ଓଡିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍ -ସଂଶୋଧନଙ୍କୁ ପୁରସ୍କୃତ |
ଓଡିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍ -ସଂଶୋଧନଙ୍କୁ ପୁରସ୍କୃତ |
କଟକ:27.02.24 B.N.O. ଓଡିଆ ଭାଷାର ଶ୍ରେଷ୍ଠ ପ୍ରୁଫ୍ ସଂଶୋଧନ ଙ୍କୁ ଚୟନ କରି ପ୍ରତ୍ୟେକ ବର୍ଷ ଅଧ୍ୟାପିକା ନିହାରିକା ଦାସ ନ୍ଯାସ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ସ୍ଥାନୀୟ ଗାନ୍ଧି ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନ୍ଯାସର ଆବାହକ ଦୀପକ କୁମାର ମହାନ୍ତ ଘୋଷଣା କରିଛନ୍ତି ।ଶ୍ରୀ ମହାନ୍ତ କହିଥିଲେ ସାଂପ୍ରତିକ ଜୀବନରେ ମୁଦ୍ରଣବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିଥିବାରୁ ଓଡିଆ ଭାଷାରେ ଅଧିକ ସଂଖ୍ୟକ ପୁସ୍ତକ ପ୍ରକାଶିତ ହେଉଛି ।ମାତ୍ର ପ୍ରକାଶିତ ପୁସ୍ତକ ଗୁଡିକରେ ବନାନଗତ ତଥା ବ୍ୟାକରଣଗତ ତ୍ରୁଟି ଭରି ରହୁଥିବା ଦେଖି ବାକୁ ମିଳୁଛି ।ଏଥିଯୋଗୁଁ ଓଡିଆ ଭାଷା ଓ ସାହିତ୍ୟ ବିକୃତ ଓ ବିକଳାଙ୍ଗ ହୋଇଯାଇଛି ।ଗୁରୁତ୍ବ ସହକାରେ ପ୍ରୁଫ୍-ଦେଖା ହେଉ ନଥିବାରୁ ତ୍ରୁଟି ସବୁ ସଂଶୋଧନ ହୋଇପାରୁ ନାହିଁ ।ଉନ୍ନତ ଦେଶ ଗୁଡିକରେ ପ୍ରୁଫ୍ ସଂଶୋଧନ ଉପରେ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ଆମ ଦେଶରେ ଆଜି କାଲି ତାହାକୁ ହାଲୁକା ଭାବରେ ନିଆଯାଉଛି ।ଏପରିକି ଆଦୌ ପ୍ରୁଫ୍ ସଂଶୋଧନଙ୍କ ସାହାଯ୍ୟ ନନେଇ ମଧ୍ୟ ଆମେ ବହି ଛାପିଦେଉଛେ।ଏହି ପରିପ୍ରେକ୍ଷୀରେ ପ୍ରୁଫ୍ ସଂଶୋଧନର ଗୁରୁତ୍ୱକୁ ସମାଜ ଆଗରେ ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଉଚ୍ଚଶିକ୍ଷିତ ଯୁବକଙ୍କୁ ଏ ଦିଗରେ ଆକର୍ଷିତ କରିବା ଲକ୍ଷ୍ୟ ନେଇ ଅଧ୍ୟାପିକା ନିହାରିକା ଦାସ ସ୍ମୃତି ନ୍ଯାସ ତରଫରୁ ପ୍ରତିବର୍ଷ ଶ୍ରଷ୍ଠ ପ୍ରୁଫ୍ ସଂଶୋଧନକଙ୍କୁ ଅର୍ଥରାଶି ସହ ପୁରସ୍କାର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ଶ୍ରୀ ମହନ୍ତ ଘୋଷଣା କରିଛନ୍ତି ସମ୍ମିଳନୀରେ ନ୍ଯାସର ସଦସ୍ୟ ଡ,ସଂକର୍ଷଣ ମିଶ୍ର, ଡ,ନାରାୟଣ ମହାନ୍ତି, ଡ,ସୁଶାନ୍ତ କୁମାର ଦାସ ଉପସ୍ଥିତ ଥିଲେ ।