କଟକ ବଡ଼ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍‌ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍‌) ରହିବନି।

 କଟକ ବଡ଼ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍‌ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍‌) ରହିବନି।

କଟକ:04.09.23 (BREAKING NEWS ODIA )ଟକ ବଡ଼ ଡାକ୍ତରଖାନା ଓ ଦନ୍ତ ମହାବିଦ୍ୟାଳୟର ଓପିଡି ପାଇଁ ଉଦ୍ଦିଷ୍ଟ ଟିକେଟ୍‌ କାଉଣ୍ଟରରେ ଆଉ ମଧ୍ୟାହ୍ନଭୋଜନ ବିରତି(ଲଞ୍ଚ ବ୍ରେକ୍‌) ରହିବନି। ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୪ଟା ପର୍ଯ୍ୟନ୍ତ ଓପିଡି ଟିକେଟ୍‌ କାଉଣ୍ଟର୍‌ ଖୋଲା ରହିବ। ଏସ୍‌ସିବି ଅଧୀକ୍ଷକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। କିନ୍ତୁ ଅପରାହ୍ଣ ଗୋଟାଏରୁ ୨ଟା ପର୍ଯ୍ୟନ୍ତ ଓପିଡିରେ ରୋଗୀସେବା ମଧ୍ୟାହ୍ନଭୋଜନ ବିରତି ପାଇଁ ଘଣ୍ଟାଟିଏ ପୂର୍ବ ଭଳି ବନ୍ଦ ରହିବ। ତାହା ଅପରିବର୍ତ୍ତିତ ରହିଛି। ଟିକେଟ୍‌ କାଉଣ୍ଟର୍‌ ପାଇଁ ମଧ୍ୟାହ୍ନଭୋଜନ ବିରତି ବାତିଲ୍‌ କରାଯିବା ନେଇ ଏସ୍‌ସିବି କର୍ତ୍ତୃପକ୍ଷ ସଂପୃକ୍ତ ଆଉଟ୍‌ସୋର୍ସିଂ ସଂସ୍ଥା ‘ଷ୍ଟକ୍‌ହୋଲ୍‌ଡିଂ ଡକୁମେଣ୍ଟ ମ୍ୟାନେଜମେଣ୍ଟ୍‌ ସର୍ଭିସ୍‌ ଲିମିଟେଡ୍‌’କୁ ଲିଖିତ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ମଧ୍ୟାହ୍ନଭୋଜନ ବିରତି କଟାଯାଇଥିବାରୁ ଏହାକୁ ନେଇ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *