“ଗାଁ କନିଆଁ ଭେଟଘାଟ-୨୦୨୫”
“ଗାଁ କନିଆଁ ଭେଟଘାଟ-୨୦୨୫”
- ପରମ୍ପରାକୁ ପାଦେ ଆଗେଇନେବାପାଇଁ ଯୋଗଦେଲେ…
- ୮୦ ବର୍ଷରୁଉର୍ଦ୍ଧମହିଳା, ବୋତାଖାଲ ଗ୍ରାମ ସମ୍ମାନୀତ ହେବାପାଇଁ ଆଗଧାଡିରେ …

ନିଆଳୀ ୧୧-୧୦-୨୦୨୫(ବି.ଏନ .ଓ ) : (ବିଶ୍ୱମ୍ବର ସେନାପତି) ସ୍ନେହ,ଶ୍ରଦ୍ଧାର ପ୍ରଶଂସା ସାଉଁଟିଲା ଦ୍ୱିପାଞ୍ଚଳର ବୋତାଖାଲ ଗ୍ରାମ.ପ୍ରଥମ କରି ଗାଁର ଭଉଣୀମାନଙ୍କୁ ନେଇ ଆରମ୍ଭ ହେଲା ଏକ ଅଭିନବ ପ୍ରୟାସ “ଗାଁ କନିଆଁ ଭେଟଘାଟ-୨୦୨୫”. ବର୍ତ୍ତମାନ ସମୟରେ ବିଭିନ୍ନ ଗ୍ରାମର ପିଲାମାନେ ସହରୀ ମୁହାଁ ହୋଇଥିବା ବେଳେ ସହରୀ ସଭ୍ୟତା ଭିତରେ ଦିନ କୁ ଦିନ ଗାଁର ସଭ୍ୟତା, ଚଳଣି ହଜିଯିବାକୁ ବସିଲାଣି .ଏଭଳି ଏକ ସମୟରେ ବୋତାଖାଲ ଗାଁର କିଛି ଝିଅ ମାନେ ଏକ ଅଭିନବ ପ୍ରୟାସ କରି ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି. ଗାଁ ର ଛୋଟ ଶିଶୁ କନ୍ୟାଠୁ ଆରମ୍ଭ କରି ବରିଷ୍ଠ ବିବାହିତା ଝିଅ ତଥା ୮୦ ବର୍ଷରୁ ଉର୍ଦ୍ଧ ମହିଳାମାନଙ୍କୁ ଏକାଠି କରି “ଗାଁକନିଆଁଭେଟଘାଟ-୨୦୨୫” ଏକ ସୁନ୍ଦର କାର୍ଯ୍ୟକ୍ରମ ମାଧ୍ୟମରେ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା.ବହୁ ଦୂରରୁ ଆସିଥିବା ଭଉଣୀମାନଙ୍କୁ ଉକ୍ତ ବୋତାଖାଲ ଗାଁର କୁନି ଝିଅ ମାନେ ଫୁଲ ଚନ୍ଦନ ଦେଇ ସ୍ୱାଗତ କରିଥିଲେ . ସଂନ୍ଧ୍ୟା ରେ କୁମାର ପୁର୍ଣିମା ଗୀତ, ପୁଚି ଖେଳ,ନାଚ ଏବଂ ବଡ ଭଉଣୀମାନଙ୍କର ପିଲାବେଳର କାହାଣି ଓ ନିଜ ମାଟିର ଅନୁଭୂତି ବଖାଣିବା ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା . ଉକ୍ତ କାର୍ଯ୍ୟକ୍ରମକୁ “ସ୍ମାଇଲ ଫର ଟୁଡେ” ସଂଗଠନର ସଂପାଦିକା ତଥା ଗ୍ରାମର ସମସ୍ତଙ୍କ ପ୍ରିୟ ଶ୍ରୀମତି ସଂଘମିତ୍ରା ସ୍ୱାଇଁ ସୁନ୍ଦର ଉପସ୍ଥାପନା ଶୈଳୀରେ ସମସ୍ତଙ୍କ ମୁହରେ ହସ ଫୁଟାଇବା ଭଳି ପ୍ରୟାସ କରି ସମସ୍ତ ଭଉଣୀମାନଙ୍କ ସହାୟତାରେ ଆଗକୁ ବଢିଥିବା ଥିବାବେଳେ ପରିଚାଳନାରେ ମିନତୀ ମହାପାତ୍ର, କୁନୀଳତା ମହାପାତ୍ର, ସରୋଜିନୀ ମହାପାତ୍ର, ସସ୍ମିତା ମହାପାତ୍ର,, ପ୍ରଭାତୀ ବେହେରା, ରେଣୁବାଳା ବେହେରା ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ. ଅନ୍ୟ ବଡ ଭଉଣୀ ମାନେ ଆରତୀ, ମମତା, ବିଦୁଲତା, ପୁଷ୍ପଲତା, ଲିପିକା, କବିତା,ସବିତା, ଅଞ୍ଜନା, ବିନୋଦିନୀ, ଲିପି, ରିଙ୍କି, ପିଙ୍କି,ସଂଯୁକ୍ତ ପ୍ରଧାନ, କୁନୀଳତା ପ୍ରଧାନ, ପ୍ରିୟତମ ବେହେରା, ମିତା ଏବଂ ଗ୍ରାମର ସମସ୍ତ ଭଉଣୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେଇଥିଲେ. ପ୍ରତି ବର୍ଷ ଏହିଭଳି କାର୍ଯ୍ୟକ୍ରମକୁ ଆହୁରି ବୃହତ ଆକାର ଦିଆଯିବ ବୋଲି ସମସ୍ତେ ମତ ରଖିଛନ୍ତି . ଏହି ନିଆରା କାର୍ଯ୍ୟକ୍ରମ ଯୋଗୁଁ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି. ଆଖପାଖ ଗ୍ରାମର ବହୁ ଲୋକମାନେ ପ୍ରଶଂସା କରିଥିବା ବେଳେ ମା ଲକ୍ଷ୍ମୀ ଫ୍ଲେକ୍ସ ପ୍ରିଣ୍ଟ(ବୋତାଖାଲ)ର ଆଡଭାଇଜର ତଥା ସାମ୍ବାଦିକ ଦ୍ୱିଜବର ମହାପାତ୍ର ଏହି ଅନନ୍ୟ କାର୍ଯ୍ୟକ୍ରମ ଏକ ଦୂରେଇ ଯାଇଥିବା ସଂପର୍କକୁ ବାନ୍ଧି ରଖିବାର ପ୍ରୟାସ ତଥା ସାଂଉଁଟା ସ୍ମୃତିର ପସରା ବୋଲି ଆଖ୍ୟା ଦେଇଛନ୍ତି.

