ଖିମଜୀ ଜୁଏଲର୍ସରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ରଶୁଭାରମ୍ଭ

ଭୁବନେଶ୍ୱର, 27th April,(Bnews): ଖରିଫ ଋୁତୁକୁ ସ୍ୱାଗତ କରି ଧାନ ବୁଣିବାର ସୁବର୍ଣ୍ଣ ପର୍ବକୁ ପାଳନ କରିବା ପାଇଁଁ, ଓଡିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ, ଖିମଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହିତ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ର ଶୁଭାରମ୍ଭ କରିଛି । ଦେବୀ ଅନ୍ନପୂର୍ଣ୍ଣା ଏହି ଦିନ ଜନ୍ମ ହୋଇଥିବାରୁ,ଏହି ଦିନ ଘରକୁ ସୁନା ଆଣିବା ସମୃଦ୍ଧି ଏବଂ ଶୁଭ ଜନକ ବୋଲି ବିଶ୍ୱାସ କରାଯାଏ ।ଖିମଜୀ ଜୁଏଲର୍ସର ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍‌୍‌’ରେ ସୁନା ଅଳଙ୍କାରର ସମ୍ପୁର୍ଣ୍ଣ ମୂଲ୍ୟ ଉପରେ ୫.୪% ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୦% ଓ ରୂପା ସାମଗ୍ରୀର ଗଢା ମୂଲ୍ୟ ଉପରେ ୩୦% ରିହାତି ଉପଲବ୍ଧ ରହିଛି । ଏହି ଅଫର୍ ୨୭ ଏପ୍ରିଲ୍‌, ୨୦୨୨ରୁ ଆରମ୍ଭ ହୋଇ ୮ ମଇ,୨୦୨୨ ପର୍ଯ୍ୟନ୍ତ ରହିବ । ବିଗତ ଆଠ ଦଶନ୍ଧି ଧରି ଖିମଜୀ ଜୁଏଲର୍ସ ତାର ଅଭିଜ୍ଞତା ଅର୍ଜନ କରି ସମ୍ମାନିତ ଗ୍ରାହକଙ୍କ ଦ୍ୱାରା ମୂଲ୍ୟବୋଧତା ବଜାୟ ରଖିଛି । ଖିମଜୀ ସର୍ବଦା ସର୍ମୋତ୍ତମ ଅଫର୍ ଆଣି ଏକ ମାନଦଣ୍ଡ ସୃଷ୍ଟି କରିପାରିଛି । ଏଠାରେ ସର୍ବୋକୃଷ୍ଟ ଅଳଙ୍କାର ପାଇଁ ସର୍ବୋତ୍ତମ କାରୀଗରଙ୍କୁ ମନୋନୀତ କରାଯାଇଥାଏ । ସେହିପରି ଗ୍ରାହକଙ୍କ ଖୁସିକୁ ଧ୍ୟାନରେ ରଖି ଖିମଜୀ ସର୍ବଦା ଆର୍କର୍ଷଣୀୟ ଅଫର୍‌ଆଣିଥାଏ ।ଏହି ପର୍ବ ଉପରେ ମନ୍ତବ୍ୟ ଦେଇ ଖିମଜୀ ଜୁଏଲର୍ସର ନିର୍ଦ୍ଦେଶକ ମିତେଶ ଖିମଜୀ କହିଛନ୍ତି, “ଏହା ଆମର ୮୬ତମ ବର୍ଷ ଏବଂ ଆମେ ସମସ୍ତ ଗ୍ରାହକଙ୍କ ପାଇଁ ରିହାତିର ସର୍ବୋତ୍ତମ ପ୍ୟାକେଜ୍ ଆଣି ଅକ୍ଷୟ ତୃତୀୟାର ପର୍ବକୁ ଆନନ୍ଦଦାୟକ କରିବାକୁ ଚାହୁଁଛୁ । ରିହାତି ବ୍ୟତୀତ, ସୁଲଭ ମୁଲ୍ୟରେ ପାରମ୍ପରିକଅଳଙ୍କାର ଡିଜାଇନର ସଂଗ୍ରହ ମଧ୍ୟ ନେଇ ଆସିଛୁ” । ଏହି ଅଫର୍‌ଗୁଡିକର ଲାଭ ଉଠାଇବା ପାଇଁ ଭୁବନେଶ୍ୱର, ରାଉଲକେଲା, ବ୍ରହ୍ମପୁର ଏବଂ କଟକ ଠାରେ ଖିମଜୀର ଷ୍ଟୋରମାନ ପରିଦର୍ଶନ କରନ୍ତୁ । ଏହି ଅଳଙ୍କାର ବ୍ରାଣ୍ଡ ସୁନା, ହୀରା, ପ୍ଲାଟିନମ୍‌, ରୂପା, ଆନ୍ତରଜାତୀୟ ଘଣ୍ଟା, ଅନନ୍ୟ ମୂଲ୍ୟବାନ ଧାତୁ ଏବଂ ପଥରର ଏକ ବିଶାଳ ଓ ଅଦ୍ୱିତୀୟ ସଂଗ୍ରହଣ ରଖିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *