ଜଙ୍ଘିରା ଗ୍ରାମରେ ମା ବିଶିରୀ ଠାକୁରାଣୀଙ୍କ ଓଷା ଉଦଯାପିତ
ଜଙ୍ଘିରା ଗ୍ରାମରେ ମା ବିଶିରୀ ଠାକୁରାଣୀଙ୍କ ଓଷା ଉଦଯାପିତ
ଘଟଗାଁ ୦୩-୦୧-୨୦୨୬(ବି.ଏନ .ଓ ) : (ବିଷ୍ଣୁନନ୍ଦ ବେହେରା) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ଗ୍ରାମ ପଞ୍ଚାୟତ ଜଙ୍ଘିରା ଗ୍ରାମରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମା ଠାଙ୍କୁରାଣୀ ଙ୍କର ପୂଜା ଧୁମଧାମରେ ପାଳନ କରା ଯାଇଛି ଏହି ମେଳାରେ ବହୁ ଦୂର ଦୁରାନ୍ତରୁ ଭକ୍ତ ମାନେ ଠାଙ୍କୁରାଣୀଙ୍କ ପାଖରେ ଯିଏ ମାନସିକ କରିଥାନ୍ତି ତାହା ପୂରଣ ମାନସିକ ପୂରଣ ହୋଇଥାଏ ବୋଲି ଭକ୍ତ ମାନେ ବିଶ୍ୱାସ କରି ଯିଏ ଯାହା ମାନସିକ କରିଥାନ୍ତି ବର୍ଷରେ ଥରେ ମାଆଙ୍କ ପାଖକୁ ପୁରଣ କରିବା ପାଇଁ ଧାଇଁ ଆସନ୍ତି | ଜଙ୍ଘିରା ଗ୍ରାମର ଦେହୁରୀ ଦୁଷ୍ମନ୍ତ ନାଏକ ରୀତିନୀତି ଅନୁସାରେ ପୂଜା କରିଥିବା ବେଳେ ନଈଗୁଡା ଗ୍ରାମର ଗାଣୀ ରମାକାନ୍ତ ପାଲ ଓଷା ଗୀତକୁ ଗାଇ ଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ ଅର୍ଜୁନ ବେହେରା ବିଶିରୀ ଠାଙ୍କୁରାଣୀଙ୍କ ବହି ପଢି ସମ୍ପୂର୍ଣ କରିଥିଲେ | ମାଆଙ୍କ ପାଖରେ ନଡ଼ିଆ,କଦଳୀ,ଧୂପ କାଠି ଭୋଗ ଆଣିବା ସହ ବୁଦା କୁକୁଡା ମଧ୍ୟ ବଳୀ ଦିଆ ହୋଇଥାଏ | ମାଆ ଉଷା ଦେଖିବା ପାଇଁ ବହୁ ଦୂର ଦୁରାନ୍ତରୁ ହଜାର ହଜାର ଭକ୍ତ ମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଥିଲା | ସମସ୍ତ ଗ୍ରାମବାସୀ ଦ୍ୱାରା ମା ବିଶିରୀ ଠାଙ୍କୁରାଣୀଙ୍କ ଉଷା ସମ୍ପୂର୍ଣ ହୋଇଥିଲା |

