ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର।୧୮୨ୟୁନିଟ ରକ୍ତ ସଂଗ୍ରହ।

ଗାନ୍ଧୀ ଜୟନ୍ତୀ ଅବସରରେ ବ୍ଲକ ବିଜେଡ଼ି ପକ୍ଷରୁ ରକ୍ତଦାନ ଶିବିର।୧୮୨ୟୁନିଟ ରକ୍ତ ସଂଗ୍ରହ।

ତେଲକୋଇ-04.10.23(B.N.O) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ବିଜେଡ଼ି ପକ୍ଷରୁ  ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡ଼ି ସାଧାରଣ ସମ୍ପାଦକ ଧନୁର୍ଜୟ ସିଦ୍ଦୁ ଙ୍କ ନେତୃତ୍ୱରେ ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ  ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ତେଲକୋଇ ସଦର ମହକୁମା ଠାରେ ଥିବା ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ରକ୍ତଦାନ ଶିବିର ରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବିକ୍ରମ କୁମାର ନାୟକ, ପୂର୍ବତନ ବ୍ଲକ ବିଜେଡ଼ି ସଭାପତି ବାମଦେବ ରାଉତ ସାମିଲ ହୋଇଥିଲେ।ଏହି ରକ୍ତଦାନ ଶିବିର ରେ ରେକର୍ଡ ୧୮୨ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।ତେଲକୋଇ ବ୍ଲକର ସମସ୍ତ ପଞ୍ଚାୟତ ରୁ ପ୍ରତିକୂଳ ପାଣିପାଗ ସତ୍ୱେ ବହୁ ସଂଖ୍ୟକ ଲୋକ ରକ୍ତଦାନ ପାଇଁ ଆସିଥିଲେ।ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ଡାକ୍ତର ପି ସତ୍ୟମ, ଜିଲ୍ଲା ରକ୍ତ ଭଣ୍ଡାର ଟେକ୍ନିସିଆନ ଗୌରୀଶଙ୍କର ମଲ୍ଲିକ, ତପନ କୁମାର ନାୟକ, ଅନିଲ କୁମାର ପାତ୍ର, ଯତୀନ କୁମାର ସେଠୀ, ଭାଗିରଥି ମହାକୁଡ଼, ଷ୍ଟାଫନର୍ସ କବିତା ସେଠୀ, କନକ ପଟର ପ୍ରମୁଖ ଉକ୍ତ ଶିବିର କୁ ପରିଚାଳନା କରିଥିଲେ ।ତେବେ ବିଜେଡିର  ଯୋଗଳ କିଶୋର ପ୍ରଧାନ, ଯୁବ ବିଜେଡ଼ିର ଜିଲ୍ଲା ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ବିଶ୍ୱାଳ, ପ୍ରଭାତ ସାହୁ, ଅଇଁଠୁ ପାତ୍ର, ନିରଞ୍ଜନ ସାହୁ,ଶୁଭମ ପ୍ରଧାନ, ମିଟୁ ମହାନ୍ତ, ସୁଧାଂଶୁ ଧୀର ,ବିକାଶ ମହାନ୍ତ ସମେତ ବହୁ କର୍ମୀମାନେ ସାମିଲ ହୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ।

REPORT BY SUSHIL KUMAR MOHANTI

 

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *