କୋଠା ଭୁଶୁଡି ପଡି ମୃତ୍ୟୁର ୨୪ଘଣ୍ଟାରେ ଯାଞ୍ଚ ରିପୋର୍ଟ ତଲବ କଲେ ଜିଲ୍ଲାପାଳ

News By Bijay kumar panda

କୋଠା ଭୁଶୁଡି ପଡି ମୃତ୍ୟୁର ୨୪ଘଣ୍ଟାରେ ଯାଞ୍ଚ ରିପୋର୍ଟ ତଲବ କଲେ ଜିଲ୍ଲାପାଳ

କଟକ ୦୯-୧୧-୨୦୨୫(ବି.ଏନ .ଓ ) :  (ବିଜୟ କୁମାର ପଣ୍ଡା )  କ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାରେ ଗତକାଲି ରାତିରେ ବକ୍ସିବଜାର ଅଞ୍ଚଳର ମଣିସାହୁ ଛକ ନିକଟରେ ଏକ ପୁରୁଣା କୋଠାର କିଛି ଅଂଶ ଭୁଶୁଡି ପଡି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଜଡିତ କୋଠାର ନିର୍ମାଣ ବୈଧତା ତଥା ଆବଶ୍ୟକୀୟ ଅନୁମତି ହାସଲ ବିଷୟରେ ଯାଞ୍ଚ କରିବା ନିମନ୍ତେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କଟକ ମହାନଗର ନିଗମର ଅତିରିକ୍ତ ଆଯୁକ୍ତଙ୍କ ଅଧ୍ୟକ୍ଷତାରେ ଏକ ଯାଞ୍ଚ କମିଟି ଗଠନ କରିଛନ୍ତି ଯେଉଁଥିରେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ, ମହାନଗର ନିଗମର ନଗର ଯନ୍ତ୍ରୀ, କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହକାରୀ ସହର ଯୋଜନାକାରୀ ଆଦି ସଭ୍ୟଭାବେ ରହିଛନ୍ତି । ଏହି କୋଠା ନିର୍ମାଣର ମୂଳ ଅନୁମତି କଟକ ଉନ୍ନୟନ କର୍ତ୍ତୃପକ୍ଷ ଦେଇଥିବାରୁ ଆବଶ୍ୟକୀୟ ଦସ୍ତାବିଜ କଟକ ଉନ୍ନୟନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରୁ ହାସଲ କରାଯାଇ ଯାଞ୍ଚ କରାଯିବ। ଏହି ଯାଞ୍ଚ କମିଟି ସଂପୃକ୍ତ କୋଠାର ନିର୍ମାଣ ଜନିତ ଦୃଢତା ଏବଂ ସ୍ଥାୟିତ୍ୱକୁ ପରୀକ୍ଷା ନିରୀକ୍ଷା କରିବେ । ଏହି ଅଟ୍ଟାଳିକା ନିର୍ମାଣ ନିମନ୍ତେ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଠାରୁ ଅନୁମତି ହାସଲ କରାଯାଇଛି କି ନାହିଁ ଏବଂ ଅନୁମୋଦିତ ଯୋଜନା ତଥା ନିର୍ମାଣ ନିୟମାବଳୀ ଅନୁଯାୟୀ କରାଯାଇଛି କି ନାହିଁ ତାହା ମଧ୍ୟ କମିଟି ଯାଞ୍ଚ କରିବେ । ଏଥିରେ କୌଣସି ପ୍ରକାର ଅବହେଳା ବା ବିଚ୍ୟୁତି ପରିଲକ୍ଷିତ ହେଲେ ସଂପୃକ୍ତ ଦୋଷୀଙ୍କୁ ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ । ନିଷ୍କର୍ଷ ଏବଂ ସୁପାରିସ ସହ ଏକ ସଂପୂର୍ଣ୍ଣ ରିପୋର୍ଟ କଟକ ମହାନଗର ନିଗମ ଆଯୁକ୍ତ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷଙ୍କ ମାଧ୍ୟମରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦାଖଲ କରିବାକୁ ଜିଲ୍ଲାପାଳ ଶ୍ରୀ ଶିନ୍ଦେ ନିର୍ଦ୍ଦେଶ ଦେଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *