କଟକ ଉଠାଦୋକାନୀ ମହାସଂଘ ପକ୍ଷରୁ କଟକ ଉନ୍ନୟନ କତ୍ତୃପକ୍ଷଙ୍କୁ ଦାବିପତ୍ର

କଟକ ତା 16/10/23(B.N.O.) ବାଦାମବାଡି ବସଷ୍ଟେଣ୍ଡ ଖାନନଗର କୁ ଉଠିଯିବା ଏକ ମାସ ବିତିଲା ।ଏବେ ଶହ ଶହ ଉଠାଦୋକାନୀ ଜୀବିକା ହରାଇ ଦାଣ୍ଡରେ ବୁଲୁଛନ୍ତି ।ସେମାନଙ୍କୁ ଥଇଥାନ ନକରି ଉଛେଦ ଚାଲିଛି । ତାର ପ୍ରତିବାଦ ରେ ଆଜି କଟକ ଉଠାଦୋକାନୀ ମହାସଂଘ ଓ ତାର ସମ୍ବନ୍ଧିତ ବାଦାମବାଡି ଉଠାଦୋକାନୀ ସଂଙ୍ଘ ପକ୍ଷରୁ ଖୁବ୍ ଶୀଘ୍ର ଉଠାଦୋକାନୀ ମାନଙ୍କୁ ଚିହ୍ନଟ କରି ଭେଣ୍ଡି ଜୋନ ନୂତନ ବସଷ୍ଟେଣ୍ଡ ପରିସରରେ ଏପରିକି ବାଦାମବାଡି ଠାରେ ଯୋଗାଇଦେବାକୁ କଟକ ଉନ୍ନୟନ କତ୍ତୃପକ୍ଷଙ୍କୁ ଅରୁଣଦ୍ବୟ ମାର୍କେଟ ଠାରେ ଧାରଣା ପ୍ରଦର୍ଶନ ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।କଟକ ଉଠାଦୋକାନୀ ମହାସଂଘ ର ସଭାପତି ଆଡଭୋକେଟ ଅମରେନ୍ଦୁ ମହାନ୍ତି, ସଂପାଦକ ଅକ୍ଷୟ ସାହୁ, ଉପଦେଷ୍ଟା ଉଦୟ କେଶରୀ ବର୍ମା,ବିନୋଦ ବେହେରା, ପ୍ରସନ୍ନ କୁମାର ମହାପାତ୍ର, ମହାସଂଘ ଉପସଭାପତି ନିତ୍ୟାନନ୍ଦ ନାୟକ , ସଂପାଦକ ଛବି ଖୁଣ୍ଟିଆ, ସହସଂପାଦକ ଶବ ବେହେରା, ବୁଲୁ ଘୋଷ,ରଞ୍ଜନ ପରିଡା, ବିଭୂତି ଜଗଦେବ, ସୁରେନ୍ଦ୍ର ଜେନା, ମିନୁଆ ପରିଜା, ରାଜେଶ ଜେନା, ସୁଜିତ ଜାଦବ, ଦିପୁନା ପାତ୍ର, ସଞ୍ଜୟ ବେହେରା, ପ୍ରସନ୍ନ ପରିଡା ପ୍ରମୁଖ ତୁରନ୍ତ ଭେଣ୍ଡି ଜୋନ ଯୋଗାଇଦେବା କୁ ଦାବି କରିଥିଲେ
ନଚେତ୍ ଆଗାମୀ ଦିନରେ ସାରା ସହରର ଉଠାଦୋକାନୀମାନଙ୍କୁ ଏକ କରି ଏକ ବିରାଟ ଗଣ ଆନ୍ଦୋଳନ ତେଜି ଉଠିବ ବୋଲି ଚେତାବନୀ ଦେଇଥିଲେ ।