କଟକ ରେଳଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାର ଉଦଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ ରେଳଷ୍ଟେସନର ଦ୍ଵିତୀୟ ପ୍ରବେଶ ଦ୍ୱାର ଉଦଘାଟନ କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କଟକ,୦୭-୧୨-୨୦୨୪(ବି.ଏନ .ଓ ) : ବକଳେବର ଦିଗରେ ଆଉ ପାଦେ ଆଗେଇଲା କଟକ ରେଳ ଷ୍ଟେସନ। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି କଟକ ରେଳ ଷ୍ଟେସନ ପୂର୍ବପାର୍ଶ୍ୱ ପ୍ରବେଶ ପଥକୁ ଉଦଘାଟନ କରିଛନ୍ତି। ପୂର୍ବପାର୍ଶ୍ୱ ଷ୍ଟେସନ ଭବନ ଦେଇ ଯାତ୍ରୀମାନେ ସିଧା ସଳଖ ଜାତୀୟ ରାଜପଥକୁ ବାହାରି ପାରିବେ। ଯାହା ଦ୍ୱାରା ଯାତ୍ରୀମାନେ ଷ୍ଟେସନରୁ ବିଭିନ୍ନ ସ୍ଥାନକୁ ଯାତାୟାତ କରିବା ସହଜ ହୋଇପାରିବ।ଏହି ଅବସରରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଇଷ୍ଟ କୋଷ୍ଟ ରେଳବାଇ ପକ୍ଷରୁ କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ପାଇଁ ପରିକଳ୍ପନା କରାଯାଇଛି। ଏଣିକି ଯାତ୍ରୀମାନେ ପୂର୍ବପାର୍ଶ୍ୱ ପ୍ରବେଶ ପଥ ଦେଇ ଷ୍ଟେସନ ଭବନରୁ ସିଧାସଳଖ ଜାତୀୟ ରାଜପଥକୁ ବାହାରି ପାରିବେ। ଏହା ସିଧାସଳଖ ଜାତୀ

news by Bijay kumar panda

ୟ ରାଜପଥକୁ ସଂଯୋଗ କରାଯାଇଛି। ପ୍ରାୟ ୧୪.୬୩ କୋଟି ଟଙ୍କା ବ୍ୟୟରେ ଷ୍ଟେସନ ଭବନ ନିର୍ମାଣ କରାଯାଇଛି। ଏହାକୁ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଏବଂ ଶୀତ ତାପ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି। ପୂର୍ବପାର୍ଶ୍ଵ ଷ୍ଟେସନ ଭବନ ଓ ପ୍ରବେଶ ପଥ ଦ୍ୱାରା ଜାତୀୟ ରାଜପଥ ପାର୍ଶ୍ୱରୁ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଯାତାୟାତ ସହଜ ହେବ।ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଏବଂ ସୁବିଧା ଉପରେ ଗୁରୁତ୍ୱ ଦିଆଯାଇଛି।ଉଦଘାଟନ ଉତ୍ସବରେ କଟକ ସାଂସଦ ଭତୃହରି ମହତାବଙ୍କ ସମେତ ବିଧାୟକ ଗଣ ଓ ରେଳବାଇ ବିଭାଗର ଉଚପଦସ୍ତ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *