କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ କାମାକ୍ଷାନଗରରେ ୯୩ କୋଟି ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ଥର ସ୍ଥାପନ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ କାମାକ୍ଷାନଗରରେ ୯୩ କୋଟି ଟଙ୍କା କେନ୍ଦ୍ରୀୟ ବିଦ୍ୟାଳୟ ଭିତ୍ତିପ୍ରସ୍ଥର ସ୍ଥାପନ
ଢେଙ୍କାନାଳ ୨୪-୦୫-୨୦୨୫(ବି.ଏନ .ଓ ) 🙁 ଅକ୍ଷୟ କୁମାର ନନ୍ଦ)
ଢେଙ୍କାନାଳ ଜିଲ୍ଲାର ଗର୍ବ ଗୌରବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାମାକ୍ଷାନଗର ଗସ୍ତରେ ଆସି ବହୁପ୍ରତିକ୍ଷୀତ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରରେ ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟ ଉଦ୍ଘାଟନ କରିଛନ୍ତି lସେହିପରି ବାଇସିଙ୍ଗା ଗ୍ରାମ ଦେଇ ଯାଇଥିବା ୫୩ନଂ ଜାତୀୟ ରାଜପଥ ଉପରେ ଓଭରବ୍ରିଜର ଉଦ୍ଘାଟନ କରିଛନ୍ତି l ଏହିପରି ପ୍ରେକ୍ଷୀରେ ଜନ୍ତାରୀ ବୋଲ ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଭିତ୍ତି ପ୍ରସ୍ତ ସ୍ଥାପନ ଓ ଶିଳାନ୍ୟାସ କରିଥିଲେ l ମୁଣ୍ଡି ଦେଉଳି ସ୍ଥିତ ଅସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏକ ସାଧାରଣ ସଭାରେ ଯୋଗଦେଇଥିଲେ l ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଆୟୋଜନରେ ଅନ୍ୟ ମାନଙ୍କ ମଧ୍ୟରେ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର, ସାଂସଦ ରୁଦ୍ରନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ, ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା, ଜିଲ୍ଲା ସଭାପତି ରାସ ବିହାରୀ ବେହେରା, ଏସ୍.ପି ଅଭିନବ ସୋନକର, ପଶ୍ଚିମାଞ୍ଚଳ ଆଇ ,ଜି ହିମାଶୁଂ ଲାଲ୍ , ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଅବସର ପ୍ରାପ୍ତ ଡେପୁଟି କମିଶନର ଶ୍ରୀ ହରନ୍ନ ବୋଷ୍ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ସଂସ୍କୃତି ବିଭାଗର ଉପସଭାପତି ଅବନୀ ମିଶ୍ର ସଂଯୋଜନା କରିଥିଲେ। ଅକ୍ଷୟ କୁମାର ନନ୍ଦ


