ଜମି ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା ।

ଜମି ବିବାଦକୁ ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା ।

ରଜଙ୍ଗ:20.07.23(BREAKING NEWS ODIA)REPORT BY NIRMAL GADANAYAK ପରଜଙ୍ଗ ବ୍ଲକ କଲଦା ଗ୍ରାମପଞ୍ଚାୟତ କଲଦା ଗ୍ରାମର ୧୨ ଶହରୁ ଉର୍ଦ୍ଧ୍ବ ଲୋକ ସଂଖ୍ୟା ଥିବାରୁ ୩ଟି ୱାର୍ଡ କରାଯାଇଛି ।ଜନବସତି ଗ୍ରାମର ଲୋକମାନେ ଚଳପ୍ରଚଳ କରିବା ଲାଗି ଏମାନଙ୍କ ପାଇଁ ୬୬୫ ଏକର ଜଙ୍ଗଲ କିସମ ଜମି ସରକାରଙ୍କ ପକ୍ଷରୁ ପଟ୍ଟା ପାଇଛନ୍ତି ।ଉକ୍ତ ଗ୍ରାମକୁ ଲାଗି ଶୁଣ୍ଢିତଇଳା ନାମରେ ଏକ ଗ୍ରାମ ରହିଛି ,ଯାହାକି ଏହି ଗ୍ରାମରେ କମ୍ ସଂଖ୍ୟକ ପରିବାର ଥିବା ବେଳେ ପଞ୍ଚାୟତ ଅଧୀନରେ ଗୋଟିଏ ୱାର୍ଡ କରାଯାଇଛି ।ଏହି ଗ୍ରାମ ଦୁଇଟି ଗୋଟିଏ ପଞ୍ଚାୟତ ଏବଂ ଏକାଠି ହୋଇ ରହିଥିବାରୁ ଶୁଣ୍ଢିତଇଳା ଗ୍ରାମକୁ ଏକ ରାଜସ୍ୱ ଗ୍ରାମରେ ମାନ୍ୟତା ଦେବାପାଇଁ ପ୍ରସ୍ତାବିତ କରାଯାଇଥିଲା ।ଯାହାକି ଶୁଣ୍ଢିତଇଳା ବାସୀଙ୍କ ପାଇଁ ଆବଶ୍ୟକୀୟ ଭିତ୍ତିଭୂମି ନଥିବା ସ୍ଥଳେ ଗତ ୨ ହଜାର ଦୁଇ ମସିହାରେ କଲଦା ଗ୍ରାମକୁ ସରକାର ନୋଟିସ ଜାରି କରିଥିଲେ । କଲଦା ଗ୍ରାମର ପୂର୍ବପୁରୁଷରୁ ଆଜି ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କରିଆଣିଥିବା ଜଙ୍ଗଲ କିସମ ଜମିରୁ କିଛି ଅଂଶ ଶୁଣ୍ଢିତଇଳା ଗ୍ରାମ ଜମି ସହିତ ମିଶାଇ ରାଜସ୍ୱ ଗ୍ରାମ କରାଯିବାକୁ ମସୁଧା ଚଳାଉଥିବା ବେଳେ ଏହାକୁ କଲଦା ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ ଅଦ୍ୟାବଧି ୨୦ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ କଲଦା ଗ୍ରାମବାସୀ ପକ୍ଷରୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଆଜି ହତାଶ ହୋଇଥିବାରୁ ଗ୍ରାମର ସଭାପତି ଓ ସମ୍ପାଦକଙ୍କ ଆହ୍ଵାନରେ ଶତାଧିକ ମହିଳା ଓ ପୁରୁଷ ମିଶି ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *