କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ

କଟକ ଷଷ୍ଠ ବାଟାଲିୟନରେ ବ୍ୟାପକ ବୃକ୍ଷରୋପଣ
କଟକ: କଟକ ଓଏମପିଛକ ନିକଟସ୍ଥ ଷଷ୍ଠ ବାଟାଲିୟନ ପରିସରରେ ବ୍ୟାପକ ବୃକ୍ଷରୋପଣ କରାଯାଇଛି । ଷଷ୍ଠ ବାଟାଲିୟନ ରିଜର୍ଭ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସହିତ ଭୁବନେଶ୍ୱରର ଗ୍ରୀନ ଡ୍ରାଇଭ ସାହା ଚାରିଟେବୁଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ବାଟାଲିୟନ କମାଣ୍ଡର ସୂର୍ଯ୍ୟନାରାୟଣ ମଲ୍ଲିକ ପୌରହିତ୍ୟ କରିଥିବାବେଳେ ଟ୍ରଷ୍ଟର ମୁଖ୍ୟ ସାଧୁ ଶ୍ରୀ ଶ୍ରୀ ଜୀବନ ବାବା ଚାରା ରୋପଣର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡେପୁଟି କମାଣ୍ଡାଣ୍ଟ ଅନିଲ କୁମାର ପ୍ରଧାନ, ସହ କମାଣ୍ଡାଣ୍ଟ ନିରଞ୍ଜନ ସାମଲ, ତରୁଣ କୁମାର ମଲ୍ଲିକ, ରମେଶ ଚନ୍ଦ୍ର ଖଟୁଆ, ସନ୍ତୋଷ କୁମାର କିଶନ, ଇନ୍ସପେକ୍ଟର (ଆର୍ମଡ) ମୁରଲୀଧର ବିଶ୍ୱାଳ, ଚକ୍ରଧର ବେହେରା, ସବଇନ୍ସପେକ୍ଟର ସେକ ସିରାଜୁଦ୍ଦିନ, ନିରଞ୍ଜନ ରଥ, ଅମୂଲ୍ୟ କୁମାର ଜେନା, ଗୟାଧର ବେହେରା, ଏଏସଆଇ ପ୍ରସନ୍ନ କୁମାର ପରମାଣିକ, ସୁବାଷ ଚନ୍ଦ୍ର ବରଦା, ପ୍ରତାପ କୁମାର ପ୍ରଧାନ, ହାବିଲଦାର ହୃଷିକେଶ ପରିଡା ପ୍ରମୁଖ ଯୋଗଦେଇ ପ୍ରାୟ ୧ହଜାର ଚାରା ରୋପଣ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *