ଗାନ୍ଧୀ ଜୟନ୍ତୀରୁ କଟକରେ ସାଇବର ସୁରକ୍ଷା ଅଭିଯାନ ; ଅକ୍ଟୋବର ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପରିଭ୍ରମଣ କରିବ ସଚେତନତା ରଥ

ଗାନ୍ଧୀ ଜୟନ୍ତୀରୁ କଟକରେ ସାଇବର ସୁରକ୍ଷା ଅଭିଯାନ ; ଅକ୍ଟୋବ ର ୨ରୁ ୧୪ ତାରିଖ ପର୍ଯ୍ୟନ୍ତ ପରିଭ୍ରମଣ କରିବ ସଚେତନତା ରଥ
କଟକ, ତା ୨୮.୯.୨୩ (B.N.O) ସାଇବର ଅପରାଧ ନିୟନ୍ତ୍ରଣ ନିମନ୍ତେ ରାଜ୍ୟର ସମସ୍ତ ଜିଲ୍ଲାରେ ଆସନ୍ତା ଗାନ୍ଧୀ ଜୟନ୍ତୀରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାର ଅବ୍ୟବହିତ ପୂର୍ବରୁ ଆଜି କଟକସ୍ଥିତ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀ କକ୍ଷଠାରେ କାର୍ଯ୍ୟକ୍ରମର ସବିଶେଷ ବିବରଣୀର ପୂର୍ବାଭ୍ୟାସ କଟକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡ଼ଃ ଭବାନୀ ଶଙ୍କର ଚୟନୀଙ୍କ ଦ୍ଵାରା କଟକ ଆରକ୍ଷୀ ଅଧିକ୍ଷକ(ଗ୍ରାମାଞ୍ଚଳ)ଶ୍ରୀ ମିହିର କୁମାର ପଣ୍ଡାଙ୍କ ଉପସ୍ଥିତିରେ ଉନ୍ମୋଚନ ହୋଇଯାଇଛି। ଏଥି ସମ୍ବନ୍ଧୀୟଏକ ଲୋଗୋ, ମାସ୍କଟ, ଥିମ ବ୍ୟାକଡ୍ରପ ଓ ଥିମ ସଂଗ ମଧ୍ୟ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶିଶୁ ପର୍ଣ୍ଣୋଗ୍ରାଫି ଓ ବ୍ୟାଙ୍କ ଲୋନ୍ ଠକେଇ ସମ୍ବନ୍ଧିତ ୨ଟି ଭିଡିଓ ପ୍ରଦର୍ଶିତ ହୋଇଥିଲା ।
ସମଗ୍ର ଭାରତବର୍ଷରେ ପ୍ରଥମ କରି ଓଡିଶା ସରକାରଙ୍କ ପକ୍ଷରୁ ସାଇବର ଅପରାଧ ରୋକିବା ନିମନ୍ତେ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଓଡିଶା ପୁଲିସ ଅପରାଧ ନିୟନ୍ତ୍ରଣ ଶାଖାର ଏଭଳି ଜନ ସଚେତନତା ଅଭିଯାନକୁ ଏକ ବଡ଼ କାର‌୍ୟ୍ୟକ୍ରମ ଭାବେ ଅଭିହିତ କରି ଜିଲ୍ଲାପାଳ ଏହାର ସଫଳତା କାମନା କରିବା ସହ ଏହି ସଚେତନତା କାର‌୍ୟ୍ୟକ୍ରମକୁ ସମାଜର ସବୁ ବର୍ଗର ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିବା ସକାଶେ ପରାମର୍ଶ ଦେଇଥିଲେ। ଏଥିସହ ସାଇବର ଠକେଇ ସମ୍ବନ୍ଧରେ ମଧ୍ୟ ସେ ନିଜର ଅନୁଭୂତି ପ୍ରକାଶ କରିଥିଲେ।
ଆରକ୍ଷୀ ଅଧିକ୍ଷକ(ଗ୍ରାମାଞ୍ଚଳ),ଶ୍ରୀ ପଣ୍ଡା ସାଇବର ସୁରକ୍ଷା ସଚେତନତା ଅଭିଯାନ କାର‌୍ୟ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆସନ୍ତା ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଅକ୍ଟୋବର ୧୪ ତାରିଖ ପର୍ଯ୍ୟନ୍ତ ଏକ ସଚେତନତା ରଥ ସମଗ୍ର ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ପୁଲିସ କାର୍ଯ୍ୟାଳୟରୁ ବାହାରି ସମସ୍ତ ବ୍ଲକ ଅଧିନ ପୁଲିସ ଥାନା ଅଂଚଳ ଭ୍ରମଣ କରି ବିଭିନ୍ନ ଶିକ୍ଷାନୁଷ୍ଠାନ, ସାପ୍ତାହିକ ହାଟ ଜନଗହଳି ସ୍ଥାନ ମାନଙ୍କରେ ସଚେତନ କରାଇବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେପ୍ଟେମ୍ବର ୩୦ ତାରିଖ ଦିନ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଏହି ସଚେତନତା ରଥର ଶୁଭାରମ୍ଭ କରିବେ । ଏଠାରେ ସୂଚନାଯୋଗ୍ୟ ଏହି ସଚେତନତା ଅଭିଯାନରେ ଜିଲ୍ଲାର ବ୍ଲକଗୁଡିକର ବିଭିନ୍ନ ସ୍ଥାନରେ ଗଣ ଦୌଡମାନ ଆୟେଜାନ କରାଯିବ । ଏଥିସହ ମିଶନ ଶକ୍ତି ମା ଓ ମହିଳା, ଆଶାକର୍ମୀ, ଅଙ୍ଗନବାଡି କର୍ମୀ, ବରିଷ୍ଠ ନାଗରିକ, ବେସରକାରୀ ସଂସ୍ଥାମାନଙ୍କୁ ମଧ୍ୟ ଏହି ଅଭିଯାନରେ ପ୍ରତ୍ୟକ୍ଷ ଭାବେ ସାମିଲ କରାଯିବ।
ଆଜିର ଏହି ଉନ୍ମୋଚନ କାର‌୍ୟ୍ୟକ୍ରମ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ କୃଷ୍ଣ ପ୍ରସାଦ ପଟ୍ଟନାୟକ, ସାଇବର ସେଲର ନୋଡାଲ ଅଧିକାରୀ ଡ଼ିଏସପି ଅଶ୍ୱିନୀ କୁମାର ସାହୁ, ଡ଼ିଏସପି ଶ୍ରୀ ସ୍ମୃତିରଞ୍ଜନ କର,ଡ଼ିଏସପି ଶ୍ରୀମତୀ ସଂଧ୍ୟାରଣୀ ବେଉରିଆ, ସାଇବରସେଲ ଇଂଚାର୍ଜ ଶ୍ରୀ କୃତିବସ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *