କାର ସହିତ ୬  ଲକ୍ଷ ଟଙ୍କାର ଗଂଜେଇ ଜବତ : ଜଣେ ଗିରଫ l

କାର ସହିତ ୬  ଲକ୍ଷ ଟଙ୍କାର ଗଂଜେଇ ଜବତ : ଜଣେ ଗିରଫ l

(ଢେଙ୍କାନାଳରୁ ରୁକସାନା ବେଗମଙ୍କ ରିପୋର୍ଟ)

ଢେଙ୍କାନାଳ:୦୪-୦୮-୨୦୨୪(ବି.ଏନ୍.ଓ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇ, ଏକ ମହିନ୍ଦ୍ରା ଭେରିଟ ଡି ୬  କାର ସହିତ ୨୦ କିଲୋ ଗ୍ରାମ ୪୦୦ ଗ୍ରାମ ଗଂଜେଇ ଜବତ କରାଯାଇଥିବାବେଳେ ଏହି ମାମଲାରେ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ସସ୍କାପଦର ଗାଁର ରତ୍ନାକର କହଁର l ଗିରଫ ସମୟରେ ତାଙ୍କଠାରୁ ୩ଟି ମୋବାଇଲ ଫୋନ ଜବତ କରଯାଇଛି l ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବବୋଲି ଅବକାରୀ ବିଭାଗ ତରଫରୁ ସୂଚନା ଦିଆଯାଇଛି l ବୌଦ୍ଧ ଜିଲ୍ଲାରୁ ଭୁବନ ଅଂଚଳକୁ ଗଂଜେଇ ଚୋରା ଚାଲାଣ ହେଉଥିବାର ଖବର ପାଇ, ଶନିବାର ଦିନ ଅତିରିକ୍ତ ଅବକାରୀ ଅଧିକ୍ଷକ ସାୱନ କୁମାର ଭୋଳ ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ୫୩ ନମ୍ବର ଜାତୀୟ ରାଜପଥ ଯମୁନାକୋଟ ଠାରେ ଜଗି ରହିଥିଲେ l ସକାଳ ପ୍ରାୟ ୧୦ଟା ସମୟରେ ଗଂଜେଇ ରଖାଯାଇଥିବା କାରଟି ଅତିକ୍ରମ କରିବା ସମୟରେ ମାଡି ବସିଥିଲେ l ଏହି ଚଢ଼ାଉରେ, ଅବକାରୀ ନିରୀକ୍ଷକ ପ୍ରକାଶ କୁମାର ସାହୁ, କାମାକ୍ଷାନଗର ଅବକାରୀ ଥାନା ଅଧିକାରୀ ଦୀପ ଦ୍ୟୋତନ ବିଶ୍ୱାଳ ଓ ଏ ଏସ୍ ଆଇ ସମୀର କୁମାର ମହାଳିକଙ୍କ ସମେତ ଅବକାରୀ କନେଷ୍ଟବଳ ହରିହର ସୋରେନ, ସତ୍ୟବ୍ରତ ମହାଳିକ, ଆଲୋକ କୁମାର ଜେନା, ପ୍ରଫୁଲ୍ଲ କୁମାର ସାମଲ, ଗୋଲାପ ସାହୁ, ପୁଷ୍ପାଞ୍ଜଳି ନାଏକ, ପ୍ରେମାନନ୍ଦ ବେହେରା, ସଂଗ୍ରାମ ନାୟକ, ସହଦେଵ ସାହୁ ପ୍ରମୁଖ ଭାଗ ନେଇଥିଲେ l

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *