କଲ୍ୟାଣ ଜୁଏଲର୍ସ ପକ୍ଷରୁ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭ


 ବ୍ରହ୍ମପୁରର ସିଟି ହାଇସ୍କୁଲ୍ ରୋଡ୍‌ରେ ନୂଆ ସୋ’ରୁମ୍ ସହ ଏହି
ଅଂଚଳରେ ସପ୍ତମ ବାର୍ଷିକୀ ପାଳନ
 ଉତ୍କୃଷ୍ଟ ଗହଣା ଡିଜାଇନ୍ ସହ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ
ଉତ୍ସବ ଭାବର ପାଳନ
ଭୁବନେଶ୍ୱର: ଭାରତର ସର୍ବବୃହତ ଗହଣା କଂପାନି କଲ୍ୟାଣ ଜୁଏଲର୍ସ ପକ୍ଷରୁ
ଓଡ଼ିଶାର ବ୍ରହ୍ମପୁରରେ ଏହାର ସମ୍ପୂର୍ଣ୍ଣ ନୂଆ ଗହଣା ସୋ’ରୁମ୍‌ର ଶୁଭାରମ୍ଭ
କରାଯାଇଛି । ସିଟି ହାଇସ୍କୁଲ୍ ରୋଡ୍‌ରେ ଅବସ୍ଥିତ ଏହି ନୂଆ ଓ
ବିଳାସପୂର୍ଣ୍ଣ ସୋ’ରୁମ୍ ସହ କଲ୍ୟାଣ ଜୁଏଲର୍ସ ବ୍ରହ୍ମପୁରରେ ପ୍ରବେଶ କରିଛି ଓ
ଏହି ନୂଆ ସୋ’ରୁମ୍ କଲ୍ୟାଣ ଜୁଏଲର୍ସର ସିଓଓ ଶ୍ରୀଯୁକ୍ତ ସଂଜୟ ରଘୁରମଣଙ୍କ
ଦ୍ୱାରା ଉଦ୍‌ଘାଟିତ ହୋଇଛି ।
ନୂଆ ସୋ’ରୁମ୍ ଉନ୍ମୋଚନ ବିଷୟରେ କଲ୍ୟାଣ ଜୁଏଲର୍ସର କାର୍ଯ୍ୟନିର୍ବାହୀ
ନିର୍ଦେଶକ ଶ୍ରୀଯୁକ୍ତ ରମେଶ କଲ୍ୟାଣରମଣ କହିଛନ୍ତି ଯେ, “ଓଡ଼ିଶା ରାଜ୍ୟରେ
ଆମର ଦ୍ୱିତୀୟ ସୋ’ରୁମ୍‌ର ଶୁଭାରମ୍ଭ ଓ ବ୍ରହ୍ମପୁର ସହରରେ ପ୍ରବେଶ ବିଷୟରେ
ଘୋଷଣା କରି ଆମେ ଅତ୍ୟନ୍ତ ଆନନ୍ଦିତ । ବିଗତ ବର୍ଷଗୁଡ଼ିକରେ
ବ୍ୟକ୍ତିଗତ ଭାବେ ଭଲ ଲାଗିବା ଓ ସେବା ଭିତିକ ସପିଙ୍ଗ୍ ଅନୁଭୂତି ପ୍ରଦାନ କରି
ଆମେ ଆମର ପୃଷ୍ଠପୋଷକମାନଙ୍କୁ ସୁବିଧା ସୁଯୋଗ ପ୍ରଦାନ କରିବାରେ
ଆମେ ବଡ଼ ପଦକ୍ଷେପ ଗ୍ରହଣ କରିଛୁ । ବର୍ତମାନ, ଆମେ ଦୃଢ଼ ଗ୍ରାହକ
ବିଶ୍ୱାସନୀୟତା ଓ ବଜାରରେ ବ୍ରାଣ୍ଡ୍ ପରିଚୟ ଉପଭୋଗ କରୁଛୁ ଏବଂ
ଓଡ଼ିଶାରରେ ବଜାର ଅଂଶ ଓ ଆମ ବ୍ରାଣ୍ଡ୍‌ର ଉପସ୍ଥିତିକୁ ସମ୍ପ୍ରସାରଣ କରି
ଆମେ ତାହାକୁ ଆହୁରି ସୁଦୃଢ଼ କରିବାକୁ ଚାହୁଛୁ । ଏହି ବଜାର
ଯେଉଁଭଳି ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଛି ତାହାକୁ ବିଚାରକୁ ନେଇ କଲ୍ୟାଣ
ଜୁଏଲର୍ସ ପକ୍ଷରୁ ଆମେ ଏହି ବଜାରରେ ଉଲ୍ଲେଖନୀୟ ସୁଯୋଗ ଥିବା ହୃଦୟଙ୍ଗମ
କରିପାରିଛୁ । ଗ୍ରାହକମାନଙ୍କ ପାଖରେ ପହଂଚିବା ଲାଗି ହାଇପର୍‌ଲୋକାଲ୍‌
ରଣନୀତି ଅନୁସାରେ ଆମେ ନୂତନ ଭାବେ ଶୁଭାରମ୍ଭ କରାଯାଇଥିବା
ସୋ’ରୁମ୍‌ରେ ଉତ୍ପାଦ ଉପସ୍ଥାପନ କରି ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ
ଉତ୍ସବ ଭାବ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ।’’

ଉନ୍ମୋଚନ ଅଫର୍‌ର ଅଂଶ ଭାବେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ପ୍ରତି ୧ ଲକ୍ଷ ଟଙ୍କା
ମୂଲ୍ୟର ହୀରା ଗହଣା କ୍ରୟ ଉପରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପ୍ରଦାନ
କରାଯିବ ବୋଲି ଘୋଷଣା କରାଯାଇଛି । ଏହା ବ୍ୟତୀତ, କଂପାନି ପକ୍ଷରୁ
ପ୍ରତି ଗ୍ରାମ୍‌ର ଗଢ଼ା ମୂଲ୍ୟ ଉପରେ ତତ୍କାଳ ୩୦୦ ଟଙ୍କା ପର୍ଯ୍ୟନ୍ତର ରିହାତି ଏବଂ
ପୁରୁଣା ସୁନା ଏକ୍ସେଂଚଜ୍ ଉପରେ ପ୍ରତି ଗ୍ରାମ୍‌ରେ ଅଧିକ ୫୦ ଟଙ୍କା
ପ୍ରଦାନ କରାଯିବ । ସାରା ଭାରତରେ ଥିବା ସମସ୍ତ କଲ୍ୟାଣ ଜୁଏଲର୍ସ ସୋ’ରୁମ୍‌ରେ
ଏକ ପ୍ରକାର ସୁନା ମୂଲ୍ୟ ପ୍ରଚଳନ କରିବା ଲାଗି କଂପାନି “ସ୍ୱତନ୍ତ୍ର କଲ୍ୟାଣ ସୁନା
ଦର’ର ଶୁଭାରମ୍ଭ କରିଛି ଯାହା ବଜାରରେ ସର୍ବନିମ୍ନ ଅଟେ । ଗ୍ରାହକମାନେ ସାରା
ଭାରତରେ ଥିବା କଳ୍ୟାଣ ଜୁଏଲର୍ସର ସୋ’ରୁମ୍‌ରୁ ଆକର୍ଷଣୀୟ
ଅଫର୍‌ଗୁଡ଼ିକୁ ହାସଲ କରିପାରିବେ । ଏହି ଆକର୍ଷଣୀୟ ଅଫର୍ ୨୦୨୨
ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୈଧ ରହିବ ।
ଗ୍ରାହକମାନେ କଲ୍ୟାଣ ଜୁଏଲର୍ସର ନୂଆ ୪-ସ୍ତରୀୟ ଆସ୍ୟୁରାନ୍ସ
ସାର୍ଟିଫିକେଟ୍‌ର ଲାଭ ହାସଲ କରିପାରିବେ । କଲ୍ୟାଣ ଜୁଏଲର୍ସରେ ବିକ୍ରି
ହେଉଥିବା ସମସ୍ତ ଗହଣା ବିଆଇଏସ୍ ହଲ୍‌ମାର୍କର ଓ ବିଭିନ୍ନ ଶୁଦ୍ଧତା ପରୀକ୍ଷା ଦେଇ
ଗତି କରିଥାଏ, ୪-ସ୍ତରୀୟ ଆସ୍ୟୁରାନ୍ସ ସାର୍ଟିଫିକେଟ୍ ଗ୍ରାହକମାନଙ୍କୁ
ଏକ୍ସେଂଚଜ୍ କିମ୍ବା ପୁନଃ ବିକ୍ରି ବେଳେ ଇନ୍‌ଭଏସ୍‌ରେ ଉଲ୍ଲେଖ ଥିବା
ଶୁଦ୍ଧତାର ମୂଲ୍ୟ ଅନୁସାରେ ପେମେଂଟ୍‌ର ପ୍ରତିଶ୍ରୁତି ଦେଉଛି । ଏହା ସାରା
ଦେଶରେ ଥିବା କଲ୍ୟାଣ ଜୁଏଲର୍ସ ସୋ’ରୁମ୍‌ରେ ମାଗଣାରେ ଗହଣାର
ଜୀବନବ୍ୟାପୀ ରକ୍ଷଣାବେକ୍ଷଣକୁ ନିଶ୍ଚିତ କରୁଛି ।
କଲ୍ୟାଣ ଜୁଏଲର୍ସ ଏହାର ପୃଷ୍ଠପୋଷକମାନଙ୍କୁ ସାରା ଭାରତରୁ ପ୍ରସ୍ତୁତ
ହୋଇଥିବା ବ୍ରାଇଡାଲ୍ ଗହଣା ସମ୍ଭାର ମୁୁହୁରତ ସମେତ କଲ୍ୟାଣର ଲୋକପ୍ରିୟ
ନିଜସ୍ୱ ବ୍ରାଣ୍ଡ୍ ଯଥା ତେଜସ୍ୱୀ (ପୋଲ୍‌କି ଗହଣା), ମୁଧ୍ରା (ହାତତିଆରି
ଆଂଟିକ୍ ଗହଣା), ନିମାହ (ମନ୍ଦିର ଗହଣା) ଓ ଗ୍ଲୋ (ଡ୍ୟାନସିଂ ଡାଇମଣ୍ଡ୍‌ସ)ର
ସ୍ୱତନ୍ତ୍ର ସେକ୍ସନ ରହିବ । ସୋ’ରୁମ୍‌ର ଅନ୍ୟାନ୍ୟ ସେକ୍ସନ୍ ଭିତରେ ରହିଛି ଜିଆ
(ସୋଲିଟାୟାର୍ ଭଳି ହୀରା ଗହଣା), ଅନୋଖି (ଅନ୍‌କଟ ଡାଇମଣ୍ଡସ୍‌),
ଅପୂର୍ବା (ସ୍ୱତନ୍ତ୍ର ଅବସର ପାଇଁ ହୀରା), ଅନ୍ତରା (ବିବାହ ଗହଣା) ଓ ହୀରା
(ଦୈନଦିନ ପରିଧାନ କରାଯାଉଥିବା ଗହଣା) ଓ ରଙ୍ଗ(ମୂଲ୍ୟବାନ ଷ୍ଟୋନ୍‌ର ଗହଣା) ।
କଲ୍ୟାଣ ଜୁଏଲର୍ସ ପକ୍ଷରୁ ଏକ ଲକ୍ଷରୁ ଅଧିକ ସମସାମୟିକ ଓ ପାରମ୍ପରିକ
ଡିଜାଇନ୍‌ରୁ ଏହାର ପୋର୍ଟଫୋଲିଓ ପ୍ରସ୍ତୁତ କରିଛି ଓ ନିତିଦିନିଆ
ପରିଧାନ ସମେତ ବ୍ରାଇଡାଲ୍ ଓୟାର୍ ଓ ଉତ୍ସବ ଅବସର ପାଇଁ ଏଥିରୁ ଗହଣା ଚୟନ
କରିବାର ସୁଯୋଗ ପ୍ରଦାନ କରୁଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *