କଟକ ନାଟ୍ୟୋତ୍ସବ ୨୦୨୫ ଉଦଯାପନୀ ସମାରୋହ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ‘କଳାନନ୍ଦିନୀ’ ଶ୍ରେଷ୍ଠ ନାଟକ

କଟକ ନାଟ୍ୟୋତ୍ସବ ୨୦୨୫ ଉଦଯାପନୀ ସମାରୋହ ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ‘କଳାନନ୍ଦିନୀ’ ଶ୍ରେଷ୍ଠ ନାଟକ

କଟକ ୦୪-୧୧-୨୦୨୫( ବି.ଏନ .ଓ ) :  (ବିଜୟ କୁମାର ପଣ୍ଡା )  ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କଟକ ନାଟ୍ୟୋତ୍ସବ ୨୦୨୫ର ଉଦଯାପନୀ ସମାରୋହ ଆଜି ସହିଦ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଟକ ଜିଲ୍ଳା ପ୍ରଶାସନର ଏହି ଅଭିନବ ପ୍ରୟାସର ପ୍ରଶଂସା କରିଥିଲେ । ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ‘କଳାନନ୍ଦିନୀ’ ଶ୍ରେଷ୍ଠ ନାଟକ ବିଜେତା ହୋଇଥିବାବେଳେ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ‘ଶକ୍ତିଶ୍ରୀ’ ଶ୍ରେଷ୍ଠ ନାଟକ ପ୍ରଥମ ଉପବିଜେତା ଓ ଖ୍ରୀଷ୍ଟ ମହାବିଦ୍ୟାଳୟର ନାଟକ ‘ଶେଷ ଇଚ୍ଛା’ ଶ୍ରେଷ୍ଠ ନାଟକ ଦ୍ୱିତୀୟ ଉପବିଜେତା ଭାବେ ପୁରସ୍କୃତ ହୋଇଛି । ଶ୍ରେଷ୍ଠ ନାଟକ ବିଜେତାଙ୍କୁ ୧ ଲକ୍ଷ ଟଙ୍କାର ଚେକ୍‌, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ, ଶ୍ରେଷ୍ଟ ନାଟକ ପ୍ରଥମ ଉପବିଜେତାଙ୍କୁ ୭୦ ହଜାର ଟଙ୍କାର ଚେକ୍‌, ମାନପତ୍ର ଓ ଟ୍ରଫି ଏବଂ ଶ୍ରେଷ୍ଠ ନାଟକ ଦ୍ୱିତୀୟ ଉପବିଜେତାଙ୍କୁ ୫୦ ହଜାର ଟଙ୍କାର ଚେକ୍‌, ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଛି । 

News by Bijay kumar panda

ସେହିପରି ଶ୍ରେଷ୍ଠ କହାଣୀ ଭାବେ କଳାନନ୍ଦିନୀ, ଶ୍ରେଷ୍ଠ ମଂଚସଜ୍ଜା ପାଇଁ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ୍ ଅଫ ଓଡ଼ିଶା, ଶ୍ରେଷ୍ଠ ସଂଗୀତ ପାଇଁ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ ପୁରସ୍କୃତ ହୋଇଛନ୍ତି । ଅନ୍ୟପକ୍ଷରେ ସାମଗ୍ରିକ ଉପସ୍ଥାପନା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ଓ କାହାଣୀ ପାଇଁ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟକୁ ସ୍ୱତନ୍ତ୍ର ଜୁରୀ ପୁରସ୍କାର ପ୍ରଦାନ କରାଯାଇଛି । ଚୌଦ୍ୱାର କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ବାରବାଟୀ କଟକ ବିଧାୟକ ଇଂ ସୋଫିଆ ଫିର୍ଦ୍ଦୋଶ, ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତାତ୍ରୟ ଭାଉସାହେବ ଶିନ୍ଦେ, ଆୟୁକ୍ତ କଟକ ମହାନଗର ନିଗମ ସୁଶ୍ରୀ କିରନଦୀପ କୌର ସହୋତା, ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଅନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଅବସରରେ କଟକ ନାଟ୍ୟୋତ୍ସବ ସହ ଜଡିତ ସମସ୍ତ ବିଚାରକ ଓ ପରାମର୍ଶଦାତାଙ୍କୁ ଜିଲ୍ଳା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଚାରକ ଡଃ ଅନଙ୍ଗ ଦ୍ୱିବେଦୀ, ହିମାଂଶୁ ଖଟୁଆ ଓ ଡଃ ବୈଜୟନ୍ତୀ ମିଶ୍ର ଏବଂ ନାଟ୍ୟ ପରାମର୍ଶଦାତା ଉମେଶ ଦାସ, ବବି ଇସଲାମ, ସନ୍ଦୀପ ପାଣି ଓ ଅକ୍ଷୟ କୁମାର ରଣା ପ୍ରମୁଖ ଉପସ୍ଥିତ ରହି ସମ୍ବର୍ଦ୍ଧନା ଗ୍ରହଣ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଶ୍ରେଷ୍ଠ ନାଟକ ବିଜେତାଙ୍କ ରନିଙ୍ଗ ସିଲ୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ କରକମଳରେ ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ପ୍ରଦାନ କରାଯିବା ସହ ସେହି ଦଳକୁ ଗଣକବି ବୈଷ୍ଣବ ପାଣି ମଂଚରେ ଓ ଅନ୍ୟ ଉପବିଜେତା ଏବଂ ସଫଳ ଅଂଶଗ୍ରହଣକାରୀ ଦଳଙ୍କୁ କଟକ ଇନ୍ କଟକ ମଂଚରେ ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯିବ ।

ନଭେମ୍ବର ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ କଟକ ନାଟ୍ୟୋତ୍ସବ ୨୦୨୫ ଚୟନ ପର୍ଯ୍ୟାୟ ଅନୁଷ୍ଠିତ ହୋଇଥିଲା । ଏଥିରେ ୧୯ଟି ମହାବିଦ୍ୟାଳୟ ଓ ଅନୁଷ୍ଠାନର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ସେଥିରୁ ପରବର୍ତୀ ପର୍ଯ୍ୟାୟକୁ ୧୧ଟି ଅନୁଷ୍ଠାନ ଉନ୍ନୀତ ହୋଇଥିଲେ । ଅକ୍ଟୋବର ୧୬ରୁ ୧୯ ତାରିଖ ପର୍ଯ୍ୟନ୍ତ ରେଭେନସା ବିଶ୍ୱବିଦ୍ୟାଳୟସ୍ଥିତ ସେଭେନ ପିଲାର୍ସ ଅଫ ୱିସଡମଠାରେ କଟକ ନାଟ୍ୟୋତ୍ସବର ଚୂଡାନ୍ତ ପର୍ଯ୍ୟାୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଶ୍ରେଷ୍ଠ ନାଟକ ବିଜେତା
“କଳାନନ୍ଦିନୀ” (ମୋହନ ସୁବୁଦ୍ଧି ମହାବିଦ୍ୟାଳୟ, ବଡମ୍ବା)
ଶ୍ରେଷ୍ଠ ନାଟକ ପ୍ରଥମ ଉପବିଜେତା
“ଶକ୍ତିଶ୍ରୀ” (ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ)
ଶ୍ରେଷ୍ଠ ନାଟକ ଦ୍ୱିତୀୟ ଉପବିଜେତା
“ଶେଷ ଇଚ୍ଛା” (ଖ୍ରୀଷ୍ଟ ମହାବିଦ୍ୟାଳୟ)
ଶ୍ରେଷ୍ଠ କାହାଣୀ
“କଳାନନ୍ଦିନୀ” (ମୋହନ ସୁବୁଦ୍ଧି ମହାବିଦ୍ୟାଳୟ, ବଡମ୍ବା)
ଶ୍ରେଷ୍ଠ ମଂଚସଜ୍ଜା
“ତା ନାଁ ଟି ହେନା” (ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇନଷ୍ଟିଚ୍ୟୁଟ ଅଫ୍ ଓଡ଼ିଶା)
ଶ୍ରେଷ୍ଠ ଅଭିନେତା
ଓମ ଶିବ ଦାଶ (ଭରତ ସାହୁ) “ଶେଷ ଇଚ୍ଛା” (ଖ୍ରୀଷ୍ଟ ମହାବିଦ୍ୟାଳୟ)
ଶ୍ରେଷ୍ଠ ଅଭିନେତ୍ରୀ
କ୍ଷେତ୍ରମଣି କାଡ୍ରାକା (ରାଧିକା) “ଶକ୍ତିଶ୍ରୀ” (ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ)
ସୁଶ୍ରୀ ସଙ୍ଗୀତା ପଢିହାରୀ (ଚାରୁବାଳା) “କଳାନନ୍ଦିନୀ” (ମୋହନ ସୁବୁଦ୍ଧି ମହାବିଦ୍ୟାଳୟ, ବଡମ୍ବା)
ଶ୍ରେଷ୍ଠ ସହ ଅଭିନେତା
ରଚିତ କୁମାର ବାରିକ୍ (ଆରବ ମିଶ୍ର) “ମୁକ୍ତି” (ଦ ଲ କଲେଜ)
ଶ୍ରେଷ୍ଠ ହାସ୍ୟ ଅଭିନେତା
ଦେବ ପ୍ରସାଦ ବେହେରା (ପିଟର) “ବିଶ୍ୱାସଘାତକ” ରେଭେନ୍ସା ବିଶ୍ୱବିଦ୍ୟାଳୟ
ଶ୍ରେଷ୍ଠ ସଂଗୀତ
“ଶକ୍ତିଶ୍ରୀ” (ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ)
ସ୍ୱତନ୍ତ୍ର ଜୁରୀ ପୁରସ୍କାର
“ବିଶ୍ୱାସଘାତକ” ରେଭେନ୍ସା ବିଶ୍ୱବିଦ୍ୟାଳୟ
“ସକାଳର ଅପେକ୍ଷାରେ” ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ
ସ୍ୱତନ୍ତ୍ର ଜୁରୀ ପୁରସ୍କାର (ଅଭିନେତ୍ରୀ)
ପ୍ରଜ୍ଞା ପାରମିତା ନାୟକ (ମାଳତୀ) “ଶୂନ୍ୟତାରୁ ଅନ୍ଧାର ଆଡକୁ” ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ
ସ୍ୱତନ୍ତ୍ର ଜୁରୀ ପୁରସ୍କାର (ଅଭିନେତା)
ସ୍ୱର୍ଣ୍ଣପ୍ରଭା ବେହେରା (ନୟନ) “ମୋ ପରିଚୟ” ରଘୁନାଥଜୀଉ ଡିଗ୍ରୀ କଲେଜ

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *