କୋକେନ ସହ ୨ ଗିରଫ ହେବା ଘଟଣା, ବିଦେଶୀ ମାଫିଆଙ୍କ ସହ ଲିକ୍

ଭୁବନେଶ୍ୱର, ଏପ୍ରିଲ ୨୦(Bnews): ଭୁବନେଶ୍ୱରରୁ ୨୨୦ ଗ୍ରାମ କୋକେନ ସହ ୨ ଗିରଫ ହେବା ଘଟଣା । ଗିରଫ ହୋଇଥିବା ୨ ନିଶା ମାଫିଆ ରବି ଏବଂ ସନ୍ନିଙ୍କର ବିଦେଶୀ ମାଫିଆଙ୍କ ସହ ଲିଙ୍କ ରହିଛି । ୬ଟି ଦେଶର ମାଫିଆଙ୍କ ସହ ଲିଙ୍କ ଜଣାପଡିଥିବା କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ୨୦୨୩ ବିଶ୍ୱକପ ହକିକୁ ନଜରରେ ରଖି ସେମାନେ ନେଟୱର୍କ କରିଥିଲେ । ବହୁ ବିଦେଶୀ ଦର୍ଶକ ଆସିବାର ଥିବାରୁ ସେମାନଙ୍କୁ ଟାର୍ଗେଟ ରଖାଯାଇଥିଲା । ରବି, ସନ୍ନି ବିଦେଶୀ ମାଫିଆଙ୍କ ସହ ଲିଙ୍କରେ ଥିବା ତଦନ୍ତରୁ ଜଣାପଡିଛି । ସେହିପରି ପୁରୀକୁ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ୨ ମାଫିଆ ପୁରୀ ମଧ୍ୟ ଯାଇଥିବା ଜଣାପଡିଛି । ଉଭୟ ମାଫିଆଙ୍କୁ ଏନସିବି ଅଧିକାରୀ ବି ଜେରା କରିଥିବା ଏଡିଜି ସୂଚନା ଦେଇଛନ୍ତି । ଚାଇନା, ଫ୍ରାନ୍ସ, ଆମେରିକା, ସ୍ୱିଜରଲ୍ୟାଣ୍ଡ, ଥାଇଲ୍ୟାଣ୍ଡ, ସାଉଥ ଆଫ୍ରିକାରୁ ଆସୁଥିଲା ଭୁବନେଶ୍ୱରକୁ ନିଶା । ଏହି ତଥ୍ୟ ଗିରଫ ହୋଇଥିବା ୨ ନିଶା ମାଫିଆଙ୍କ ମୋବାଇଲରୁ ମିଳିଛି ।  
Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *