କଲେଜଛକ ବଜାର କମିଟି ପରିଚାଳନା ନୂତନ କର୍ମକର୍ତ୍ତା

କଲେଜଛକ ବଜାର କମିଟି ପରିଚାଳନା ନୂତନ କର୍ମକର୍ତ୍ତା

REPORT BY UMAKANTA JENA(CUTTACK)

କଟକ, ତା୧୮।୧୦(B.N.O.) : ଗତ କିଛିଦିନ ଧରି କଲେଜଛକ ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ବଟୀ ଆଦାୟ ଓ ପୌରନିଗମ ଓ ଟ୍ରାଫିକ୍‌ ପୋଲିସ ମାନଙ୍କର ଉଠାଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରିବା ଏବଂ ଏହି ଉଠା ଦୋକାନୀମାନଙ୍କ ପାଇଁ ପୌରନିଗମ କିମ୍ବା ସରକାରଙ୍କ ତରଫରୁ କୌଣସି ସ୍ଥାୟୀ ଥଇଥାନ ବ୍ୟବସ୍ଥା ନ କରିବା ଓ ବ୍ୟବସାୟୀମାନେ ଭଡ଼ାଘର ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କୁ ଘର ମାଲିକ ବହୁତ ସମୟରେ ହଠାତ୍ ଘର ଖାଲିକରିବା, ଏହିସବୁ ସମସ୍ୟାର ସମାଧାନ ନିମନ୍ତେ କଲେଜ ଛକ ଅଞ୍ଚଳର ବ୍ୟବସାୟୀମାନଙ୍କ ଦ୍ୱାରା ଗତ ୧୭-୦୯-୨୦୨୩ରିଖରେ ଏକ ବୈଠକ କରାଯାଇ ଉପସ୍ଥିତ ଦୋକାନୀ ଭାଇମାନଙ୍କ ମତ ଅନୁସାରେ ଏକ ୨୧ ଜଣିଆ କମିଟି ଗଠନ କରାଯାଇଅଛି । ଏହି କମିଟିର ଅଧ୍ୟକ୍ଷ ଭାବେ ସ୍ଥାନୀୟ କର୍ପୋରେଟର ବଟକୃଷ୍ଣ ସାହୁ, ସଭାପତି ରଞ୍ଜନ କୁମାର ପାତ୍ର, ଉପ-ସଭାପତି ବିଶ୍ୱଜିତ୍ ସାହୁ, ସମ୍ପାଦକ ବିପ୍ଳବ ନନ୍ଦ, ସହ-ସମ୍ପାଦକ ବଦ୍ରି ନାରାୟଣ ଲେଙ୍କା, କୋଷାଧ୍ୟକ୍ଷ ଜଗନ୍ନାଥ ଲେଙ୍କାଙ୍କୁ ମନୋନିତ କରାଗଲା ଓ ବୈଠକରେ ଉପସ୍ଥିତଥିବା ସମସ୍ତ ବ୍ୟବସାୟୀମାନଙ୍କୁ ଅନୁଷ୍ଠାନର ସଭ୍ୟ ଭାବରେ ନିଆଯାଇଛି ଏବଂ ସଭାରେ ନିଷ୍ପତ୍ତି ଅନୁଯାଇ କମିଟିର ଉପଦେଷ୍ଟା ଭାବେ ଜିଲ୍ଲାପାଳ କଟକ ଓ ଡ଼ିସିପି କଟକଙ୍କୁ ଚୟନ କରାଯାଇଅଛି । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ବିପ୍ଳବ ନନ୍ଦ ସୂଚନା ଦେଇ କହିଥିଲେଯେ, କଲେଜଛକ ଅଞ୍ଚଳରେ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସମସ୍ତ କାର୍ଯ୍ୟ କରିବେ ଓ ଅନୁଷ୍ଠାନ ତରଫରୁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରାଯିବା ପାଇଁ ସ୍ଥିର କରାଯାଇଛି । ଆଗାମୀ ଦିନରେ ସବୁ ସମସ୍ୟାଗୁଡ଼ିକ ସମାଧାନ ନିମନ୍ତେ ପୋଲିସ ପ୍ରଶାସନିକ ଓ କଟକ ପୌରନିଗମ ମେୟରଙ୍କ ସହିତ ଆଲୋଚନା କରି ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *