ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର

ମଣିପୁରରେ ଶାନ୍ତି ସଦଭାବନା ନିମନ୍ତେ ସତ୍ୟାଗ୍ରହ
ଗାନ୍ଧୀବାଦୀଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର
 
କଟକ (୧/୭) : ଉତ୍ତର ପୂର୍ବ ଭାରତରେ ସୀମାନ୍ତ ରାଜ୍ୟ ମଣିପୁର ଜଳୁଛି। ମୈତେୟୀ ଓ କୁକି ଜନଜାତିଙ୍କ ମଧ୍ୟରେ ଅଶାନ୍ତି ଯୋଗୁଁ ଶତାଧିକ ଲୋକେ ମୃତ୍ୟୁବରଣ କଲେଣି। ହଜାର ହଜାର ଲୋକ ଘରଦ୍ୱାର ହରାଇ ଦୁଇମାସ ହେଲା ରିଲିଫ କ୍ୟାମ୍ପରେ ରହୁଛନ୍ତି। ଉଭୟ ମଣିପୁର ଓ କେନ୍ଦ୍ର ସରକାର ମୁକ ଦର୍ଶକ ସାଜି ଜାତିଗତ ହିଂସାକୁ ଉସକାଇବା ଦିଗରେ କାର୍ଯ୍ୟ କରୁଛନ୍ତି। ମଣିପୁରରେ ଶାନ୍ତି ସଦଭାବନା ପ୍ରତିଷ୍ଠା ପାଇଁ ଗାନ୍ଧୀବାଦୀ ସଙ୍ଗଠନ ମାନଙ୍କ ପକ୍ଷରୁ ମଣିପୁରର ସାଧାରଣ ଜନତାଙ୍କୁ ଅପିଲ କରାଯାଇ ଆଜି ଦେଶବ୍ୟାପୀ ସତ୍ୟାଗ୍ରହ ଆୟୋଜନ କରାହେଉଛି। କଟକ ଠାରେ  ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଉତ୍କଳ ସର୍ବୋଦୟ ମଣ୍ଡଳ, କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଲୋକ ସ୍ୱରାଜ, ଓଡିଶା, ଉନ୍ନତ ଦେଶ ଓ ଦୁନିଆ ନିମନ୍ତେ ମହିଳାଗଣ, ଲୋହିଆ ଏକାଡେମୀ,  ରାଷ୍ଟ୍ରୀୟ ଯୁବା ସଙ୍ଗଠନ ମାନଙ୍କ ଦ୍ୱାରା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସମ୍ପାଦକ ସର୍ବଶ୍ରୀ ଜୟନ୍ତ କୁମାର ଦାସ, କଟକ ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ଲକ୍ଷ୍ମୀପ୍ରକାଶ ମହାପାତ୍ର, ଲୋକ ସ୍ୱରାଜ ଓଡ଼ିଶାର ସଭାପତି ଡଃ ଅଜୟ କୁମାର ପତି, ସାଧାରଣ ସମ୍ପାଦକ ସବ୍ୟସାଚୀ ମହାନ୍ତି, ବସ୍ତି ଆନ୍ଦୋଳନ ନେତା ଖଗେଶ୍ୱର ସେଠୀ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଅନିମା ରାୟ, ବସ୍ତି ବାସନ୍ଦା ଏକତା ମଞ୍ଚର ସଭାପତି ଶେଖ ଅବଦୁଲ୍ଲା, ସୟେଦ ସାଜିଦୁଲ୍ଲା ରେହମନ, ସନାତନ ମଲ୍ଲିକ, ସୁସ୍ମିତା ପଟ୍ଟନାୟକ, ପ୍ରସନ୍ନ କୁମାର ମହାପାତ୍ର, ମହମ୍ମଦ ସନାଉଲ୍ଲା, ସନାତନ ମଲ୍ଲିକ, ବି ଚୈତନ୍ୟ କୁମାର, ବିଜୟ ମହାରଣା, ଶିଶିର ଶତପଥି, ସରୋଜ ଶତପଥି, ଅଭିମନ୍ୟୁ ସ୍ୱାଇଁ, କାଜଲ ମଲ୍ଲିକ, କାୟୁମ ଭାଇ, ଦେବୀପ୍ରସନ୍ନ ମହାପାତ୍ର, କାଶୀନାଥ ସ୍ୱାଇଁ, ବିଶ୍ଵଜିତ ପାଣି, ରାଷ୍ଟ୍ରୀୟ ଯୁବା ସଙ୍ଗଠନର ଅଲିଭା ଦାଶ ପ୍ରମୁଖ ସତ୍ୟାଗ୍ରହରେ ସାମିଲ ହୋଇଥିଲେ। ଶେଷରେ କଟକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇ ମଣିପୁରରେ ଶାନ୍ତି ସ୍ଥାପନ ନିମନ୍ତେ ଉଭୟ ସରକାରଙ୍କୁ ତାଗିଦ କରିବା ପାଇଁ ନିବେଦନ କରାଯାଇଥିଲା। 
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *