ଚୀନ୍‌କୁ ଅତିକ୍ରମ କରି ବଜାଜ୍ ଆଲିଆଂଜ୍ ଲାଇଫ୍ ପକ୍ଷରୁପ୍ଲାଙ୍କାଥନ୍‌ରେ ଗିନିଜ୍ ବିଶ୍ୱ ରେକର୍ଡ ଭଙ୍ଗ

ଚୀନ୍‌କୁ ଅତିକ୍ରମ କରି ବଜାଜ୍ ଆଲିଆଂଜ୍ ଲାଇଫ୍ ପକ୍ଷରୁପ୍ଲାଙ୍କାଥନ୍‌ରେ ଗିନିଜ୍ ବିଶ୍ୱ ରେକର୍ଡ ଭଙ୍ଗ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଘରୋଇ ଜୀବନ ବୀମା କଂପାନି ବଜାଜ୍ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ସର୍ବାଧିକ ସଂଖ୍ୟକ ଲୋକ ଆବ୍‌ଡୋମିନାଲ୍ ପ୍ଲାଙ୍କ୍ ସ୍ଥିତିରେ ରହି ଗିନିଜ୍ ବିଶ୍ୱ ରେକର୍ଡକୁ ଭଙ୍ଗ କରି ଇତିହାସ ସୃଷ୍ଟି କରାଯାଇଛି । ଜବାହାର ଲାଲ ନେହେରୁ ଷ୍ଟାଡିୟମ୍ ଦିଲ୍ଲୀରେ ଆୟୋଜିତ ବଜାଜ୍ ଆଲିଆଂଜ୍ ଲାଇଫ୍‌ ପ୍ଲାଙ୍କାଥନ୍ କାର୍ଯ୍ୟକ୍ରମରେ ୪,୪୫୪ ଜଣ ଲୋକ ଏକ ମିନିଟ୍ ପର୍ଯର୍୍ୟନ୍ତ ପ୍ଲାଙ୍କ୍ ସ୍ଥିତିରେ ରହିଥିଲେ । ଏହା ସହିତ ପୂର୍ବରୁ ଚୀନ୍ ନାମରେ ଥିବା ଏହି ରେକର୍ଡକୁ କଂପାନି ଭଙ୍ଗ କରିଛି । ଚୀନ୍‌ରେ ୩,୧୧୮ ଜଣ ଲୋକ ପ୍ଲାଙ୍କ୍‌ ସ୍ଥିତିରେ ରହି ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ । ବଜାଜ୍ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସର ମୁଖ୍ୟ ମାର୍କେଟିଂ ଅଧିକାରୀ ଚନ୍ଦ୍ର ମୋହନ ମେହରା କହିଛନ୍ତି ଯେ, “ଉତମ ସ୍ୱାସ୍ଥ୍ୟ ଓ ସାମଗ୍ରିକ ଫିଟନେସ୍ ପାଇଁ ପ୍ଲାଙ୍କାଥନ୍ ଅଭିଯାନ ହେଉଛି ଆମର ପ୍ରତିବଦ୍ଧତା । ଆମର ବାସ୍ତବ ନାୟକ ସେନା ବାହିନୀ ପ୍ରତି କୃତଜ୍ଞତା ପ୍ରକାଶ କରିବା
ସ୍ୱରୂପ ପ୍ଲାଙ୍କ୍ ଟୁ ଥାଙ୍କ୍ ଅଭିଯାନର ପରିକଳ୍ପନା କରାଯାଇଛି ଯାହା ସାରା ଭାରତରୁ ଜବରଦସ୍ତ ସମର୍ଥନ ଓ ବିପୁଳ ଅଂଶଗ୍ରହଣ ହାସଲ କରିଛି । ଭାରତର ଜୀବନ ଲକ୍ଷ୍ୟରେ ସୁସ୍ଥକର ଓ ସୁଖମୟ ଭାରତୀୟ ହେଉଛନ୍ତି ଭାରତର ଶ୍ରେଷ୍ଠ ବୀମା ।’’ ଭାରତର ପ୍ରଥମ ଦିନିକିଆ କ୍ରିକେଟ୍‌ର ବିଶ୍ୱକପ୍ ବିଜେତା ଟିମ୍‌ର ଅଧିନାୟକ କପିଲ୍ ଦେବ କହିଛନ୍ତି ଯେ, “ଫିଟ୍‌ନେସ୍‌କୁ ଉତ୍ସାହିତ କରିବା ଓ
ଆମର ବାସ୍ତବ ନାୟକମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କରିବା ଲାଗି ସ୍ୱତନ୍ତ୍ର ଭାବେ ମଂଚକୁ ବ୍ୟବହାର କରିବା ଅଭିଯାନ ହାତକୁ ନେଇଥିବାରୁ ମୁଁ ବଜାଜ ଆଲିଆଂଜ୍ ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ବହୁ ଲୋକ ପ୍ଲାଙ୍କ ଅଭିଯାନରେ ସାମିଲ ହେବା ଏବଂ ନିଜର, ନିଜ ପ୍ରିୟଜନ ଓ ଭାରତ ପାଇଁ ସାମଗ୍ରିକ ଫିଟନେସ୍‌କୁ ଗ୍ରହଣ କରିବାକୁ ମୁଁ ଚାହିଁରହିଛି ।’’
ନୂତନ ବିଶ୍ୱରେକର୍ଡକୁ କଂପାନିର ପ୍ଲାଙ୍କ୍ ଟୁ ଥାଙ୍କ୍ ଅଭିଯାନର ସଦ୍ୟତମ ତୃତୀୟ ସଂସ୍କରଣରେ ସ୍ଥାପନ କରାଯାଇଛି ଯାହା ୨୦୨୨ ଜୁଲାଇ ୧ରୁ ଆରମ୍ଭ ହୋଇଛି । ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଭାରତୀୟ ସେନା ବାହିନୀ ପ୍ରତି କୃତଜ୍ଞତା ଜଣାଇବା ପାଇଁ ପ୍ଲାଙ୍କ୍‌ର ଭିଡିଓ ଓ ଛବିକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ଲାଗି କଂପାନି ପକ୍ଷରୁ ଆହ୍ୱାନ ଦିଆଯାଇଥିଲା । ଏକ୍ସସର୍ଭିସ୍‌ମ୍ୟାନ୍‌ଙ୍କ ମଧ୍ୟରେ ଉଦ୍ୟମିତା ସୁବିଧା ପ୍ରଦାନ କରିବା ଲାଗି କଂପାନି ଆର୍ଥିକ ସହଯୋଗ ପ୍ରଦାନ କରିଥିଲା । ରିସ୍କିଲିଂ
କାର୍ଯ୍ୟକ୍ରମରେ ବୈଷୟିକ କୌଶଳ, ବ୍ୟବସାୟ ମେଟଂରିଂ ସୁବିଧା ଆଇକ୍ରିଏଟ୍ ଇଣ୍ଡିଆ ସହଯୋଗରେ ପ୍ରଦାନ କରାଯାଇଛି । କଂପାନି ୨୦୧୮ ପରଠାରୁ ପ୍ଲାଙ୍କ୍ ଅଭିଯାନ ଆୟୋଜନ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *