କର୍ମଚାରୀମାନଙ୍କର ବକେୟା ପ୍ରାପ୍ୟ, ନିଯୁକ୍ତି ପ୍ରଦାନ ଦାବିରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦିଆଯିବ।।

କର୍ମଚାରୀମାନଙ୍କର ବକେୟା ପ୍ରାପ୍ୟ, ନିଯୁକ୍ତି ପ୍ରଦାନ ଦାବିରେ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦିଆଯିବ।।

NEWS BY RAJENDRA KUMAR CHHOTRAY(CUTTACK)

ଆଠଗଡ଼:11.12.23(B.N.O.) ମାହେଶ୍ଵରୀ ଇସ୍ପାତ କାରଖାନାକୁ ଚକ୍ରାନ୍ତ କରି ବନ୍ଦ କରି ଦିଆଯାଇଛି । ଏହି କାରଖାନାକୁ ବନ୍ଦ କରିଦେବା ପରେ ଏହାକୁ ବି. କେ. ଷ୍ଟିଲ୍‌ ନାମକ ଏକ ଘରୋଇ କମ୍ପାନୀକୁ ବିକ୍ରୀ କରିଦିଆଯାଇଛି । ଯାହାଫଳରେ ପୂର୍ବରୁ ଏଠାରେ କାର୍ଯ୍ୟରତ ଶ୍ରମିକମାନେ ବର୍ଷ ବର୍ଷ ଧରି କାମ କରି ସେମାନଙ୍କ ପ୍ରାପ୍ୟ ପାଇପାରି ନାହାନ୍ତି । ଶ୍ରମିକ ସଂଗଠନ ପକ୍ଷରୁ ଏଥିପାଇଁ କୋର୍ଟର ଆଶ୍ରୟ ନିଆଯାଇଥିଲା । ମାନ୍ୟବର ଅଦାଲତ ଶ୍ରମିକମାନଙ୍କର ଆବେଦନ ଗ୍ରହଣ କରି ତୁରନ୍ତ ଶ୍ରମିକମାନଙ୍କର ବକେୟା ଦରମା ବାବଦ ୧୨ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । ଶ୍ରମ ବିଭାଗରେ ସଂଘ ତରଫରୁ ଶ୍ରମିକମାନଙ୍କର ପ୍ରାପ୍ୟ, କର୍ମଚାରୀମାନଙ୍କର କାର୍ଯ୍ୟରେ ନିଯୁକ୍ତି ପାଇଁ ଶ୍ରମ କମିଶନର, ଯୁଗ୍ମ ଶ୍ରମ ଆୟୁକ୍ତ, ପ୍ରଭାଗୀୟ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ବେ କମ୍ପାନୀ କର୍ତ୍ତୃପକ୍ଷ ସମସ୍ୟାର ସମାଧାନ କରୁନାହାନ୍ତି । ପ୍ରକାଶ ଥାଉକି, ଉକ୍ତ କମ୍ପାନୀର ଜନୈକ ଶ୍ରମିକ ତାଙ୍କର ବକେୟା ପ୍ରାପ୍ୟ ନ ପାଇବା ଫଳରେ ସେ ଆତ୍ମହତ୍ୟା କରିଛନ୍ତି । କମ୍ପାନୀର ମାଲିକ ଶ୍ରମ ବିଭାଗକୁ ବେଖାତିର କରି ଶ୍ରମିକମାନଙ୍କ ଅଧ୍ବକାର ଦେଉନାହାନ୍ତି ଯାହାଫଳରେ କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖା ଦେଇଛି । ଆସନ୍ତା ତା.୧୫.୧୨. ୨୦୨୩ରିଖ ଭୁବନେଶ୍ବରସ୍ଥିତ ଶ୍ରମମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଗଣଧାରଣା ଦିଆଯିବା ପାଇଁ ସଂଘ ତରଫରୁ ଆଜି କଟକ ବକ୍ସିବଜାରସ୍ଥିତ ପାନ୍ଥନିବାସ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *