ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଉନ୍ନତ ଇନସୁଲିନ୍ କୁଲିଂ ସମାଧାନ “ଗୋଦରେଜ୍‌ ଇନ୍‌ସୁଲିକୁଲ୍‌’ ଉନ୍ମୋଚିତ

 

ଭୁବନେଶ୍ୱର: ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦ୍‌ରେଜ୍ ଆଣ୍ଡ୍‌
ବଏସ୍‌ର ଅଂଶ ଗୋଦରେଜ୍ ଆପ୍ଲାଏନ୍‌ସେସ୍ ପକ୍ଷରୁ ଉନ୍ନତ ଇନସୁଲିନ କୁଲିଂ
ସମାଧାନ “ଗୋଦରେଜ୍ ଇନ୍‌ସୁଲିକୁଲ୍‌’ ଓ “ଗୋଦରେଜ୍ ଇନସୁଲିକୁଲ+’କୁ
ଉନ୍ମୋଚନ କରାଯାଇଛି । ଡାଇବେଟିସ୍ ରୋଗୀଙ୍କ ଇନସୁଲିନ୍‌କୁ
ଆବଶ୍ୟକ ତାପମାତ୍ରାରେ ରଖିବା ଲାଗି ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ
କରାଯାଇଛି ।
ଭାରତରେ ୭୪ ନିୟୁତ ଲୋକ ଡାଇବେଟିସ୍‌ରେ ପୀଡ଼ିତ । ବିଶ୍ୱର ଦ୍ୱିତୀୟ
ସର୍ବାଧିକ ଡାଇବେଟିସ୍ ରୋଗୀ ଭାରତରେ ରହିଛନ୍ତି । ୨୦୩୦ ସୁଦ୍ଧା ସେମାନଙ୍କ
ସଂଖ୍ୟା ୧୦% ବଢ଼ିବ ବୋଲି ଆଶା କରାଯାଉଛି । ଭାରତ ଓ ଅନ୍ୟ କିଛି
ଦେଶରେ ଡାଇବେଟିସ୍ ରୋଗୀମାନଙ୍କ ସମସ୍ୟା ହେଉଛି ଇନସୁଲିନ୍‌କୁ ସଠିକ୍‌
ତାପମାତ୍ରାରେ ସଂରକ୍ଷିତ ରଖିବା । ସାଧାରଣ ବରଫ ପ୍ୟାକ୍ କିମ୍ବା ଘରେ ବ୍ୟବହାର
ହେଉଥିବା ରେଫ୍ରିଜରେଟର ସେଥିପାଇଁ ଉପଯୁକ୍ତ ନୁହେଁ । ସଠିକ୍‌
ତାପମାତ୍ରାରେ ଇନସୁଲିନ୍ ନରହିଲେ ତାହାର ପ୍ରଭାବ ହ୍ରାସ ପାଇଥାଏ ।
ଗୋଦରେଜ୍ ଇନ୍‌ସୁଲିକୁଲ୍ ଉତ୍ପାଦ ବର୍ଗମାଳାରେ ରହିଛି ଉନ୍ନତ ସଲିଡ୍‌
ଷ୍ଟେଟ୍ ଥର୍ମୋଇଲେକ୍ଟ୍ରିକ୍ ଶୀତଳତା ପ୍ରଯୁକ୍ତି ଓ ଏହାକୁ ଏଭଳି ପ୍ରସ୍ତୁତ
କରାଯାଇଛି ଯାହା ୪୩ ଡିଗ୍ରି ଭଳି ତାପମାତ୍ରାରେ ମଧ୍ୟ କାମ କରିବ
ଯେଉଁଠାରେ ଏହାର ଭିତର ତାପମାତ୍ରାରେ ୨-୮ ଡିଗ୍ରି ମଧ୍ୟରେ ସର୍ବଦା
ରହିବ । ଏହା ଉପରେ ଥିବା ଡିସ୍‌ପ୍ଲେରେ ଇନ୍‌ସୁଲିନ୍ କେଉଁ ତାପମାତ୍ରାରେ
ସଂରକ୍ଷିତ ରହିଛି ତାହା ପ୍ରଦର୍ଶିତ ହେବ । ଏହାର ଷ୍ଟୋରେଜ୍ କ୍ଷମତା ହେଉଛି ୫୬୦
ଏମ୍‌ଏଲ୍ ଏବଂ ସହଜରେ ଏଥିରେ ୯ଟି ଭାଏଲ୍‌କୁ ରଖିହେବ । ବିକଳ୍ପ ଭାବେ
ଭାଏଲ୍ ହୋଲ୍‌ଡରଙ୍କୁ ବାହାର କରି ସେଥିରେ ୨ଟି ପେନ୍ ଓ ୫ଟି କ୍ୟାଟ୍ରିଜ୍‌
ରଖିହେବ । ଏହାର ସବୁଠୁ ବଡ଼ ଲାଭ ହେଉଛି ପୋର୍ଟେବିଲିଟି । ହାଲୁକା ଓ
ଛୋଟ ହୋଇଥିବା ବେଳେ ଏଥିରେ ଲଗାଯାଇଥିବା ବେଲ୍‌ଟ ଯୋଗୁଁ ଏହାକୁ
ସହଜରେ ବିଭିନ୍ନ ସ୍ଥାନକୁ ନେଇହେବ । ଏଥିରେ ପାୱାର ଆଡାପ୍‌ଡର ମଧ୍ୟ
ରହିଛି । ଅତିରିକ୍ତ ଆକ୍‌ସେସୋରିଜ୍ କିଣି ତାହାର ବ୍ୟାକ୍‌ଅପ୍‌କୁ
ଚାରି ଘଂଟା ବଢ଼ାଇହେବ । ଇନସୁଲିକୁଲ୍‌+ରେ ରହିଛି ଏକ ବାହ୍ୟ
ପାୱାରବ୍ୟାଙ୍କ । ଏଥିରେ ଗ୍ୟାସ୍‌କେଟ୍ ସିଲିଂ କରାଯାଇଥିବାରୁ ପରିବହନ
ସମୟରେ ଶୀତଳତା ହ୍ରାସ ପାଇବ ନାହିଁ ।
ଏ ସମ୍ପର୍କରେ ଗୋଦରେଜ୍ ଆଣ୍ଡ୍ ବଏସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ
ନାଇରିକା ହୋଲକର୍ କହିଛନ୍ତି ଯେ, “ଆଜିର ଦିନରେ ସ୍ୱାସ୍ଥ୍ୟ ଭିତିଭୂମି
ହେଉଛି ଏକ ଦେଶର ଅଭିବୃଦ୍ଧିର ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଅନ୍ୟତମ ଓ ଆମର ଦୃଢ଼

ବିଶ୍ୱାସ ରହିଛି ଯେ ଘରୋଇ ସରକାରୀ ସହଭାଗିତା ସହିତ ଅଭିନବ ସୁବିଧା
ବର୍ତମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସାମ୍ନା କରୁଥିବା ବହୁ ଆହ୍ୱାନର
ମୁକାବିଲାରେ ସହାୟକ ହେବ, ଯାହା ଜନ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବାରେ ସହାୟକ
ହେବ, ଫଳରେ ଜାତୀୟ ସମୃଦ୍ଧି ମିଳିପରିବ । ଇନସୁଲିିନର ଉପଯୁକ୍ତ ଶୀତଳତା
ସମାନର ଅଭାବ ଯୋଗୁଁ ଆମ ଦେଶରେ ଡାଇବେଟିସ୍ କିଭଳି ପ୍ରଭାବିତ
ହେଉଛି ତାହା ଏକ ସର୍ବେକ୍ଷଣରୁ ଆମେ ଜାଣିପାରିଛୁ । ମେଡିକାଲ୍‌
କୋଲ୍‌ଡ ଚେନ୍‌ରେ ଆମର ବିଶେଷତାକୁ ନେଇ ଆମେ ଗୋଦରେଜ୍‌
ଇନସୁଲିକୁଲ ଭଳି ଅଭିନବ ସମାଧାନକୁ ଆମେ ଉପସ୍ଥାପନ କରିଛୁ ।ହା ଏହି
ସମସ୍ୟାର ମୁକାବିଲା କରିବା ଓ ଇନସୁଲିନ ଉପରେ ନିର୍ଭରଶୀଳ ନିୟୁତାଧିକ
ଡାଇବେଟିସ୍ ରୋଗୀଙ୍କ ଜୀବନରେ ଗୁଣାତ୍ମକ ଉନ୍ନତି ଆଣିପାରିବ ।’’
ଦୀନାନାଥ ମଙ୍ଗେସକର ହସ୍ପିଟାଲ ର ଏଣ୍ଡୋକ୍ରିନୋଲୋଜି ମୁଖ୍ୟ ତଥା
ସ୍ଫିୟର, ପୁନେର ପ୍ରତିଷ୍ଠାତା ଡକ୍ଟର ବୈଶାଳୀ ଦେଶମୁଖ କହିଛନ୍ତି ଯେ,
“ସାଧାରଣତଃ ଲୋକମାନେ ଇନସୁଲିନ ରଖିବାକୁ ଘରର ରେଫ୍ରିଜରେଟର ବ୍ୟବହାର
କରିଥାନ୍ତି, ମାତ୍ର ତାହାର ଡୋରକୁ ବାରମ୍ବାର ଖୋଲାଯାଉଥିବାରୁ
ତାପମାତ୍ରାରେ ତାରତମ୍ୟ ଦେଖାଦିଏ ଯାହା ଇନସୁଲିନର ପ୍ରଭାବକୁ ପ୍ରଭାବିତ
କରିଥାଏ ଏବଂ ତାହାର ପ୍ରଭାବ କମ୍ କରେ । ପୁନଶ୍ଚ, ଲୋକମାନେ ଯାତ୍ରା
କରିବା ସମୟରେ ଇନସୁଲିନ ରଖିବାର ଉପଯୁକ୍ତ ସମାଧାନ ବ୍ୟବହାର କରନ୍ତି ନାହିଁ ।
ଇନସୁଲିନ ସର୍ବଦା ୨-୮ ଡିଗ୍ରି ତାପମାତ୍ରାରେ ରହିବା ଦରକାର ଏବଂ ସେଥିରେ
ତାରତମ୍ୟ ଦେଖାଦେଲେ ତାହାର ପ୍ରଭାବ ହ୍ରାସ ପାଏ । ଇନସୁଲିନର ପ୍ରଭାବ ହ୍ରାସ
ପାଇବା ଯୋଗୁଁ ଯେଉଁ ପରିମାଣର ଇନସୁଲିନ ରୋଗୀ ନେଇଥାନ୍ତି ତାହା
ଆବଶ୍ୟକ ପରିମାଣର ରକ୍ତ ଶର୍କରା ସ୍ତର ପ୍ରଦାନ କରିବାରେ ବିଫଳ
ହୋଇଥାଏ ।’’
ଗୋଦରେଜ୍ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି ଓ
ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ, “ଗ୍ରାହକମାନେ ସାମ୍ନା କରୁଥିବା
ସ୍ୱତନ୍ତ୍ର ସମସ୍ୟାର ମୁକାବିଲା ଲାଗି ଆମେ ନିରନ୍ତର କାମ କରୁଛୁ ।
ଡାଇବେଟିସ ରୋଗୀମାନେ ସାମ୍ନା କରୁଥିବା ସବୁଠୁ ଉଲ୍ଲେଖନୀୟ ସମସ୍ୟାକୁ
ଯାହା ଆମେ ଜାଣିପାରିଛୁ ତାହା ହେଉଛି ଇନସୁଲିନକୁ ଉପଯୁକ୍ତ
ତାପମାତ୍ରାରେ ରଖିବାର ଅଭାବ ଯେଉଁଥିପାଇଁ ତାହାର ପ୍ରଭାବ ହ୍ରାସ
ପାଏ । ଇନସୁଲିନକୁ ପରାମର୍ଶଯୋଗ୍ୟ ୨-୮ ଡିଗ୍ରି ତାପମାତ୍ରାରେ ରଖିବା
ଲାଗି ଆମେ ସ୍ୱତନ୍ତ୍ର ଭାବେ ଡିଜାଇନ କରାଯାଇଥିବା ଇନସୁଲିକୁଲ ଉତ୍ପାଦ
ବର୍ଗକୁ ଉନ୍ମୋଚନ କରିଛୁ ଓ ତାହାକୁ ଘର, ଅଫିସ ଓ ଯାତାୟାତ ସମୟରେ
ବ୍ୟବହାର କରିହେବା ଭଳି ପ୍ରସ୍ତୁତ କରାଯାଇଛି । ଆମର ବିଶ୍ୱାସ ରହିଛି
ଯେ ତାହା ଡାଇବେଟିସ୍ ପରିଚାଳନା ଉପରେ ସକାରାତ୍ମକ ପ୍ରଭାବ ପକାଇବ
ଏବଂ ଡାଇବେଟିସ ରୋଗୀଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବାରେ
ସୁଦୂର ପ୍ରସାରୀ ସାବ୍ୟସ୍ତ ହେବ ।’’

ଏହି ଉତ୍ପାଦ ସାରା ଦେଶରେ ସମସ୍ତ ଔଷଧ ଦୋକାନ, ଆମାଜନ ଓ ଅଗ୍ରଣୀ ଇ-
ଷ୍ଟୋରଗୁଡ଼ିକରେ ଉପଲବ୍ଧ ହୋଇଛି ଓ ଏହା ମୂଲ୍ୟ ୫,୯୯୯ ଟଙ୍କାରୁ ଆରମ୍ଭ
ହୋଇଛି । ଆକ୍‌ସେସୋରି ମୂଲ୍ୟ ଅଲଗା ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *