କ୍ରୀଡାଙ୍ଗନ କର୍ମଶାଳା ଶିବିର ଉଦଘାଟିତ ।

କ୍ରୀଡାଙ୍ଗନ କର୍ମଶାଳା ଶିବିର ଉଦଘାଟିତ ।

ପରଜଙ୍ଗ:17.08.23  BREAKING NEWS ODIA (Report by Nirmal gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ମହେଶ୍ଚନ୍ଦ୍ର ସୁବାହୁସିଂହ ନୋଡାଲ ବିଦ୍ୟାପୀଠ ପରିସରରେ କ୍ରୀଡ଼ାଙ୍ଗନ କର୍ମଶାଳା ଶିବିର ଉଦଘାଟିତ ହୋଇଯାଇଛି ।ଆୟୋଜିତ ଶିବିରରେ ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୋଡାଲ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପରିଡା, କାମାକ୍ଷାନଗର ବିଦ୍ୟାଳୟର ଟ୍ରେନର ଶିକ୍ଷକ ରାମକୃଷ୍ଣ ବେହେରା , ପରଜଙ୍ଗ ବ୍ଲକ ଖେଳ ଶିକ୍ଷକ ସଂଘ ସଭାପତି ତଥା କ୍ରୀଡାଙ୍ଗନ ଟ୍ରେନର ଶିକ୍ଷକ ତ୍ରିଲୋଚନ ସାହୁ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବେହେରା, ବି ଆର ସିସି ବିଦ୍ୟାଧର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।ଉପସ୍ଥିତ ଅତିଥି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଧୂପ ଦୀପ ଜାଳି ଶିବିରକୁ ଶୁଭ ଉଦଘାଟନ କରିଥିଲେ ।ଏହି ଶିବିର ୩ ଧରି ପରିଚାଳିତ ହେବାକୁ ଥିବା ବେଳେ ବ୍ଲକର ସମସ୍ତ ଖେଳ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଅଛନ୍ତି ।ଖେଳ ଶିକ୍ଷକ ଭଗବାନ ସାହୁ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ସଞ୍ଚାଳନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *