଲା । ସର୍କିଟ ହାଉସଠାରେ ଜିଲ୍ଲାର ମୁସଲମାନ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୈନ ଓ ଶିଖ୍ ଆଦି ସଂଖ୍ୟାଲଘୁ ବର୍ଗର ପ୍ରତିନିଧି ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂଖ୍ୟାଲଘୁ ବର୍ଗର ପ୍ରତିନିଧିମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବତାରଣା କରିଥିଲେ । କମିଶନ୍ ପକ୍ଷରୁ ଅଧ୍ୟକ୍ଷ ଜଷ୍ଟିସ ଜୈନ ଏବଂ ସଚିିବ ଶ୍ରୀ କେଜ୍ରିୱାଲ ପ୍ରତିନିଧିମାନଙ୍କ ପ୍ରଶ୍ନଗୁଡିକର ଉତର ରଖିଥିଲେ ଏବଂ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସବୁପ୍ରକାର ପ୍ରୟାସ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିମାନଙ୍କ ସହ ଆଲୋଚନା କରି କମିଶନ ସନ୍ତୋଷ ବ୍ୟକ୍ତ କରିଥିଲେ ।ନୂତନ ଶିକ୍ଷା ନୀତି ୨୦୨୦ ବିଷୟରେ ଉଲ୍ଲେଖ କରି ଜଷ୍ଟିସ ଜୈନ ବିଦ୍ୟାଳୟଗୁଡିକରେ ସାମଗ୍ରିକ ଏବଂ ଧନ୍ଦାମୂଳକ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା କହିଥିଲେ । ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀମାନଙ୍କୁ ସର୍ବନିମ୍ନ ଏକକ ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଥିଲେ । ଏଥିସହ ଖେଳ ମାଧ୍ୟମରେ ଶିକ୍ଷାଦାନ ଏବଂ ନିଜ ଭାଷା ତଥା ସଂସ୍କୃତି ଉପରେ ଗୁରୁତ୍ୱ ଦେବାକୁ ସେ ଆହ୍ୱାନ ଦେଇଥିଲେ । ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡିକ ନିଜ ନିଜର ଭିତିଭୂମିକୁ ସୁଦୃଢ କରି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କମିଶନଙ୍କ ଏହି ଗସ୍ତକୁ ବିିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କଟକ ମହାନିଗର ନିଗମର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ, ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଓ ଜିଲ୍ଲା ଜନମଙ୍ଗଳ ଅଧିକାରୀ ଗୀତାଂଶୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ମେୟର ଶ୍ରୀ ସିଂହ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ମଧ୍ୟ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *