ଗଣତନ୍ତ୍ରର ସୁରକ୍ଷା ଗାନ୍ଧି ପଥରେ।।

REPORT BY BIJAY KUMAR PANDA

କଟକ:(B.N.O) ତା୩ -୧୦-୨୩ କଟକ ସ୍ଥାନୀୟ ଶହୀଦ ପାର୍କ ଠାରେ ମହାତ୍ମା ବିଚାର ମଞ୍ଚ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ ତମ ଜୟନ୍ତୀ ପାଳନ କରିଛି। ବିଶିଷ୍ଟ ଗାନ୍ଧୀବାଦୀ ଡ଼. ବିଶ୍ୱଜିତ୍ ରାୟ ଓ ଅନ୍ୟ ସଭ୍ୟ ମାନେ ପୁଷ୍ପ ମାଲ୍ଯ ଅର୍ପଣ କରିବା ପରେ ଶ୍ରୀମତୀ ନମିତା ମଞ୍ଜରୀ ସାହୁଙ୍କ ଅଧ୍ୟକ୍ଷତାରେ “ଆଜି ଗାନ୍ଧି ବିଚାର ର କେତେ ପ୍ରାସଙ୍ଗିକତା ରହିଛି” ଶୀର୍ଷକ ଆଲୋଚନା ସଭା ଆୟୋଜିତ କରାଯାଇଥିଲା। ମଞ୍ଚ ର ଅଧକ୍ଷ ଶ୍ରୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ସ୍ଵାଗତ ଭାଷଣ ଦେଇ ଯୁବ ପିଢ଼ି ମାନେ ଗାନ୍ଧୀ ଦର୍ଶନରେ ଅନୁପ୍ରାଣିତ ହୋଇ ପାରିଲେ ପ୍ରକୃତ ରାମରାଜ୍ୟ ର ପ୍ରତିଷ୍ଠା ହୋଇ ପାରିବ ବୋଲି କହିଲେ। ମଞ୍ଚର ଆବାହକ କ୍ଷୀରୋଦ କୁମାର ସାହୁ ଦେଶର ସାଂପ୍ରତିକ ପରିସ୍ଥତିରେ ଗାନ୍ଧି ଦର୍ଶନ ହିଁ ଏକ ମାତ୍ର ପରିପନ୍ଥୀ ବୋଲି କହିଲେ। ଉକ୍ତ ସଭାରେ ସର୍ବଶ୍ରି ସଂଗ୍ରାମ ସାମନ୍ତରାୟ,ଗଙ୍ଗାଧର ବେହେରା,ଉପେନ୍ଦ୍ର ବେହେରା, ଅନିମା ରାୟ, ତପନ ପୃଷ୍ଟି,ମହମ୍ମଦ ମୋକିମ୍, ୩୪ ନମ୍ବର ୱାର୍ଡ ବରିଷ୍ଟ ନାଗରିକ କମିଟିର ସମସ୍ତ ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଯୋଗଦେଇଥିଲେ। ଉକ୍ତ ସଭାରେ ମଞ୍ଚର ଦୁଇଜଣ ସଦସ୍ୟ ପ୍ରଶାସନିକ ଅଧିକାରୀ ପ୍ରବୋଧ କୁମାର ରାଉତ ଓ ଅଶ୍ଵିନୀ କୁମାର ମହାରଣା ଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *