ଗ୍ୟାସ ବିତରକ କେନ୍ଦ୍ରରୁ ଚୋରି । 

ଗ୍ୟାସ ବିତରକ କେନ୍ଦ୍ରରୁ ଚୋରି । 

ପରଜଙ୍ଗ:21.08.23  BREAKING NEWS ODIA (Report by Nirmal gadanayak ) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳରେ ପୁଣି ଦିନକୁ ଦିନ ଚୋରି ସକ୍ରିୟ ହେବାକୁ ଲାଗିଲାଣି ,ଉକ୍ତ ଥାନା ଅଧିନସ୍ଥ ସରାଙ୍ଗ ଫାଣ୍ଡି ଓ ସାଆନ୍ଦା ଫାଣ୍ଡି ଅଞ୍ଚଳରେ ଏପରି ଘଟଣା ଘଟିଚାଲିଛି ଏପରି ଏକ ଘଟଣା ଘଟିଛି ଏହି ବ୍ଲକ ଭାଲୁମୁଣ୍ଡା ଛକରୁ ଡମୋଳ ଗ୍ରାମ ଦେଇ ସରାଙ୍ଗ ଚେକ୍ ଗେଟ ପର୍ଯ୍ୟନ୍ତ ରହିଥିବା ପୂର୍ତ୍ତ ବିଭାଗ ରାସ୍ତାର ସରାଙ୍ଗ ଠାରେ ଏମ ଏସ୍ ଅଗ୍ନି ଭାରତ ଗ୍ରାମୀଣ ବିତରକ କେନ୍ଦ୍ର ନାମରେ ଏକ ଗ୍ୟାସ ଗୋଦାମ ଘର ରହିଛି । ଦୀର୍ଘ ଦିନ ଧରି ଏଠାରେ ଗ୍ୟାସ ଅଞ୍ଚଳବାସୀଙ୍କୁ ବିତରଣ କରିଆସୁଥିବା ମୃତ୍ୟୁଞ୍ଜୟ ନାଥ ଏହାର ପ୍ରୋପାଇଟର ଭାବେ ରହିଛନ୍ତି କିନ୍ତୁ ଏହି ଗ୍ୟାସ ଗୋଦାମରୁ କୌଣସି ଅଜଣା ଦୁର୍ବୃତ୍ତ ଶନିବାର ବିଳମ୍ବିତ ରାତିରେ ଆସି ୩୩ ଟି ଗ୍ୟାସ ଭରି ହୋଇଥିବା ଟାଙ୍କି, ନଗଦ ୮୬ ଟଙ୍କା , ଗୋଟିଏ ମୋବାଇଲ ଓ ସବୁଦିଗକୁ ଲାଗି ରହିଥିବା ସିସି କ୍ୟାମେରା ଓ ଏହାର ଯାନ୍ତ୍ରିକ ମେସିନ ସହ ଚୋରି କରି ନେଇଯାଇଥିବା ଜଣାପଡିଛି । ଏ ନେଇ ବିତରକ ମାଲିକ ଶ୍ରୀ ନାଥ ସରାଙ୍ଗ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *