ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧୀମାନଙ୍କ ଜେଏସପି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଦର୍ଶନ

 

ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧୀମାନଙ୍କ ଜେଏସପି କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ ପରିଦର୍ଶନ

ଗ୍ୟାସିଫିକେସନ୍ ଟେକ୍ନୋଲୋଜିର ବିକାଶ ପାଇଁ ଜେଏସପି କୁ ପ୍ରଶଂସା

ଅନୁଗୁଳ / ଭୁବନେଶ୍ୱର, ୨୮-୦୫-୨୦୨୨:ବିଶ୍ୱ ଖଣି କଂଗ୍ରେସର ଭାରତୀୟ ଜାତୀୟ କମିଟି ଦ୍ୱାରା ଆୟୋଜିତ ଏବଂ କୋଇଲା ମନ୍ତ୍ରଣାଳୟ ଦ୍ୱାରା ସମର୍ଥିତ ଜାତୀୟ ଖଣିଜ କଂଗ୍ରେସର 60ରୁ ଅଧିକ ପ୍ରତିନିଧି ଖଣି କଂଗ୍ରେସର ଦ୍ୱିତୀୟ ଦିନରେ ୨୮ ମଇ ୨୦୨୨ ଦିନ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ୱାରା ସ୍ଥାପିତ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଛନ୍ତି।ଭାରତର ବିଭିନ୍ନ ଧାତୁ, ଖଣି ଏବଂ ଖଣି ପ୍ରଯୁକ୍ତିବିଦ୍ୟା ସଂଗଠନର ବରିଷ୍ଠ ଅଧିକାରୀ ମାନଙ୍କୁ ନେଇ ଏହି ପ୍ରତିନିଧି ଦଳ ସିଜିପିର ସମସ୍ତ ୟୁନିଟ୍ ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଅବଗତ ହୋଇଥିଲେ ।

ଜେଏସପିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍ ଶର୍ମା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ସିଜିପିର ବିଭିନ୍ନ ବୈଶିଷ୍ଟ୍ୟ  ଏବଂ ସିନ୍ଥେସିସ୍ ଗ୍ୟାସ୍ ଉତ୍ପାଦନ ପ୍ରକ୍ରିୟା ବିଷୟରେ ବୁଝାଇଥିଲେ | ସିଜିପିର – ଡିଆରଆଇ ରୁଟ ମାଧ୍ୟମରେ ଇସ୍ପାତ ଉତ୍ପାଦନ କରିବାରେ ଜେଏସପିହେଉଛି ବିଶ୍ୱର ପ୍ରଥମ ଇସ୍ପାତ ନିର୍ମାତା |

ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ଜାତୀୟ ଖଣିଜ କଂଗ୍ରେସର ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି ଯେ କୋଇଲା ଗ୍ୟାସିଫିକେସନ୍ ହେଉଛି କୋଇଲାର ଭବିଷ୍ୟତ। ସ୍ୱଚ୍ଛ ଇନ୍ଧନ ଉତ୍ପାଦନ ପାଇଁ କୋଇଲା ଗ୍ୟାସ ଟେକ୍ନୋଲୋଜିର ଲାଭ ଉପରେ ଶ୍ରୀ ଜିନ୍ଦଲ ଆଲୋକପାତ କରିଥିଲେ। ଶ୍ରୀ ଜିନ୍ଦଲ କହିଥିଲେ ଯେ, “କୋଇଲା ଗ୍ୟାସିଫିକେସନ୍ କୋଇଲାର ରାସାୟନିକ ଶକ୍ତି ବ୍ୟବହାର କରିଥାଏ ଏବଂ ସ୍ପଞ୍ଜ ଆଇରନ ତଥା ମିଥାନୋଲ, ଇଥାନଲ ଏବଂ ନୀଳ ହାଇଡ୍ରୋଜେନ ପରି ରାସାୟନିକ ପଦାର୍ଥ ଉତ୍ପାଦନ ପାଇଁ ଏହି ଟେକ୍ନୋଲୋଜି ସବୁଠାରୁ ପରିଷ୍କାର ଏବଂ ଦକ୍ଷ ଉପାୟ” ।

କୋଇଲା ଗ୍ୟାସିଫିକେସନ୍ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ପାଇଁ ସେ ପ୍ରଧାନମନ୍ତ୍ରୀ ଏବଂ କୋଇଲା ମନ୍ତ୍ରଣାଳୟକୁ ଧନ୍ୟବାଦ ଜଣାଇଥିଲେ । “ଆମେ ପରିବେଶର ଯତ୍ନ ନେବା ସହ ଏବଂ କୋଇଲା ଗ୍ୟାସିଫିକେସନ୍ ଭଳି ସବୁଜ ପ୍ରଯୁକ୍ତିର ପ୍ରୟୋଗ ଦ୍ୱାରା ମାଧ୍ୟମରେ ‘ଆତ୍ମା ନିର୍ଭର ଭାରତ’ ଗଠନ ପାଇଁ ଅର୍ଥନୈତିକ ବିକାଶ ନିମନ୍ତେ ଆମେ ପ୍ରତିଶ୍ରୁତିବଦ୍ଧ। ଏହି ଟେକ୍ନୋଲୋଜିକୁ ଆଗକୁ ନେବା ପାଇଁ ଶିଳ୍ପ ସମୂହ ପରସ୍ପର ସହ ସହଯୋଗ କରିବା ସହିତ ମିଳିତ ଭାବରେ କାର୍ଯ୍ୟ କରିବା ଆବଶ୍ୟକ” ବୋଲି ଶ୍ରୀ ଜିନ୍ଦଲ କହିଛନ୍ତି।

ଏହି ଅଧିବେଶନରେ ଅଂଶଗ୍ରହଣ କରି ଜେଏସପିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭି.ଆର୍ ଶର୍ମା ମଧ୍ୟ କୋଇଲା ଗ୍ୟାସ ଟେକ୍ନୋଲୋଜିର ବିଭିନ୍ନ ସୁବିଧା ଉପରେ ଆଲୋକପାତ କରିଥିଲେ | “ସିଜିପିରୁ ଉତ୍ପାଦିତ ସିନ୍ଥେସିସ୍ ଗ୍ୟାସରେ ୬୦ ପ୍ରତିଶତ ହାଇଡ୍ରୋଜେନ୍ ଥାଏ | ଆମେ ଏଥିରୁ ଶସ୍ତା ନୀଳ ହାଇଡ୍ରୋଜେନ ତିଆରି କରିପାରିବା | ସରକାର ଗୋଟିଏ କୋଇଲା ଖଣିରୁ ସିଜିପିକୁ କୋଇଲା ଉପଲବ୍ଧତା ନିଶ୍ଚିତ କରାଇବା ଆବଶ୍ୟକ; ଯାହା ଦ୍ଵାରା ସିଜିପି ଏକ ନିର୍ଦ୍ଦିଷ୍ଟ ପ୍ରକାରର କୋଇଲା ପାଇପାରିବ ଏବଂ ଅଧିକ ଦକ୍ଷତା ହାସଲ କରିପାରିବ” ବୋଲି ଶ୍ରୀ ଶର୍ମା କହିଛନ୍ତି। କୋଇଲା ଖଣି ଅଞ୍ଚଳରେ କିମ୍ବା ଏହାର ଆଖପାଖରେ ଅଧିକ କୋଇଲା ଗ୍ୟାସିଫିକେସନ୍ ପ୍ଲାଣ୍ଟକୁ ପ୍ରୋତ୍ସାହିତ କରାଯିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ଭରତ ସରକାର ସିନ୍ଥେସିସ୍ ଗ୍ୟାସ ବା କୋଲ୍ ଗ୍ଯାସ ବ୍ୟବହାର କରୁଥିବା ଇଣ୍ଟିଗ୍ରେଟେଡ୍ ଗ୍ୟାସିଫିକେସନ୍ କମ୍ବାଇନ୍ଡ ସାଇକଲ୍ ପାୱାର ପ୍ଳାଣ୍ଟ ପ୍ରତିଷ୍ଠା କରିବା ଉଚିତ । ଏହା ଦ୍ଵାରା ସରକାର କୋଇଲା ପରିବହନ କମ କରିପାରିବେ । “ଆମେ କୋଇଲା ପରିବହନ ନକରି, ଟ୍ରାନ୍ସମିସନ ଲାଇନରେ ବିଦ୍ୟୁତ ପରିବହନ କରିବା ଉଚିତ,” ବୋଲି ଶ୍ରୀ ଶର୍ମା କହିଛନ୍ତି ।  

ସିନ୍ଥେସିସ୍ ଗ୍ୟାସ୍ ବ୍ୟବହାର କରି ଇସ୍ପାତ ତିଆରି ପ୍ରଯୁକ୍ତିବିଦ୍ୟା ପାଇଁ ଜାତୀୟ ଖଣିଜ କଂଗ୍ରେସ ପ୍ରତିନିଧୀମାନେ ଜେଏସପିକୁ ପ୍ରଶଂସା କରିଥିଲେ | ୨୦୧୪ରୁ ଜେଏସପି ଦ୍ଵାରା କାର୍ଯ୍ୟକ୍ଷମ ଏହି ସିଜିପି ବିଶ୍ଵ ଇସ୍ପାତ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ।

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଦ୍ୱାରା ଅନୁଗୁଳରେ ସ୍ଥାପିତ କୋଲ୍-ଗ୍ୟାସିଫିକେସନ୍ ପ୍ଲାଣ୍ଟ ଏକ ‘ଟେକ୍ନୋଲୋଜି ପ୍ରଦର୍ଶକ’ ହୋଇପାରିଛି । ଏହାକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସଂଗଠନଗୁଡ଼ିକ ପରିଦର୍ଶନ କରି ଉଚ୍ଚ ପ୍ରଶଂସା କରିଛନ୍ତି | ହାର୍ଭାର୍ଡ ୟୁନିଭରସିଟି ଏବଂ ଏମଆଇଟିର ଛାତ୍ରଛାତ୍ରୀମାନେ ଏହି ପ୍ଲାଣ୍ଟ ପରିଦର୍ଶନ କରିବା ସହିତ ଏହା ଉପରେ ଏକ କେସ୍ ଷ୍ଟଡି ମଧ୍ୟ ପ୍ରସ୍ତୁତ କରିଛନ୍ତି |

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *