କାରଗିଲ ବିଜୟ ଦିବସ ଉପଲକ୍ଷେ ଉର୍ଜ୍ୱାଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ।

କାରଗିଲ ବିଜୟ ଦିବସ ଉପଲକ୍ଷେ ଉର୍ଜ୍ୱାଟ୍ରଷ୍ଟ ପକ୍ଷରୁ ବୃକ୍ଷ ରୋପଣ ।

 ପରଜଙ୍ଗ :27.07.23(BREAKING NEWS ODIA)report by nirmal gadanayak, ଜୁଲାଇ ୨୬ ତାରିଖ ହେଉଛି କାରଗିଲ ବିଜୟ ଦିବସ ।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଉର୍ଜ୍ୱାଟ୍ରଷ୍ଟ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଦଳର ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ କେନ୍ଦ୍ରଶାସିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆହ୍ୱାନ କ୍ରମେ ମିଶନ ଲାଇଫ ଆଧାରରେ ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖ ସୁଦ୍ଧା ପ୍ରାୟ ୧ କୋଟିରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଜାରି ରଖିବାକୁ ଆହ୍ଵାନ ଦେବା ସହ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ପାଇଁ ବିନମ୍ର ଅନୁରୋଧ କରିଛନ୍ତି । ଉର୍ଜ୍ୱାଟ୍ରଷ୍ଟ ପକ୍ଷରୁ ୫୦ ଟି ଭିନ୍ନ ଭିନ୍ନ ସ୍ଥାନରେ ଏକ ହଜାର ବୃକ୍ଷ ରୋପଣ କରି ଏହାର ରକ୍ଷଣାବେକ୍ଷଣ ଦିଗରେ ତୀକ୍ଷଣ ନଜର ରଖିବାକୁ ପରାମର୍ଶ ଦିଆଯାଇଛି ।କାରଣ ବର୍ତ୍ତମାନ ସାଂପ୍ରତିକ ପରିସ୍ଥିତିରେ ବୃକ୍ଷ ହିଁ ଜୀବନ ,ଏହାକୁ ଦୃଷ୍ଟିରେ ରଖି ବାୟୁ ମଣ୍ଡଳ ପ୍ରଦୂଷିତ ମୁକ୍ତ କରିବା ଆମର ଲକ୍ଷ୍ୟ ,ଏହି ଲକ୍ଷ୍ୟ ନେଇ ନିଜେ ଗଛ ଲଗାଇବା ସହ ଯୁବବର୍ଗ , ଛାତ୍ର ଛାତ୍ରୀ ,ଅବିଭାବକ , ଗୁରୁଜନ ଏଥିରେ ଭାଗିଦାରୀ ହୋଇ ଜନସଚେତତନ କରାଇବା ଆମର କର୍ତ୍ତବ୍ୟ ,କାର୍ଯ୍ୟକ୍ରମରେ ଉର୍ଜ୍ୱା ଟ୍ରଷ୍ଟର ଟ୍ରଷ୍ଟି ସଚ୍ଚିଦାନନ୍ଦ କବି ,ଆକାଶ ଦଳବେହେରା ,ଲୋକେଶ ଦଳବେହେରା ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନୁଷ୍ଠାନର ପ୍ରଧାନ ଗୁରୁଜୀ ଉଦୟନାଥ ଦଳେଇ ,ଗୁରୁଜୀ ରୂପକ ରଞ୍ଜନ ସାହୁ ,ସମାଜସେବୀ କମଳ ଲୋଚନ ଦାସଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *