ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ ପକ୍ଷରୁ ଲୋୟର ପିଏମଜିରେ ସମାବେଶ ୧୬ରେ

ଭୁବନେଶ୍ୱର:14.09.23(BREAKING NEWS ODIA): ‘ଓଡିଶା ଫାର୍ମାସିଷ୍ଟ ସେବା ସଂଘ’ ପକ୍ଷରୁ ସାରା ଓଡିଶାର ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଫାର୍ମାସିଷ୍ଟ ମାନଙ୍କ ବିଭିନ୍ନ ଦାବି ଯଥା ଗ୍ରେଡ ପେ ୨୩୦୦ଟଙ୍କା ରୁ ୨୮୦୦ଟଙ୍କାକୁ ବୃଦ୍ଧି ସହିତ କ୍ୟାଡର ପୁନଃ ଗଠନ ୨୦୧୩ ମସିହା ପୂର୍ବ ଫାର୍ମାସିଷ୍ଟମାନଙ୍କ ବରିଷ୍ଠତା ଓ ଆର୍ଥିକ ସୁବିଧା, ଫାର୍ମାସିଷ୍ଟ ପରିବର୍ତ୍ତେ ଫାର୍ମାସିଷ୍ଟ ଅଫିସର ପ୍ରମୁଖ ଦାବି ଉପସ୍ଥାପନ କରିବା ପାଇଁ ତା ୧୬-୦୯-୨୩ରିଖ ଶନିବାର ଲୋୟର ପିଏମଜି, ଭୁବନେଶ୍ୱର ଠାରେ ଦିବା ଘ୧୦ଟିକା ଠାରୁ ଅପରାହ୍ନ ଗ୫ଟିକା ମଧ୍ୟରେ ସମାବେଶ ପାଇଁ ନିଷ୍ପତି ନିଆଯାଇଛି । ଓଡିଶାର ସମସ୍ତ ଜିଲ୍ଲାରୁ ଫାର୍ମାସିଷ୍ଟ ଉକ୍ତ ସମାବେଶରେ ଯୋଗ ଦେଇ ସରକାରଙ୍କର ଅବିଚାର ବିରୁଦ୍ଧରେ ଓ ନିଜର ଅସନ୍ତୋଷ ପ୍ରକାଶ କରିବା ପାଇଁ ଶକ୍ତି ପ୍ରଦର୍ଶନ କରି ସ୍ୱର ଉତ୍ତୋଳନ କରିବେ ଏବଂ ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ । ଏହା ଏକ ଶାନ୍ତିପୁର୍ଣ୍ଣ ସମାବେଶ ହେବ ବୋଲି ସଂଘର ସଭାପତି ଚିନ୍ମୟ କୁମାର ସିହ୍ନା, ସଂପାଦକ ଶ୍ରୀକାନ୍ତ କୁମାର ଜେନା, ଉପ-ସଭାପତି ସୁଧାଂଶୁ ଶେଖର ପଣ୍ଡା, ଦଶରଥ ଦାସ, ସୁବ୍ରତ କୁମାର ଶତପଥି, ନାରାୟଣ ପ୍ରସାଦ ତିୱାରି, ରଣଜିତ୍ କୁମାର ସାହୁ, ଅନନ୍ତ ମୁର୍ମୁ, ସାରଦା ବେହେରା, ଅର୍ନ୍ତଯ୍ୟାମୀ ଲେଙ୍କା, ପ୍ରଶାନ୍ତ କୁମାର ନାଏକ, ରିୟାଦୁଦିନ୍ ଖାନ୍ ପ୍ରମୁଖ ସଂଘ ପକ୍ଷରୁ ଜଣାଇଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *