ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ଅଧର-ପଣା ନୀତି ସଂପନ୍ନ 

ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ଅଧର-ପଣା ନୀତି ସଂପନ୍ନ |

 
   କଟକ, 30/06- ପବିତ୍ର ରଥଯାତ୍ରା ଅବସରରେ ଆଜି ଚାନ୍ଦିନୀଚୌକ ଜଗନ୍ନାଥ ମହାପ୍ରଭୁଙ୍କ ଅଧର-ପଣା ନୀତି ସଂପନ୍ନ ହୋଇଛି | ରାତ୍ର ୯ ଘଟିକା ସମୟରେ ପ୍ରତ୍ୟେକ ଠାକୁରଙ୍କ ନିକଟରେ ଅଧର ସ୍ପର୍ଶ କରୁଥିବା କୋଡୁଆରେ ପଣା ଭୋଗ ଲାଗି କରାଯାଇଥିଲା | ପଣା ଭୋଗ ଲାଗି ହେବା ପରେ ରଥ ଉପରେ ଭଙ୍ଗା ଯାଇଛି | ଉପସ୍ଥିତ ଭକ୍ତମାନେ ଏହି ନୀତି ଦର୍ଶନ କରିବାକୁ ପାଇଥିଲେ | ଏହି ଅବସରରେ ମନ୍ଦିର ପରିଚାଳନା ସମିତି ପକ୍ଷରୁ ଏକ ଭଜନ ସମାବେଶ ଅନୁଷ୍ଠିତ ହୋଇଥିଲା | ଚାନ୍ଦିନୀଚୌକସ୍ଥିତ “ମା’ ଭଗବତୀ ପୂଜା ସଂକୀର୍ତ୍ତନ ସମିତି” ଆନୁକୂଲ୍ୟରେ ଯୁବ-କଣ୍ଠ ଶିଳ୍ପୀମାନେ ଉଚ୍ଚକୋଟିର ଭଜନ ପରିବେଷଣ କରିଥିଲେ | କଟକ ସହର କୋଣ-ଅନୁକୋଣରୁ ଶତାଧିକ ଭକ୍ତ-ଜନସାଧାରଣ ପ୍ରଭୁମାନଙ୍କୁ ଦର୍ଶନ କରି କୃପାଲାଭ କରିଥିଲେ | ପୋଲିସ ପ୍ରଶାସନ ସହ ମନ୍ଦିର କର୍ମକର୍ତ୍ତା ସର୍ବଶ୍ରୀ- ଭିକାରୀ ଦାସ, ପ୍ରତାପକିଶୋର ସିଂହ, ଆଇନଜୀଵୀ ବିଶ୍ଵନାଥ ଦାସ, ବିଜୟ ବେହେରା, ପ୍ରଦୀପ ସିଂହ, କେ. ଭାସ୍କର ରାଓ, ବିଜୟ ଦଳେଇ, ଦିଲ୍ଲୀପ ପ୍ରଧାନ, ଅଜୟ ଦାସ, ରମେଶ ବେହେରା, ମଦନ ବେହେରା, ରାହାସବିହାରୀ ସିଂହ, ଶଶୀକାନ୍ତ ହୋତା, ଦିଲ୍ଲୀପ ଦଳେଇ, ଆନନ୍ଦ ଦାସ, ଲୋକନାଥ ଦାସ, ମନୋଜ ବେହେରା, ଶେଷଦେବ ମହାରଣା, ସତ୍ୟପ୍ରକାଶ ଦାସ, କୃଷ୍ଣଚନ୍ଦ୍ର ମହାପାତ୍ର, ସୋମନାଥ ବେହେରା, ସୁକାନ୍ତ ଦାସ ଓ ବାମାଶଙ୍କର ରାଓ ପ୍ରମୁଖ ସହଯୋଗ କରି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଏହି କାର୍ଯ୍ୟକ୍ରମକୁ ସଫଳ ସଫଳ କରାଇଥିଲେ |
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *