କରୋନା ଭାଇରସ୍ ଚିକିତ୍ସା : ଆସିଗଲା ଫାଇଜରର ଆଣ୍ଟି ଭାଇରାଲ ବଟିବା

ନୂଆଦିଲ୍ଲୀ : ଆମେରିକୀୟ ଫାର୍ମା କମ୍ପାନୀ ‘ଫାଇଜର’ ଦାବି କରିଛି କି, କୋଭିଡ୍‌-୧୯ ବିରୋଧରେ ଏହାର ପରୀକ୍ଷାମୂଳକ ଆଣ୍ଟି ଭାଇରାଲ ବଟିକା ମୃତ୍ୟୁ ଏବଂ ଗମ୍ଭୀର ଭାବେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କାକୁ ୮୯ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇପାରିବ । କମ୍ପାନୀ ଶୁକ୍ରବାର ଏହାର କ୍ଲିନିକାଲ ପରୀକ୍ଷଣର ପ୍ରାଥମିକ ସିଦ୍ଧାନ୍ତ ସେୟାର କରିଛି । ‘ପ୍ୟାକ୍ସଲୋଭିଡ୍ ବ୍ରାଣ୍ଡ’ ନାମରେ ବିକ୍ରି ହେବାକୁ ଥିବା ଏହି ବଟିକା ପରୀକ୍ଷଣ ସମୟରେ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା । ଏହା ଏକ ମିଶ୍ରଣ ଚିକିତ୍ସା । ଫାଇଜର ଏହି ବଟିକାକୁ ନିଜର ପୁରୁଣା ଆଣ୍ଟି ଭାଇରାଲ ଔଷଧ ‘ରିଟୋନେଭିର’ର ମିଶ୍ରଣରୁ ହିଁ ପ୍ରସ୍ତୁତ କରିଛି । ମିଶ୍ରଣ ଚିକିତ୍ସା ଅଧୀନରେ ପ୍ୟାକ୍ସଲୋଭିଡ୍ ବ୍ରାଣ୍ଡ ଔଷଧକୁ ଦିନକୁ ଦୁଇଥର ସେବନ କରିବାକୁ ପଡ଼ିବ । ତେବେ ନିଜର ଆଣ୍ଟି ଭାଇରାଲ ଔଷଧର ଫଳାଫଳ କ୍ଲିନିକାଲ ପରୀକ୍ଷଣରେ ପ୍ରକାଶ ପାଇବା ପରେ ଫାର୍ମା କମ୍ପାନୀ ଏହାର ଅଧ୍ୟୟନକୁ ବନ୍ଦ କରି ଦେଇଥିଲା । ବିଶେଷଜ୍ଞ ଟିମ୍ ଏତେ ନିଶ୍ଚିତ ଥିଲେ ଯେ ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷଣ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ।

ସୂଚନାଥାଉ କି, ନିକଟରେ ଏହାର ପ୍ରତିନ୍ଦ୍ୱନ୍ଦୀ କମ୍ପାନୀ ‘ମର୍କ’ ଦାବି କରିଥିଲା ଯେ ସେ କୋଡିଭ୍ ନିରୋଧୀ ବଟିକା ପ୍ରସ୍ତୁତ କରି ନେଇଛି, ଯାହା ପରେ ଫାଇଜରର ଏହି ଦାବି ସାମ୍ନାକୁ ଆସିଛି । ଏପରି କି, ବ୍ରିଟେନ ମର୍କର ବଟିକାକୁ ଜରୁରିକାଳୀନ ବ୍ୟବହାର ଲାଗି ମଧ୍ୟ ମଞ୍ଜୁରୀ ଦେଇ ଦେଇଛି । ମର୍କର ବଟିକା ଦୁନିଆର ପ୍ରଥମ କରୋନା ନିରୋଧୀ ବଟିକା ବୋଲି କୁହାଯାଉଛି । ଆମେରିକା ସମେତ ବିଶ୍ୱରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ଇଞ୍ଜେକ୍ସନ ବ୍ୟବହୃତ ହେଉଛି । ୨ ଦିନ ତଳେ ମର୍କ କମ୍ପାନୀ କରୋନା ନିରୋଧୀ ବଟିକା ପ୍ରସ୍ତୁତ କରିଥିବା ନେଇ ଦାବି କରିଥିଲା । ଏବେ ଫାଇଜର ମର୍କର ବଟିକା ‘ମୋଲନୁପିରଭିର’ ତୁଳନାରେ ନିଜର ବଟିକା ଅଧିକ ପ୍ରଭାବଶାଳୀ ବୋଲି ଦାବି କରିଛି । ଫାଇଜର କହିଛି ଯେ ଖୁବ୍‌ଶୀଘ୍ର ଏହା ନିଜ ବଟିକା ପାଇଁ କରାଯାଇଥିବା ପରୀକ୍ଷଣର ସମ୍ପୂର୍ଣ୍ଣ ଫଳାଫଳକୁ ସାମ୍ନାକୁ ଆଣିବ ।

ଫାଇଜରର ଦାବି ପରେ ଆମେରିକୀୟ ସେୟାର ବଜାରରେ ଏହାର ସେୟାରର ଦାମ୍ ୧୩ ପ୍ରତିଶତ ବଢ଼ି ୪୯.୪୭ ଡଲାର ହୋଇ ଯାଇଛି, ଯେତେବେଳେ କି, ମର୍କର ସେୟାର ୬ ପ୍ରତିଶତ ହ୍ରାସ ପାଇ ୮୪.୬୯ ଡଲାରକୁ ଖସି ଆସିଛି । ଯଦିଓ କରୋନା ନିରୋଧୀ ବଟିକାକୁ ନେଇ ନା ଫାଇଜର ନା ମର୍କ କୌଣସି ବି କମ୍ପାନୀ ନିଜର ପରୀକ୍ଷଣର ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରେଇ ନାହାନ୍ତି । ଫାଇଜର କହିଛି ଯେ ସେ ନିଜର ମଧ୍ୟବର୍ତ୍ତୀ ପରୀକ୍ଷଣର ଡାଟାକୁ ଖୁବ୍‌ଶୀଘ୍ର ଆଣିବାକୁ ଯୋଜନା କରୁଛି । ଏହାର ଜରୁରିକାଳୀନ ବ୍ୟବହାରର ଅନୁମତି ପାଇଁ ଅକ୍ଟୋବରରେ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନକୁ ଏକ ଆବେଦନ ପଠାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *