କୁଲେଇ ଜିଏମ୍ ପ୍ଲାଣ୍ଟରେ ଭୟାରବହ ବିସ୍ପୋରଣ , ଛଅ ଶ୍ରମିକ ଗୁରୁତ !

କୁଲେଇ ଜିଏମ୍ ପ୍ଲାଣ୍ଟରେ ଭୟାରବହ ବିସ୍ପୋରଣ , ଛଅ ଶ୍ରମିକ ଗୁରୁତ !

ଢେଙ୍କାନାଳ :01.09.23 BREAKING NEWS ODIA (Report by Nirmal Gadanayak) ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନସ୍ଥ ଦଦରାଘାଟି ଫାଣ୍ଡି ଅଞ୍ଚଳରେ ରହିଥିବା କୁଲେଇ ଜିଏମ୍ ଆଇରନ ଏଣ୍ଡ ଷ୍ଟିଲ କାରଖାନାରେ ବୁଧବାର ଅପରାହ୍ନରେ ଶ୍ରମିକ ମାନେ ୩ ନମ୍ବର ଫର୍ଣେକ୍ସରେ କାମ କରୁଥିବା ବେଳେ ହଠାତ୍ ବିସ୍ପୋରଣ ପରେ ବ୍ଲାଷ୍ଟ ହୋଇଯାଇଥିଲା ।ଯାହା ଫଳରେ ଏଥିରେ ଶ୍ରମିକ ମନୋଜ କେଶି , ଚିନ୍ମୟ ମହାଖୁଡ ,ଆଦିତ୍ୟ ଭୂତିଆ,ସୁଶିଲ ସାହୁ,ବଂଶୀଧର ଧଳ, ବିମ୍ବାଧର ବେହେରା ପ୍ରମୁଖ ଗୁରୁତ୍ବର ହୋଇଛନ୍ତି ।ଆହାତ ମାନଙ୍କୁ କମ୍ପାନୀ ଅନୁଗୋଳ ବଅଁରପାଳ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।ଏମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଭ୍ବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।ଖବର ପାଇ କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ ,ପରଜଙ୍ଗ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର,ଦଦରାଘାଟି ଫାଣ୍ଡି ଅଧିକାରୀ ଶକ୍ତି ପ୍ରସାଦ ସାହୁ ଓ ପୋଲିସ କର୍ମଚାରୀ ପ୍ଲାଣ୍ଟରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *