କଟକ ଜିଲ୍ଲା ସାମ୍ୱାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
କଟକ ଜିଲ୍ଲା ସାମ୍ୱାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ନିର୍ବାଚନ
କଟକ, ୦୪-୧୨-୨୦୨୪(ବି.ଏନ .ଓ ) : କଟକ ଜିଲ୍ଲା ସାମ୍ୱାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ସର୍କିଟ ହାଉସ ଠାରେ ଅନୁଷ୍ଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫୁଲ୍ଲ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଧାରଣ ପରିଷଦ ବୈଠକରେ ୨୦୨୫ /୨୦୨୬ ମସିହା ପାଇଁ ସର୍ବ ସମ୍ମତି କ୍ରମେ କର୍ମକର୍ତ୍ତା ଚୟନ କରାଯାଇଛି। ସଭାପତି ରୂପେ ପ୍ରଫୁଲ୍ଲ କୁମାର ମହାନ୍ତି, ଉପସଭାପତି ବିଭୂତି ଭୂଷଣ ଦାଶ ଓ ପ୍ରଫୁଲ୍ଲ କୁମାର ମିଶ୍ର, ସାଧାରଣ ସମ୍ପାଦକ ଅଜୟ କୁମାର ଦାସ, ସମ୍ପାଦକ ପ୍ରଦୀପ କୁମାର ପରିଜା ଓ ପୂର୍ଣ୍ଣଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଜଗନ୍ନାଥ ରାଉତ, ଆଇନି ପରାମର୍ଶଦାତା ରୁପେ ଆଡଭୋକେଟ ପ୍ରଶାନ୍ତ କୁମାର ରାଉତ ଓ ବିକ୍ରମ କେଶରୀ ବଳ, କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ରୂପେ କୈଳାସଚନ୍ଦ୍ର ଜେନା, ଉପାଧ୍ୟକ୍ଷ ଭାବେ ସରୋଜ କୁମାର ମଲ୍ଲିକ, ଜାତୀୟ ପରିଷଦ ସଦସ୍ୟ ରୁପେ ବିଭୂତି ଭୂଷଣ ସାହୁ ଓ ରାଜ୍ୟ କାର୍ଯ୍ୟକାରିଣୀକୁ ସଭ୍ୟ ରୂପେ କାନନ ବିହାରୀ ନାୟକ ଓ ଜିଲ୍ଲା କାର୍ଯ୍ୟକାରିଣୀକୁ ୧୫ ଜଣ ସଭ୍ୟ ମନୋନୀତ ହୋଇଛନ୍ତି।

ସେମାନେ ହେଲେ ରତିକାନ୍ତ ପଟ୍ଟନାୟକ, ଅମିୟ କୁମାର ନାୟକ,ଆଶୁତୋଷ ଦାସ, ରାଧାମାଧବ ଦାସ , ପ୍ରଜ୍ଞା ପରମିତା ଆଚାର୍ଯ୍ୟ, ସତ୍ୟବ୍ରତ ଦାଶ, ବାବୁଲା ପାତ୍ର, ବିଭୂତି ଭୂଷଣ ଜେନା, ଚିତ୍ତରଞ୍ଜନ ବେହେରା, କାହ୍ନୁଚରଣ ବେହେରା, ବିଭୂତି ଭୂଷଣ ତରାଇ, ସିତାନାଥ ସିଂହ, ନାରାୟଣ ସିହ୍ନା, ମନୋଜ ନାୟକ, ପୂଜାରାଣୀ ଦାସ ଙ୍କୁ ମନୋନୀତ କରାଯାଇଛି। ସେହିପରି ଉପଦେଷ୍ଟା ରୂପେ ନିମାଇଁ ଚରଣ ମହାନ୍ତି, ଶିବନାରାୟଣ ସିଂହ, ମହମ୍ମଦ ଜିଆଉଦ୍ଦୀନ ସରାଫ ଓ ଡକ୍ଟର ରତ୍ନାକର ବାରିକଙ୍କୁ ଗ୍ରହଣ କରାଯାଇଛି। ଆଜିର ଏହି ସଧାରଣ ପରିଷଦ ବୈଠକରେ ସଦସ୍ୟ ମାନେ ସାମ୍ବାଦିକମାନଙ୍କର ବିଭିର୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ଓ ଓ. ୟୁ.ଜେ ସଂଗଠନକୁ କଟକ ଜିଲ୍ଲାରେ ସୁଦୃଢ଼ କରିବା ପାଇଁ ମତ ପ୍ରଦାନ କରିଥିଲେ। ସଂଘର ବରିଷ୍ଟ ସଭ୍ୟ କୈଳାସ ଚନ୍ଦ୍ର ଜେନା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଥିଲେ।ସଭା ଶେଷରେ ବରିଷ୍ଟ ସଦସ୍ୟ ଧୃବ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।