କଲେଜ ଛାତ୍ରୀଙ୍କ ଝୁଳନ୍ତା ଶବ ଉଦ୍ଧାର

ଚୌଦ୍ୱାର, : ଚୌଦ୍ୱାର ପୌରପାଳିକା ୧୨ନମ୍ବର ୱାର୍ଡ଼ ଓଟିଏମ୍‌ କଲୋନୀରେ ଜଣେ କଲେଜ ପଢ଼ୁଆ ଯୁବତୀ ବେକରେ ଓଢ଼ଣୀ ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।ମୃତକ ଜଣକ ହେଲେ ମଧୁସ୍ମିତା ଓଝା(୧୯) । ପ୍ରାପ୍ତ ସୂଚନା ଅନୁଯାୟୀ ସ୍ଥାନୀୟ କଲେଜର ଯୁକ୍ତ ୩ ଦ୍ୱିତୀୟବର୍ଷ ବିଜ୍ଞାନ ଛାତ୍ରୀ ମଧୁସ୍ମିତା ଦୀର୍ଘଦିନ ହେଲା ୧୨ ନମ୍ବର ୱାର୍ଡ଼ ଓଟିଏମ୍‌ କଲୋନୀସ୍ଥିତ ତାଙ୍କ ମାମୁଁ ଘରେ ରହି ପଢ଼ାପଢ଼ି କରୁଥିଲେ । ତାଙ୍କ ବାପାଙ୍କ ଦେହାନ୍ତ ହୋଇ ଯାଇଥିବାରୁ ମାମୁଁଘରେ ରହି ପିଲା ମାନଙ୍କୁ ଟ୍ୟୁସନ୍‌ କରି ଉକ୍ତ ରୋଜଗାରରେ ନିଜର ପାଠପଢ଼ା ଓ ଅନ୍ୟ ଆନୁସଂଗିକ ଖର୍ଚ୍ଚ ତୁଲାଉଥିଲେ ।

ମଙ୍ଗଳବାର ସକାଳେ ସେ ପିଲାମାନଙ୍କ ଟ୍ୟୁସନ୍‌  ସାରି ଘର ଭିତରେ ନିଜେ ପାଠ ପଢ଼ୁଥିଲେ । ଖରାବେଳେ ଖାଇବା ସମୟ ହେବାରୁ ପରିବାର ଲୋକେ ତାଙ୍କୁ ଡାକିବାକୁ ଯାଇ ଘର ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ । କିଛି ସମୟ ଡାକିବା ପରେ ସେ ନଶୁଣିବାରୁ ପରିବାର ଲୋକେ ଘରର କବାଟ ଭାଙ୍ଗି ଭିତରେ ପଶିଥିଲେ । ଘର ଭିତରେ ଛାତତଳେ ଯାଇଥିବା ଏକ ଲୁହା ପାଇପ୍‌ରେ ମଧୁସ୍ମିତାର ଶବ ଝୁଲୁଥିବା ଦେଖିବାକୁ ପାଇଥିଲେ । ଖବରପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛନ୍ତି । ମଧୁସ୍ମିତାଙ୍କ ମୃତ୍ୟୁର ସଠିକ୍‌ କାରଣ ଜଣା ପଡ଼ିନାହିଁ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *