କଟକ ଜିଲ୍ଲା ପରିଷଦର ଦ୍ଵାଦଶତମ ବୈଠକ ଅନୁଷ୍ଠିତ

News by Bijay kumar panda

କଟକ ଜିଲ୍ଲା ପରିଷଦର ଦ୍ଵାଦଶତମ ବୈଠକ ଅନୁଷ୍ଠିତ

କଟକ ୨୨-୦୧-୨୦୨୬(ବି.ଏନ .ଓ ) :  ପୂର୍ବାହ୍ନ ୧ ୧ ଘଟିକା ସମୟରେ ଦ୍ଵାଦଶତମ କଟକ ଜିଲ୍ଲା ପରିଷଦ ବୈଠକ ଜିଲ୍ଲା ପରିଷଦ ସଭାପତି   କିଶୋର ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏକାଦଶ ଜିଲ୍ଲା ପରିଷଦ ବୈଠକର କାର୍ଯ୍ୟସୂଚୀ ଟିପ୍ପଣୀ ଅନୁଯାୟୀ ଅନୁମୋଦିତ ହୋଇଥିବା କାର୍ଯ୍ୟ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସ୍ୱାସ୍ଥ୍ୟ,ମହିଳା ଓ ଶିଶୁ ବିକାଶ,କୃଷି, ଉଠା ଜଳସେଚନ ଆଦି ବିଭାଗ ଅଧୀନସ୍ଥ ସମସ୍ତ କାର୍ଯ୍ୟର ସମୀକ୍ଷା କରାଯାଇଥିଲା । ବୈଠକ ରେ ସାଂସଦ ଭର୍ତ୍ତୁହରି ମହତାବ କଟକ ବଡ ମେଡିକାଲ ନିକଟରେ ଥିବା ଧାନ ବିହନ ପ୍ରକ୍ରିୟାକରଣ କେନ୍ଦ୍ରର ସ୍ଥାନ ପରିବର୍ତ୍ତନ ନେଇ ସୂଚନା ଦେଇଥିଲେ । ଏଥିସହିତ କୃଷି କ୍ଷେତ୍ରରେ ଧାନ ସହିତ ଅନ୍ୟ ଶସ୍ୟା ଉତ୍ପାଦନ, ଧାନ ବିକ୍ରୟ ଓ ଧାନ ମଣ୍ଡି ପ୍ରସଙ୍ଗ ଉପରେ ଧ୍ୟାନ ଦେବାକୁ ବିଭାଗୀୟ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକ ରେ ବିଭିନ୍ନ ଅଞ୍ଚଳରେ ଥିବା ବିଦ୍ୟାଳୟ ରେ ଶିକ୍ଷକ ପୂରଣ , ବିଦ୍ୟାଳୟର ଉନ୍ନତିକରଣ ବିଷୟରେ ମତ ପ୍ରକାଶପାଇଥିଲା। ଅନ୍ୟସ୍ଥାନରେ ଡେପୁଟେସନ ରେ ଥିବା ଶିକ୍ଷକ ମାନଙ୍କୁ ନିଜ ପୋଷ୍ଟିଂ ସ୍କୁଲରେ କାର୍ଯ୍ୟ କରିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । କୃଷି କ୍ଷେତ୍ରରେ ବିହନ ଓ ସାର ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଏବଂ ସାର କଳାବଜାରୀ ରୋକିବା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ଅଧିନସ୍ଥ ସମଗ୍ର ଜିଲ୍ଲାର ବିଭିନ୍ନ ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ଯୋଗାଇ ଦିଆଯିବା ନେଇ ଆଲୋଚନା କରାଯାଇଥିଲା ଓ ଚିକିତ୍ସା ଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ଓ ପ୍ରସ୍ତାବିତ କାର୍ଯ୍ୟର ସ୍ଥିତି ଅଗ୍ରଗତି ଉପରେ ଉପସ୍ଥିତ ବିଧାୟକ ଓ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ସମୀକ୍ଷା କରି ତ୍ଵରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ବୈଠକରେ ମତ ରଖିଥିଲେ।

ବିଶେଷ କରି ନିର୍ଦ୍ଦିଷ୍ଟ ସମୟରେ ଟେଣ୍ଡର ପ୍ରକ୍ରିୟା ସହ ସମସ୍ତ କାର୍ଯ୍ୟ ଶେଷ କରିବା, ନୂତନ ରାସ୍ତା ନିର୍ମାଣ ଓ ମରାମତି, ପ୍ରସ୍ତାବିତ ଡ୍ରେନଏଜ ନବୀକରଣ ବିଭିନ୍ନ ଅଞ୍ଚଳରେ ଆବଶ୍ୟକ ଅନୁଯାୟୀ ବିଭିନ୍ନ କାର୍ଯ୍ୟ ନିମନ୍ତେ ବିଧାୟକ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ସହ ଆଲୋଚନା ମାଧ୍ୟମରେ ପ୍ରସ୍ତାବ ଉପସ୍ଥାପନା କରିବା ଉପରେ ଗୁରୁତ୍ୱ ଦେଇ ପଞ୍ଚାୟତ ଓ ବ୍ଲକ ମାନଙ୍କରେ ଚାଲୁ ରହିଥିବା ସମସ୍ତ କାର୍ଯ୍ୟର ସ୍ଥିତି ପରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ଉପରେ ଉପସ୍ଥିତ ବିଧାୟକ ମତବ୍ୟକ୍ତ କରିଥିଲେ। ଆବଶ୍ୟକସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସମ୍ପର୍କରେ ଯଥାକ୍ରମେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ବୈଠକରେ ଆଲୋଚନା ପୂର୍ବକ ବିସ୍ତୃତ ତଥ୍ୟ ଉପସ୍ଥାପନା କରିଥିଲେ ।
ବୈଠକରେ ଜଗତସିଂହପୁର ସାଂସଦ  ବିଭୁପ୍ରସାଦ ତରାଇ ,ସାଲେପୁର ବିଧାୟକ  ପ୍ରଶାନ୍ତ ବେହେରା, କଟକ-ସଦର ବିଧାୟକ  ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା ବିଧାୟକ  ବିଜୟ ଦଳବେହେରା,ମାହାଙ୍ଗା ବିଧାୟକ  ଶାରଦା ପ୍ରସାଦ ପ୍ରଧାନ, ବାଙ୍କୀ ବିଧାୟକ  ଦେବୀ ରଞ୍ଜନ ତ୍ରିପାଠୀ,ଚୌଦ୍ଵାର ବିଧାୟକ  ସୌଭିକ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ରହି ଉପରୋକ୍ତ ସମସ୍ତ ବିଷୟରେ ଆଲୋଚନା ପୂର୍ବକ ସମୀକ୍ଷା ସହ ସମଗ୍ର ଜିଲ୍ଲାରେ ଚାଲୁ ରହିଥିବା ବିଭିନ୍ନ କାର୍ଯ୍ୟ ଓ ବିଭିନ୍ନ ଯୋଜନା ଅନ୍ତର୍ଗତ ନିଜ ନିଜ ଅଞ୍ଚଳରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାକୁ ସମୀକ୍ଷା ମଧ୍ୟ କରିଥିଲେ ଏଵଂ ଆବଶ୍ୟକୀୟ ଥିବା ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ପ୍ରୟାସ ଜାରି ରଖାଯିବା ନେଇ ମତ ରଖିଥିଲେ ।
ଆଜିର ବୈଠକର ଚଳିତ କାର୍ଯ୍ୟସୂଚୀ ଅନୁଯାୟୀ କୃଷି,ପଶୁପାଳନ,ଶିକ୍ଷା, ଯୋଗାଣ ଆଦି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସଂଯୋଜନାରେ ଆଜିର ଅନୁଷ୍ଠିତ ବୈଠକରେ ଆଲୋଚିତ ସମସ୍ତ ବିଷୟକୁ ଦୃଷ୍ଟିଦେଇ ତଥା ବିଧାୟକଗଣ ଓ ଜିଲ୍ଲା ପରିଷଦର ସଭ୍ୟ/ସଭ୍ୟାମାନେ ଉତ୍‌ଥାପନ କରିଥିବା ପ୍ରସ୍ତାବ ଓ ସେମାନଙ୍କ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ଏହାର ତ୍ୱରିତ ସମାଧାନ ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ କଟକ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ ଆଜିର ଏହି ବୈଠକରେ ସହ ସଂଯୋଜନା କରିଥିବାବେଳେ କେନ୍ଦ୍ରାପଡ଼ା ସାଂସଦଙ୍କ ପ୍ରତିନିଧି ସମେତ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ   ଆଶିଷ କୁମାର ସାହୁ, ବିଭିନ୍ନ ବ୍ଲକର ଅଧ୍ୟକ୍ଷ/ଅଧ୍ୟକ୍ଷା, ପଞ୍ଚାୟତ ସମିତି ଅଧ୍ୟକ୍ଷ/ ଅଧ୍ୟକ୍ଷା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ,ଜିଲ୍ଲା ଶିକ୍ଷା ଅଧିକାରୀ, ବିଭିନ୍ନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ, ବ୍ଲକ୍ ପ୍ରତିନିଧି, ଜିଲ୍ଳା ପରିଷଦ ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତି ସଭ୍ୟ/ ସଭ୍ୟା ବୃନ୍ଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକ ଶେଷରେ ଜିଲ୍ଲା ପରିଷଦ ଉପସଭାପତି  ସୁଭଦ୍ରା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *