ଗଡଗଡିଆ ଘାଟ ଭୁଶୁଡି ପଡିବା ଘଟଣା:୭ ଦିନ ଭିତରେ ପୁନଃନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତି କରିବାକୁ ମେୟରଙ୍କ ଚିଠି

କଟକ:27.09.23(B.N.O):Report by Malaya Parija ମହାନଦୀର ଗଡଗଡିଆ ଘାଟକୁ ନୂଆ ରୂପ ଦେବା ପାଇଁ ମହାନଦୀ କାଠଯୋଡ଼ି ସିଷ୍ଟମ ପକ୍ଷରୁ ଗତବର୍ଷ ଗଡଗଡିଆ ଘାଟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଏହା ଦ୍ୱାରା କାର୍ତ୍ତିକ ମାସ ଡଙ୍ଗା ଭସା, ବୋଲ ବମ ଏବଂ ବାଲିଯାତ୍ରା ଭଳି ବଡ଼ ବଡ଼ ଉତ୍ସବରେ ଏହି ଘାଟଟି ବଡ଼ ସହାୟକ ହେଉଥିଲା । ତେବେ ସେହି ଘାଟଟି ପ୍ରବଳ ବନ୍ୟା ପ୍ରଭାବରେ ଭୁଶୁଡି ପଡିବା ଫଳରେ ଅବସ୍ଥା ଶୋଚନୀୟ ହୋଇପଡିଛି । ଏହି ଘାଟଟିକୁ ପୁନଃନିର୍ମାଣ କରିବା ନିମନ୍ତେ ଜନସାଧାରଣ ଦାବି କରିବା ପରେ ସିଏମସି ମେୟର ନିଜେ ସ୍ଥିତି ଅନୁଧ୍ୟାନ କରିଥିଲେ । ଏ ନେଇ ମେୟର ସୁବାସ ସିଂହ ଟେକ୍ନିକାଲ କମିଟି ଜରିଆରେ ଏହାର ତଦନ୍ତ କରାଯାଇ ପ୍ରକୃତ ଭୁଶୁଡିବା କାରଣ ଖୋଜାଯିବା ଏବଂ ୭ ଦିନ ଭିତରେ ଏକ ସ୍ୱତନ୍ତ୍ର ଡିପିଆର ପ୍ରସ୍ତୁତି କରାଯାଇ ବନ୍ୟା ଛାଡିବା ପୂର୍ବରୁ ଏହାର ପୁନଃ ନିର୍ମାଣ କରିବା ପାଇଁ ଚିଫ ଇଂଜିନିୟର ମହାନଦୀ କାଠଯୋଡ଼ି ବେସିନର ଇଂ.ସାଗର ମହାନ୍ତିଙ୍କୁ ଚିଠି ଲେଖିଛନ୍ତି । ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ତଥା ବାଲିଯାତ୍ରା ପୂର୍ବରୁ ଏହାର ନିର୍ମାଣ ଶେଷ କରିବାକୁ ମେୟର କଡା ନିର୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *