କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ୧୬ଟି ନୂଆ ପ୍ରକଳ୍ପ

କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ୧୬ଟି ନୂଆ ପ୍ରକଳ୍ପ

#କଟକ:10.07.23(Breakingnewsodia) କଟକ ମହାନଗର ନିଗମ ପକ୍ଷରୁ ବିଭିନ୍ନ ୱାର୍ଡରେ ୧୬ଟି ନୂଆ ପ୍ରକଳ୍ପ ପାଇଁ ଶୁଭ ଦିଆଯିବା ସହ ପ୍ରକଳ୍ପ ସ୍ଥାନରେ ଭୂମିପୂଜନ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି । ସିଏମସି ମେୟର ସୁବାସ ସିଂହଙ୍କ ନେତୃତ୍ୱରେ ସହରର ବିଭିନ୍ନ ସ୍ଥାନରେ ଏହି ଶୁଭଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସିଏମସି ଅଞ୍ଚଳରେ ଥିବା ୩ଟି ନିର୍ବାଚନ ମଣ୍ଡଳି, ବାରବାଟୀ-କଟକ, ଚୌଦ୍ୱାର-କଟକ ଓ କଟକ ସଦର ନିର୍ବାଚନ ମଣ୍ଡଳୀ ଅଧୀନରେ ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଆଜି କେବଳ ବାରବାଟୀ-କଟକ, ଚୌଦ୍ୱାର-କଟକର ୧୬ଟି ସ୍ଥାନରେ ପ୍ରକଳ୍ପ ପାଇଁ ଭୂମିପୂଜା ଉତ୍ସବ ଅନୁଷ୍ଠିତ ହୋଇଛି । ବିଶେଷକରି ସହରର ସୌନ୍ଦର୍ଯ୍ୟକରଣ ପାଇଁ ଆଧୁନିକତାକୁ ଗୁରୁତ୍ୱ ଦିଆଯାଇ ୭ଟି ସ୍ମାର୍ଟ ଲାଇବ୍ରେରୀର ନବୀକରଣ, ୩ଟି ଅତ୍ୟାଧୁନିକ ବସଷ୍ଟପ ସହ ୩ଟି ବାୟୋ-ଟୟଲେଟ ନିର୍ମାଣ କରାଯିବ । ମେୟର ଶ୍ରୀ ସିଂହ, ଡେପୁଟି ମେୟର ଦମୟନ୍ତୀ ମାଝି, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପ୍ରଭାତ ରଞ୍ଜନ ବିଶ୍ୱାଳ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ସିଏମସି ଅଧିକାରୀ ଓ କର୍ପୋରେଟରମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ବାରବାଟୀ-କଟକ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ୧୦ଟି ପ୍ରକଳ୍ପର ଶୁଭ ଦିଆଯାଇଥିଲା ବେଳେ ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅଞ୍ଚଳରେ ୬ଟି ପ୍ରକଳ୍ପ ଶୁଭ ଦିଆଯାଇଥିଲା । ପୂର୍ବାହ୍ନରେ ପ୍ରଥମେ ବାରବାଟୀ ଷ୍ଟାଡିୟମ ନିକଟରେ ୩ଟି ପ୍ରକଳ୍ପର ଶୁଭ ଦିଆଯାଇଥିଲା । ସେଥିମଧ୍ୟରେ ୬ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଅତ୍ୟାଧୁନିକ ଫୁଡକୋଟ୍ ରହିଥିଲା ବେଳେ ସ୍ମାର୍ଟ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ୩୭ ଲକ୍ଷ ଓ ସ୍ମାର୍ଟ ବାୟୋ ଟୟଲେଟ୍ ନିର୍ମାଣ ପାଇଁ ୩୩ ଲକ୍ଷ ଟଙ୍କା ବ୍ୟୟ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ୨ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ମହାନଦୀର ମଧୁସୂଦନ ସେତୁ ଉପରେ ଏଲଇଡି ଲାଇଟ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯିବା ସହ ବିଜୁ ପଟ୍ଟନାୟକ ପାର୍କ ନିକଟରେ ସିିଡିଏ-୧୨ରେ ସ୍ମାର୍ଟ ବସଷ୍ଟପ୍ ସହ ଏକ କ୍ରୁଟ୍ ବସ୍‌ଷ୍ଟପ୍ ମଧ୍ୟ ନିର୍ମାଣ କରାଯିବ । ଏଥିସହ ବାୟୋ ଟୟଲେଟ୍‌, ସ୍ମାର୍ଟ ଲାଇବ୍ରେରୀ ସହ ରିଙ୍ଗରୋଡର ଆଲୋକୀକରଣ ପାଇଁ ୨ କୋଟି ଟଙ୍କା ବ୍ୟୟ କରାଯିବ । ଏତଦ୍ ବ୍ୟତୀତ କୃଷକବଜାର ନିକଟରେ ସ୍ମାର୍ଟ ଲାଇବ୍ରେରୀ ସହ ୱିଣ୍ଡସର ପ୍ୟାଲେସ ନିକଟରେ ସ୍ମାର୍ଟ ବସଷ୍ଟପ, ବାୟୋ ଟୟଲେଟ୍‌, ତୁଳସୀପୁର ପୁଲିସ ହାଇସ୍କୁଲରେ ୧କୋଟି ଟଙ୍କା ବ୍ୟୟରେ ଶିକ୍ଷକ ନାରାୟଣ ପତିଙ୍କ ନାମରେ ଏକ ବ୍ଲକ ପ୍ରତିଷ୍ଠା କରାଯିବ । ସେହିପରି ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଦମବାଡି-ମଧୁପାଟଣାରେ ଫୁଟପାଥ ନିର୍ମାଣ ପାଇଁ ୪ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟ କରାଯିବ । ତା’ଛଡା ନିମପୁର, ଲକ୍ଷ୍ମଣପୁର ମୁସଲିମ୍ ସାହି ଓ ତରୋଳ ଶବର ସାହିରେ ୭୫ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟ କରାଯାଇ ସ୍ମାର୍ଟ ଲାଇବ୍ରେରୀ ନିର୍ମାଣ କରାଯିିବ । ତା’ଛଡା ନୂଆବଜାର ଫ୍ଲାଏ ଓଭରବ୍ରିଜ ଠାରୁ ପିଏଚଡି ଅଫିସ ନିକଟ ମୋ ବସଷ୍ଟପ୍ ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ ଓ ଭେଣ୍ଡିଂଜୋନ୍‌, ଖେଳପଡିଆ, ପାର୍କିଂ ଜୋନ, ବସଷ୍ଟପ ଅଞ୍ଚଳର ଉନ୍ନତିକରଣ ନିମନ୍ତେ ୮କୋଟି ୫୦ ଲକ୍ଷ ବ୍ୟୟ କରାଯିବା ସହ ପୋତାପୋଖରୀ ନିକଟରେ ସ୍ମାର୍ଟ ଲାଇବ୍ରେରୀ ସ୍ଥାପନ ପାଇଁ ୭୫ ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *