କଟକ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ଆନୁକୂଲ୍ୟରେ ବାଲିଯାତ୍ରାରେ ପଲିଥିନ ବର୍ଜନ ସଚେତନତା
କଟକ ଜିଲ୍ଲା ଆଇନ ସେବା ପ୍ରାଧୀକରଣଙ୍କ ଆନୁକୂଲ୍ୟରେ ବାଲିଯାତ୍ରାରେ ପଲିଥିନ ବର୍ଜନ ସଚେତନତା
କଟକ ୧୧-୧୧-୨୦୨୫(ବି.ଏନ .ଓ ) :(ବିଜୟ କୁମାର ପଣ୍ଡା ) ଓଡ଼ିଶାର ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ପ୍ରାଧିକରଣର ଅନୁ ଆଇନ ସ୍ବେଚ୍ଛାସେବୀ/କର୍ମୀ ମାନଙ୍କ ଦ୍ବାରା ସମ୍ପ୍ରତି ବାଲିଯାତ୍ରାରେ ପଲିଥିନ ବର୍ଜନ କରିବାକୁ ଏକ ସଚେତନତା ଅଭିଯାନ କରାଯାଇଛି।ସ୍ବେଚ୍ଛାସେବୀ ମାନେ ଷ୍ଟଲ ରୁ ଷ୍ଟଲ ବୁଲି ପଲିଥିନ ବର୍ଜନ ସଚେତନତା ମୂଳକ ପୋଷ୍ଟର ଲଗାଇବା ସହ ଦୋକାନୀ ଏବଂ ଗ୍ରାହକ ତଥା ସଧାରଣ ଜନତାଙ୍କୁ ପଲିଥିନ ବର୍ଜନ କରିବାକୁ ବୁଝାଇଥିଲେ। ସେମାନେ ଏହି ବାଲିଯାତ୍ରାକୁ ପଲିଥିନ ମୁକ୍ତ ଯାତ୍ରା ଭାବେ ଉପଭୋଗ କରିବା ନିମନ୍ତେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

