କଳକୀ ଦରବାର ମଞ୍ଚରେ ଦଶାବତାର କଥାମୃତ ଉଦଘାଟିତ

breakingnewsodia.com

କଳକୀ ଦରବାର ମଞ୍ଚରେ ଦଶାବତାର କଥାମୃତ ଉଦଘାଟିତ
କଟକ : ତା. 22.07- ବିଶ୍ୱ ସତ୍ୟ-ସନାତନ-ଧର୍ମ ପ୍ରଚାରିଣୀ ମହାସଙ୍ଘ ପକ୍ଷରୁ କଳକୀ ଦରବାର ମଞ୍ଚରେ ଦଶାବତାର କଥାମୃତ ଉଦଘାଟିତ ହୋଇଯାଇଛି ! ପ୍ରସିଦ୍ଧ ଶୈବପୀଠ ତଥା ମାଳିକାକ୍ଷେତ୍ର ଗଡ଼ଗଡ଼େଶ୍ଵର ମନ୍ଦିର ପରିସରରେ ଆୟୋଜିତ ସତସଙ୍ଗରେ କଳକୀ ସେନାର କେନ୍ଦ୍ରୀୟ ସଭାପତି ଆଡ଼ଭୋକେଟ ପ୍ରଫେସର ଡକ୍ଟର ଜ୍ଞାନଗୁରୁ ଦାସ ସଭାପତିତ୍ବ କରିଥିଲେ ! ପ୍ରାରମ୍ଭରେ ସେନାର କୁଳପୁରୋହିତ ପଣ୍ଡିତ ହୃଷିକେଶ ପଣ୍ଡା ମଙ୍ଗଳାଷ୍ଟକ ଆବୃତ୍ତି କରିଥିଲେ ! ମୁଖ୍ୟପ୍ରବକ୍ତା ଭାବେ ପ୍ରବଚକ ଯୋଗେନ୍ଦ୍ରନାଥ ମାର୍ଥା ମହାବିଷ୍ଣୁଙ୍କ ଆଦ୍ୟ ଅବତାର ମୀନ ଅବତାର ସମ୍ପର୍କରେ ଆଲୋଚନା କରିଥିଲେ ! ପ୍ରାରମ୍ଭରେ ପଣ୍ଡିତ ଦେବାଶିଷ ପଣ୍ଡା ଦଶାବତାର ସ୍ତୋତ୍ର ଓ ଜଗନ୍ନାଥାଷ୍ଟକ ଆବୃତ୍ତି କରିବା ପରେ ସମବେତ କଳକୀ ଭଜନ ଗାନ କରାଯାଇଥିଲା ! ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମରେନ୍ଦୁ ମହାନ୍ତି, ଆଡ଼ଭୋକେଟ ଗୋବିନ୍ଦ ଚନ୍ଦ୍ର ବେହେରା, ପଣ୍ଡିତ ମିଲନ କୁମାର ପଣ୍ଡା, ପ୍ରଫେସର ସବିତାବାଳା ଆଚାର୍ଯ୍ୟ, ଡାକ୍ତର ଅନିନ୍ଦିତା ଜେନା, ଶକ୍ତିସ୍ୱରୂପା ଦାସ, ଲକ୍ଷ୍ମୀସ୍ୱରୂପା ଦାସ ଓ ପ୍ରାପ୍ତିକର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ! ଶେଷରେ ଲୋକସମ୍ପର୍କ ପ୍ରମୁଖ ବିଜୟ କୁମାର ସାମଲ ଧନ୍ୟବାଦ ଦେଇଥିଲେ !

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *