କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ

କୁହୁଳୁଛି ପୂଜକ-ପ୍ରଶାସନ ବିବାଦ : ହଟିଲା ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନ ବାଧକ

କଟକ:25.11.23(B.N.O.): ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିପାରିଲାନି ବିବାଦ । ଗତକାଲି ଠାରୁ ଶ୍ରଦ୍ଧାଳୁମାନେ ବାବା ଧବଳେଶ୍ୱରଙ୍କ ଦର୍ଶନ କରିପାରିନଥିବାବେଳେ ଆଜି ଶ୍ରଦ୍ଧାଳୁମାନେ ମନ୍ଦିର ମୁଖ୍ୟଫାଟକକୁ ଭାଙ୍ଗିବା ସହ ବ୍ୟାରିକେଟ ହଟାଇ ପୂଜକଙ୍କ ନିକଟରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ସୂଚନା ଅନୁଯାୟୀ କଟକ ଜିଲ୍ଲା ଆଠଗଡ଼ ବାବା ଧବଳେଶ୍ୱରଙ୍କ ପୀଠରେ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ବ୍ୟାରିକେଟ ବ୍ୟବସ୍ଥା କରାଯାଇଥିଲା । ଯାହାକୁ ନାପସନ୍ଦ କରିଥିଲା ପୂଜକ ସମିତି । ଭକ୍ତଟିଏ ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହ ପୂଜାର୍ଚ୍ଚନା କରିବାର ବିଧିରେ ବ୍ୟାରିକେଟ ବାଧକ ସାଜୁଥିବାରୁ ଏହାକୁ ଧବଳେଶ୍ୱର ପୂଜକ ସମିତି ବିରୋଧ କରିଥିଲା । ଏପରିକି ପଞ୍ଚୁକର ଦ୍ୱିତୀୟ ଦିନରେ ପୂଜକମାନେ ଏହାର ପ୍ରତିବାଦ କରି ମନ୍ଦିର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଥିଲେ । ତେବେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପ୍ରଶାସନ ପୂଜକମାନଙ୍କୁ ଯେତେ ବୁଝାଇଲେ ବି ପୂଜକମାନେ ବୁଝିବାକୁ ନାରାଜ । ଏହା ଦ୍ୱାରା ପ୍ରଶାସନ ସେମାନଙ୍କ ପେଟପାଟଣାକୁ ମଧ୍ୟ ଲାତ ମାରୁଥିବା ଅଭିଯୋଗ କରିଥିଲେ ପୂଜକ ।  ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ଆଲୋଚନା କୌଣସି ଫଳପ୍ରଦ ନହେବାରୁ ମନ୍ଦିର ଖୋଲାଯିବକି ନାହିଁ ତାହା ସନ୍ଦେହ ଘେରରେ ରହିଥିଲା ।  ଆଜି ବାବାଙ୍କ ସ୍ୱତନ୍ତ୍ର ପୂଜା ବଡ଼ଓଷା ହୋଇଥିବାରୁ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ ପାଇଁ ଧବଳେଶ୍ୱରରେ ପହଞ୍ଚିଥିଲେ । ମାତ୍ର ମନ୍ଦିର ବନ୍ଦ ରହିଥିବା ଯୋଗୁଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସୃଷ୍ଟି ହେବା ସହ ମନ୍ଦିର ମୁଖ୍ୟ କବାଟ ଭାଙ୍ଗି ଦର୍ଶନ କଲେ ।

NEWS BY MALAYA PARIJA(C.T.C)

ବଡ଼ ସିଂହାର ବେଶରେ ଦର୍ଶନ କରିବାକୁ ଲୋକେ ଅପେକ୍ଷା କରି ଶେଷରେ ମୁଖ୍ୟ କବାଟକୁ ଭାଙ୍ଗି ଭିତରେ ପଶି ଦର୍ଶନ କରିବା ସହ ବ୍ୟାରିକେଟକୁ ଖୋଲି ପୂର୍ବଭଳି ପୂଜକମାନଙ୍କ ଠାରୁ ଭୋଗ ଆଦି ଗ୍ରହଣ କରିବା ସହ ଦକ୍ଷିଣା ଦେଇ ପୂଜା କରାଇଛନ୍ତି । ତେବେ ଏଭଳି କିଛି ସମୟ ଚାଲିବା ପରେ ପ୍ରଶାସନ ପକ୍ଷରୁ ପୁଣି ବ୍ୟାରିକେଟ ଲଗାଯାଇଥିଲା । ଯାହାକୁ ନେଇ ପୂଜକମାନେ ଅସନ୍ତୁଷ୍ଟ ହେବା ସହ ଆଗାମୀ ଦିନରେ ଏହାର ଉଚିତ ଜବାବ ଦିଆଯିବ ବୋଲି କିଛି ପୂଜକ ଚେତାବନୀ ମଧ୍ୟ ଦେଇଛନ୍ତି । ଆଜି ବାବାଙ୍କ ସ୍ୱତନ୍ତ୍ର ପୂଜା ହୋଇଥିବାରୁ ପୂଜକମାନେ କୌଣସି ସମସ୍ୟା ସୃଷ୍ଟି କରିବାକୁ ଚାହୁଁନଥିବା ବେଳେ ଏହାର ସୂଯୋଗ ନେଇ ପ୍ରଶାସନ ଏଭଳି କରୁଥିବା ସମିତି ପକ୍ଷରୁ କୁହାଯାଇଛି । ଆଜି ମହାକାର୍ତ୍ତିକ ମାସର ବଡ ପର୍ବ ବଡଓଷା । ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗି ହେବ ଗଜଭୋଗ ଓ ତରଣ । ବଡ଼ ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦ୍‌ଯାପନ କରିଥାନ୍ତି । ଏଥିପାଇଁ ଆଜି ରାତି ୩ଟା ବେଳେ ଦ୍ୱାର ଫିଟା ଯାଇଥିଲା । ପରେ ବାବା ଧବଳେଶ୍ୱରଙ୍କୁ ୧୦୮ ଗରା ଜଳରେ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା । ପୀଠରେ ପୂଜକମାନଙ୍କ ଅସନ୍ତୋଷ ସତ୍ତ୍ୱେ ଶ୍ରଦ୍ଧାଳୁ କିଭଳି ବାବାଙ୍କ ପୂଜାର୍ଚ୍ଚନା ସୁରୁଖୁରୁରେ କରିବେ ସେ ନେଇ ପୂଜକମାନେ ତତ୍ପରତା ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *