ଜଗଦୀଶ କାନୁନଗୋଙ୍କୁ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସମ୍ମାନ ସ୍ବର୍ଣ୍ଣଲତା ମିଶ୍ରଙ୍କୁ ଡ.ଏସ.କେ ତାମୋଟିଆ ସମ୍ମାନ।

ଜଗଦୀଶ କାନୁନଗୋଙ୍କୁ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସମ୍ମାନ ସ୍ବର୍ଣ୍ଣଲତା ମିଶ୍ରଙ୍କୁ ଡ.ଏସ.କେ ତାମୋଟିଆ ସମ୍ମାନ
ଭୁବନେଶ୍ବର :16.08.23 BREAKING NEWS ODIA(Report by Bijay kumar panda) ୪ର୍ଥ ଓଡ଼ିଶା ସାଂସ୍କୃତିକ ମହୋତ୍ସବ ଭାରତୀୟ ବିଦ୍ୟା ଭବନରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସ୍ଥପତି ପଦ୍ମ ବିଭୁଷଣ ସୁଦର୍ଶନ ସାହୁ, ମହୋତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ପ୍ରଖ୍ରାତ ଚିତ୍ରକର ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଜଗଦୀଶ କାନୁନଗୋଙ୍କୁ କଳା କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଅବଦାନ ପାଇଁ ଶିଳ୍ପୀଗୁରୁ ରଘୁନାଥ ମହାପାତ୍ର ସମ୍ମାନ ପ୍ରଦାନ କରିବା ସହ ଅଟିଷ୍ଟିକ ସମାଜର ପିଲାମାନଙ୍କୁ ନିର୍ମଳ ହୃଦୟରେ ସେବା କରୁଥିବା ବିଶିଷ୍ଟ ସମାଜସେବୀ ସ୍ବର୍ଣ୍ଣଲତା ମିଶ୍ରଙ୍କୁ ଡ.ଏସ.କେ ତାମୋଟିଆ ଆଚିଭମେଣ୍ଟ ଆଓ୍ବାର୍ଡ ପ୍ରଦାନ କରିଥିଲେ । ଏହି ଉତ୍ସବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ନାଲକୋର ପୂର୍ବତନ ଅଧ୍ୟକ୍ଷ ଏସ.କେ ତାମୋଟିଆ, ପୂର୍ବତନ ସେନା ଅଧିକାରୀ ସୁବାସ ଚନ୍ଦ୍ର ରାୟ, ଫାଦର ଜୀବନ୍ତ କୁମାର ନାୟକ, ସଂଗୀତ ନିର୍ଦେଶକ ବୁବୁ ମିଶ୍ର, ମହୋତ୍ସବର ସମ୍ପାଦକ ସସ୍ମିତା ହୋତା ପ୍ରମୁଖ ଯୋଗଦେଇଥିଲେ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା କୁନି କୁନି କଳାକାରଙ୍କ ଦ୍ବାରା ଚିତାକର୍ଷକ ନୃତ୍ୟ ଓ ସଂଗୀତ ପରିବେଷଣ କରାଯାଇଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଶିକ୍ଷା ଉତ୍କର୍ଷିତା ସମ୍ମାନ ପ୍ରଦାନ କରାଯାଇଥିଲା । ଓଡ଼ିଶା ସାଂସ୍କୃତିକ ମହୋତ୍ସବରେ ସଭାପତି ଗୁରୁପ୍ରସାଦ ସମରେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମହୋତ୍ସବରେ ସାଇ କୁମାର ବିଦ୍ବାନ ଓ ଅମ୍ରିତା ମହାରଣାଙ୍କ ଦ୍ବାରା ଉପସ୍ଥାପନା ବେଶ ଚିତାକର୍ଷକ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *