କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା

କାଟାମାରାନ୍ ପକ୍ଷରୁ ଅଧ୍ୟକ୍ଷ ଓ ସଭାପତି ନିଯୁକ୍ତି ଘୋଷଣା

ଭୁବନେଶ୍ୱର: ଅଗ୍ରଣୀ ନିବେଶ ସଂସ୍ଥା କାଟାମାରାନ୍ ପକ୍ଷରୁ ଶ୍ରୀଯୁକ୍ତ ଏମ୍ ଡି ରଙ୍ଗନାଥଙ୍କୁ ଏହାର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଗତ ତିନି ବର୍ଷ ଧରି କଂପାନିର ସଭାପତି ଭାବେ ଶ୍ରୀ ରଙ୍ଗନାଥ ସଂସ୍ଥାର ନିବେଶ ଅଭିବୃଦ୍ଧି ଓ ତାହାର
ପ୍ରଦର୍ଶନର ଦୃଢ଼ ମୂଳଦୁଆ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କାଟାମାରାନ୍ ପକ୍ଷରୁ ଶ୍ରୀ ଦୀପକ ପଡକୀଙ୍କୁ ଏହାର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଉଦ୍ୟୋଗୀମାନଙ୍କ ଚିନ୍ତାଧାରାକୁ ପ୍ରଭାବୀ ବ୍ୟବସାୟ ଫଳାଫଳରେ ପରିଣତ କରିବା ଲାଗି ସଂସ୍ଥାର ନିବେଶ ପରିଚାଳନା ରଣନୀତିକୁ ଆଗକୁ ବଢ଼ାଇବା ଦାୟିତ୍ୱରେ ସେ ରହିବେ । ବିଶ୍ୱ ଆଇଟି ସେବା ଓ ସଫ୍‌ଟଓୟାର ଉତ୍ପାଦ ଶିଳ୍ପରେ ଶ୍ରୀ ପଡ଼କୀଙ୍କ ୩୦ ବର୍ଷର ଅଭିଜ୍ଞତା ରହିଛି । ରଣନୀତି, ମିଶ୍ରଣ ଓ ଅଧିଗ୍ରହଣ, ଭେଂଚର ଫଣ୍ଡିଂ ଓ ବିପଦ ପରିଚାଳନାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଚନ୍ତି । କଂପାନିର ପ୍ରତିଷ୍ଠାତା ଓ ଚେୟାରମ୍ୟାନ୍ ଏମେରିଟସ୍ ଶ୍ରୀ ଏନ୍ ଆର ନାରାୟଣମୂର୍ତି କହିଛନ୍ତି ଯେ, “ଅଧ୍ୟକ୍ଷ ଭାବେ ଶ୍ରୀ ରଙ୍ଗନାଥଙ୍କ ନିଯୁକ୍ତିକୁ ନେଇ ମୁଁ ବହୁତ ଖୁସି । ସଂସ୍ଥାକୁ ଦ୍ରୁତ ଗତିରେ ଆଗକୁ ବଢ଼ାଇବାରେ ଏବଂ ଗତ କିଛି ବର୍ଷରେ ଶିଳ୍ପର ଏକ ପ୍ରମୁଖ ସଂସ୍ଥାରେ ପରିଣତ କରିବାରେ ସେ ସହାୟକ ହୋଇଛନ୍ତି । ଦୀପକଙ୍କୁ ସ୍ୱାଗତ କରି ମଧ୍ୟ ମୁଁ ଅତ୍ୟନ୍ତ ଉଲ୍ଲସିତ । ତାଙ୍କ ଅଭିଜ୍ଞତା ଓ ନେତୃତ୍ୱରୁ କାଟାମାରାନ୍ ଉପକୃତ ହେବ କାରଣ ଏହା ପରବର୍ତୀ ପିଢ଼ିର ଯାତ୍ରାରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହୋଇଛି ।’’

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *