ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୮ ତମ ଶୁଭ ପ୍ରତିଷ୍ଠାଦିବସ

ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ର ୫୮ ତମ ଶୁଭ ପ୍ରତିଷ୍ଠାଦିବସ
କଟକ : ତା ୧୮.୦୭.୨୦୨୩(BREAKING NEWS ODIA)ଆଜି ଖାନ ନଗର ସରକରୀ ଉଚ୍ଚ ବିଦ୍ୟାଳୟ ର ୫୮ ତମ ଶୁଭ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି ! ଏହି ଉତ୍ସବ ଉପଲକ୍ଷେ ଆୟୋଜିତ ସଭା ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ସଭାପତିତ୍ଵ କରିଥିଲେ ! କଟକ ମହାନଗର ନିଗମ ର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଉଦ୍ଘlଟକ ଭାବରେ ଯୋଗଦେଇ ବିଦ୍ୟାଳୟ ରେ ଆୟୋଜିତ ଏପରି ମହତ୍ କାର୍ଯ୍ୟକ୍ରମ ପାଇଁ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀ,ପୁରାତନ ଛାତ୍ରଛlତ୍ରୀମାନଙ୍କୁ ଶୁଭେଛା ଜଣାଇବା ସହିତ ନିଜ ଛାତ୍ର ଜୀବନ ର ମଧୁର ଅନୁଭୂତି ସ୍ମରଣ କରି ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଙ୍କର ୫ଟି ଆଧାରିତ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ ମାନଙ୍କ ଆକାଂକ୍ଷା ପୂରଣ କିପରି କରାଯାଇପାରୁଛି ତାହା ବର୍ଣ୍ଣନା କରିଥିଲେ ! ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ପ୍ରତିଷ୍ଠା ଦିବସ ପାଳନର ମହତ୍ତ୍ୱ ବିଷୟରେ ପ୍ରକାଶ କରିବା ସହିତ ଉପସ୍ଥିତ ଛାତ୍ରଛlତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟ ର ଗୌରବ ଓ ସମୃଦ୍ଧ ଅତୀତକୁ ଆଧାର କରି ନିଜକୁ ଭଲ ମଣିଷ କରି ଗଢିତୋଳିବା ସହିତ ନିଜ ମାତୃ ଅନୁଷ୍ଠାନ ଓ ଭବିଷ୍ୟତ ପୀଢ଼ି ର ଉନ୍ନତି ପାଇଁ ନିଜକୁ ତ୍ୟାଗନିଷ୍ଠ ଭାବରେ ଉତ୍ସର୍ଗ କରିବାପାଇଁ ପରାମର୍ଶ ପ୍ରଦାନ କରିଥିଲେ ! ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଅନନ୍ତ ଚରଣ ଦେହୁରୀ ଯୋଗ ଦେଇଥିଲେ !ଏହି ଅବସର ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ତାକର୍ଷକ ରଙ୍ଗୋଲି, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ! ବରିଷ୍ଠ ଶିକ୍ଷୟିତ୍ରୀ ଡ ସୁଜାତା ମହାପାତ୍ର ଓ କାଞ୍ଚନ ବାଲା ରାଉଳ ଙ୍କୁ ସେମାନଙ୍କ ଜୀବନ ବ୍ୟାପି ସେବା ପାଇଁ “ବିଦ୍ୟାଳୟ ଶ୍ରୀ ” ଓ ଶିକ୍ଷକ ରଞ୍ଜିତ କୁମାର ଦାସ ଙ୍କୁ ପ୍ରକୃତି ଓ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ପାଇଁ “ବିଦ୍ୟାଳୟ ସାଥୀ” ସମ୍ମାନ ପ୍ରଦାନ କରାଯାଇଥିଲା ! ଏଭଳି ମହତ୍ କାର୍ଯ୍ୟ ର ସଫଳତା ପାଇଁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ, ପୂରାତନ ଛାତ୍ର ଛାତ୍ରୀ, ପରିଚାଳନା କମିଟି ର ସଭ୍ୟ ସଭ୍ୟା ଓ ଅଭିଭାବକ ମାନେ ସକ୍ରିୟ ସହଯୋଗ କରିଥିଲେ ! ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *