ଏୟାର୍ ଇଣ୍ଡିଆ ପକ୍ଷରୁ ଆଦର ଓ ଆତିଥେୟତାର ପ୍ରତୀକ “ମହାରାଜା ନମସ୍ତେ’କୁ ପୁନଃସ୍ଥାପିତ କରାଯାଇଛି

ଏୟାର୍ ଇଣ୍ଡିଆ ପକ୍ଷରୁ ଆଦର ଓ ଆତିଥେୟତାର ପ୍ରତୀକ “ମହାରାଜା ନମସ୍ତେ’କୁ ପୁନଃସ୍ଥାପିତ କରାଯାଇଛି
ଭୁବନେଶ୍ୱର: ମହାମାରୀ ସମୟରେ ବିଶ୍ୱ ନମସ୍ତେକୁ ଆବିସ୍କାର କରିଥିବା ବେଳେ ଏହା ଏୟାର୍ ଇଣ୍ଡିଆର ମୂଳ ମୂଲ୍ୟବୋଧ ସହ ଯୋଡ଼ି ହୋଇଥିବାରୁ ଭାରତୀୟଙ୍କ ପାଇଁ ଏହା ଆଧ୍ୟାତ୍ମିକ ସ୍ତରରେ ସମ୍ବନ୍ଧିତ ହୋଇରହିଛି । ବୟସ୍କମାନଙ୍କ ପ୍ରତି ସମ୍ମାନ ସ୍ୱରୂପ ଆମ ପିତାମାତାମାନେ ଆମକୁ ଦେଇଥିବା ଜୀବନର ଅନ୍ୟତମ ପ୍ରଥମ ଶିକ୍ଷା ନମସ୍ତେ ହୋଇଥିବାରୁ ତାହା ପିଲାଦିନର ସ୍ମୃତିକୁ
ପୁନଃ ଜାଗ୍ରତ କରିଥାଏ । ଭାରତୀୟ ମୂଲ୍ୟବୋଧ ସହ ଯୋଡ଼ିହୋଇଥିବା ଓ ଏହାର ଗୌରବମୟ ଅତୀତର ସ୍ମତିକୁ ତାଜା କରୁଥିବା ମହାରାଜା ପୁଣି ଥରେ ନମେସ୍ତ ସହିତ ଏହାର ଯାତ୍ରୀ ବନ୍ଧୁମାନଙ୍କୁ ସ୍ୱାଗତ କରୁଛି । ନମସ୍ତେ ହେଉଛି ଭାରତୀୟ ଶୁଭେ୍‌ଛା ଯାହା
ସବୁ ସଂସ୍କୃତି ଓ ସଭ୍ୟତା ସହ ରହିଆସିଛି ଓ କଂପାନିର ସମସ୍ତ ଗ୍ରାହକମାନଙ୍କୁ ଦୈନିକ ଆଦରଣୀୟ ଓ ଅତୁଳନୀୟ ଆତିଥେୟତା ପ୍ରଦାନ କରୁଛି । ମହାରାଜା, ନମସ୍ତେର ସ୍ପଷ୍ଟ ଆମ୍ବାସାଡର ହୋଇରହିଆସିଛି ଓ ଭାରତୀୟ ଶୁଭେଚ୍ଛା ପ୍ରଦାନ ସଂସ୍କୃତିକୁ ଏହାର ସମସ୍ତ ଉତ୍ସାହ ଓ ବୈଭବ ସହିତ ଆମର ସମସ୍ତ ବିମାନବନ୍ଦରରେ ପୁଣି ଫେରାଇ ଆଣିଥିବାରୁ ଏୟାର୍ ଇଣ୍ଡିଆ ଅତ୍ୟନ୍ତ ଆନନ୍ଦିତ ।
ଆପଣ ଯେତେବେଳେ ଆମର ପରର୍ବତୀ ବିମାନ ସହ ଯାତ୍ରା କରିବେ ସେହି ସମୟରେ ଆପଣଙ୍କୁ ଓ ଆପଣଙ୍କ ପ୍ରିୟଜନଙ୍କ ମୁହଁରେ ହସ ଓ ନମେସ୍ତ ଜରିଆରେ ସାଦର ସ୍ୱାଗତ କରିବାକୁ ଏୟାର୍‌ଲାଇନ୍ସର ଗ୍ରାଉଣ୍ଡ୍ କର୍ମଚାରୀମାନେ ଚାହିଁରହିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *