କଟକରେ ଭାରତ-ଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀକ T-20 ମ୍ୟାଚ୍ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କଟକରେ ଭାରତଦକ୍ଷିଣ ଆଫ୍ରିକା ଆନ୍ତର୍ଜାତୀକ T-20 ମ୍ୟାଚ୍ ପ୍ରସ୍ତୁତି ନିମନ୍ତେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସମୀକ୍ଷା ବୈଠକ

କଟକ, ୨୯-୧୧-୨୦୨୫(ବି .ଏନ .ଓ ) : ( ବିଜୟ କୁମାର ପଣ୍ଡା ) ଟକ ବାରବାଟୀ ଷ୍ଟାଡିୟମ୍‌ଠାରେ ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନ୍ତର୍ଜାତୀୟ T-20 କ୍ରିକେଟ ମ୍ୟାଚ୍ ଆୟୋଜନ ଓ ପ୍ରସ୍ତୁତି ସମ୍ବନ୍ଧରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀମତି ଗୁହା ପୁନମ ତାପସ କୁମାରଙ୍କ ଅଧ୍ୟକ୍ଷତାରେ ଓ ସି ଏ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୁବ୍ୟବସ୍ଥିତ ଓ ସୁନିୟନ୍ତ୍ରିତ ଭାବେ ମ୍ୟାଚ୍ ଆୟୋଜିତ ହେବା ନେଇ ସମସ୍ତ ବ୍ୟବସ୍ଥାକୁ ତୃଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରିବା ସ୍ଵରୂପ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲାପାଳ, ଡିସିପି ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଥା ଓ ସି ଏ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମ୍ୟାଚ୍‌ର ଆୟୋଜନର ସମସ୍ତ ପ୍ରସ୍ତୁତି ସଂପର୍କରେ ରାଜସ୍ୱ ଆୟୁକ୍ତ ସଂପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ତଥା ଓ ସି ଏ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଶେଷକରି ଟିକେଟ୍ କିଣାବିକା ସମୟରେ ଲାଇନ୍ ରେ ଥିବା ଦର୍ଶକ ମାନଙ୍କ ପାଇଁ ସୁବ୍ୟବସ୍ଥା,ଷ୍ଟାଡିୟମ୍‌ର ଉଭୟ ପଟ ଭିତ୍ତିଭୂମି ଅନୁଯାୟୀ ଅଗ୍ନି ନିର୍ବାପକ ବ୍ୟବସ୍ଥା, ପାର୍କିଂ ଏବଂ ଟ୍ରାଫିକ୍ ପରିଚାଳନା ଆଦି ବିଭିନ୍ନ ବିଷୟରେ ସମୀକ୍ଷା କରି ମ୍ୟାଚ୍ ପୂର୍ବରୁ ଓ ମ୍ୟାଚ୍ ସମୟରେ ପୋଲିସ୍ ପ୍ରଶାସନ ଅଧିକ ସତର୍କତା ଅବଲୋମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ସମୀକ୍ଷା ପୂର୍ବକ ଉକ୍ତ ବୈଠକରେ ସୁବ୍ୟବସ୍ଥିତ ଗ୍ରୀନ କରିଡର ଉପରେ ମଧ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଆୟୁକ୍ତ ବିସ୍ତୃତ ଆଲୋଚନା କରିଥିଲେ। ମ୍ୟାଚ୍ ସମୟରେ ଭିଡ ନିୟନ୍ତ୍ରଣ, ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଜରୁରୀ ଚିକିତ୍ସା ବ୍ୟବସ୍ଥା, ପାର୍କିଂ, ଟ୍ରାଫିକ ପରିଚାଳନା, ମ୍ୟାଚ୍ ଶେଷ ପରେ ଦର୍ଶକଙ୍କ ନିମନ୍ତେ ରାତ୍ରିକାଳୀନ ବସ ଚଳାଚଳ ବ୍ୟବସ୍ଥା ଆଦି ସଂପର୍କରେ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମୀକ୍ଷା କରିଥିଲେ। ବିଶେଷ ଭାବେ ଗୁରୁତ୍ଵ ଦେଇ ପ୍ରତ୍ୟେକ ଗ୍ୟାଲେରୀ ଓ ଷ୍ଟାଣ୍ଡ କ୍ଷମତା ଅନୁଯାୟୀ ସେଠାରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ବସିବା ପାଇଁ ବ୍ୟବସ୍ଥା କରାଯିବା ନେଇ ସମୀକ୍ଷା ପୂର୍ବକ ଆଲୋଚନା କରି କାର୍ଯ୍ୟାନଷ୍ଠାନ ଗ୍ରହଣ କରାଯିବା ନେଇ କହିଥିଲେ। ମ୍ୟାଚ୍ ସମୟରେ ନିରନ୍ତର ବିଦ୍ୟୁତ୍ ସରବରାହ ବ୍ୟବସ୍ଥା ସହ ଆଲୋକ ବ୍ୟବସ୍ଥା ପାଇଁ ଅଧିକ ଜେନ୍‌ସେଟ୍ ଅଣାଯାଇଥିବା ବେଳେ ଏହାର ମନିଟରିଂ ପାଇଁ ନୂଆ ସପ୍ଟୱେୟାର୍ ମଧ୍ୟ ଇନ୍‌ଷ୍ଟଲ କରାଯାଉଥିବା ସଂପର୍କରେ ଏହି ସମୀକ୍ଷା ପୂର୍ବକ ବୈଠକରେ ଆଲୋଚନା ମାଧ୍ୟମରେ ରାଜସ୍ୱ ଆୟୁକ୍ତଙ୍କୁ ଓ ସି ଏ କର୍ତ୍ତୃପକ୍ଷ ଅବଗତ କରାଇଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଧନ୍ୟବାଦ ଅର୍ପଣ କରିଥିଲେ। ଡି ସି ପି, ଶ୍ରୀ ଖିଲାରୀ ଋଷିକେଶ ଦ୍ୟାନଦେଓ, ଭୁବନେଶ୍ୱର ବିମାନ ବନ୍ଦର ପ୍ରାଧିକରଣ ନିର୍ଦ୍ଦେଶକଙ୍କ ସମେତ ସି ଡି ଏମ ଓ, ଅଗ୍ନିଶମ ଅଧିକାରୀ,ଆର ଟି ଓ, ମହାନଗର ନିଗମ ଓ ପୂର୍ତ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ। ଓଡିଶା ଅଲମ୍ପିକ ଆସୋସିଏସନ୍‌ ସମ୍ପାଦକ ଶ୍ରୀ ଅଭିଜିତ ପାଲ୍, ଓଡିଶା କ୍ରିକେଟ୍ ଆସୋସିଏସନ୍‌ ମୂଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁବ୍ରତ ବେହେରା ଉପସ୍ଥିତ ରହି ମ୍ୟାଚ୍ ପରିଚାଳନା ସମ୍ପର୍କରେ ସମୀକ୍ଷା ପୂର୍ବକ ବୈଠକରେ ଅବଗତ କରାଇଥିଲେ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *